Posted inଖେଳ

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୩୭ ରନ୍‌ କରିଥିଲା। ଜବାବରେ କୋହଲିଙ୍କ ଶତକ ସତ୍ତ୍ୱେ ଭାରତ ୪୬ ଓଭରରେ ୨୯୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଭାରତ ମାଟିରେ ଏହା ନ୍ୟୁଜିଲାଣ୍ଡ ପାଇଁ ପ୍ରଥମ ଦିନିକିଆ ସିରିଜ୍‌ ବିଜୟ।

ନ୍ଥାମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୩୭ ରନ କରିଥିଲା। ଜବାବରେ ଭାରତ ଆରମ୍ଭରୁ ରୋହିତ ଶର୍ମା (୧୧)ଙ୍କ ଉଇକେଟ ହରାଇଥିଲା। ଏହାପରେ ବିରାଟ କୋହଲି ଗୋଟଏ ପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପକ୍ଷରେ ଅଧିନାୟକ ଶୁବମନ ଗିଲ(୨୩), ଶ୍ରେୟସ ଆୟାର (୩) ଓ ଲୋକେଶ ରାହୁଲ (୧) କ୍ରମାଗତ ବ୍ୟବଧାନରେ ଆଉଟ୍‌ ହୋଇଥିଲେ। ଦଳ ମାତ୍ର ୭୧ ରନରେ ପ୍ରମୁଖ ୪ ବ୍ୟାଟରଙ୍କ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ କୋହଲିଙ୍କ ସହ ନୀତୀଶ କୁମାର ରେଡ୍ଡୀ ମିଶି ପଞ୍ଚମ ଉଇକେଟରେ ୮୮ ରନ ଯୋଡ଼ିଥିଲେ। ହେଲେ ନୀତୀଶ କ୍ୟାରିୟରର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ। ସେ ୫୭ ବଲରେ ୨ ଲେଖାଏ ଚୌକା ଓ ଛକା ସହିତ ୫୩ ରନ କରିଥିଲେ। ତାଙ୍କ ପରେ କ୍ରିଜ୍‌କୁ ଓହ୍ଲାଇଥିବା ରବୀନ୍ଦ୍ର ଜାଡେଜା (୧୨) ବିଫଳ ହୋଇଥିଲେ। ଏହିଠାରୁ କୋହଲି ଓ ହର୍ଷିତ ରାଣା ସପ୍ତମ ଉଇକେଟରେ ୬୯ ବଲରେ ଦ୍ରୁତ ୯୯ ରନ ଯୋଡ଼ି ଦଳକୁ ବିଜୟ ଆଶା ଦେଇଥିଲେ। ଇତି ମଧ୍ୟରେ କୋହଲି ୫୪ତମ ଦିନିକିଆ ତଥା ଅନ୍ତର୍ଜାତୀୟ କ୍ୟାରିୟରର ୮୫ତମ ଶତକ ପୂରଣ କରିଥିଲେ। ହର୍ଷିତ ଅର୍ଦ୍ଧଶତକ ପୂରଣ କରିବା ପରେ ପାଭିଲିଅନ ଫେରିଥିଲେ। ସେ ୪୩ ବଲରେ ୪ ଲେଖାଏ ଚୌକା ଓ ଛକା ସହ ୫୨ ରନ କରିଥିଲେ। କୋହଲି ୧୦୮ ବଲରେ ୧୨୪ ରନ କରି ୯ମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୧୦ ଚୌକା ଓ ୩ ଛକା ସାମିଲ ଥିଲା। ଫଳରେ ଭାରତ ୪୬ ଓଭରରେ ୨୯୬ ରନରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri