ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଦୁଇ କ୍ରିକେଟର
ଆଣ୍ଟିଗୁଆ,୩।୭: ଏଠାରେ ଶୁକ୍ରାବର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମହିଳା ଟି୨୦ ମ୍ୟାଚ୍ରେ ହଠାତ୍ ଚେତାଶୂନ୍ୟ ହୋଇପଡ଼ି ଯାଇଥିଲେ ଓ୍ବେଷ୍ଟଇଣ୍ଡିଜର ଚିନେଲେ ହେନରୀ ଓ ଚେଦିନ ନେଶନ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଉଭୟଙ୍କ ଚେତା ଫେରିଛି। ସେମାନଙ୍କ…
ଓପନିଂ ସ୍ଲଟ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା
କୋଲକାତା,୩।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଶୁବମାନ ଗିଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବେ, ସେ ନେଇ ଚିନ୍ତାରେ…
ବି’ ଦଳ ନୁହେଁ ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ
ମୁମ୍ବାଇ,୩।୭: ଚଳିତ ମାସରେ ଖେଳାଯିବାକୁ ଥିବା ଟି୨୦ ଓ ଦିନିକିଆ ସିରିଜ୍ ଲାଗି ଭାରତ ତା’ର ବି’ ଟିମ୍କୁ ପଠାଇ ଶ୍ରୀଲଙ୍କା କ୍ରିକେଟର ଅପମାନ କରିଛି। ଏଭଳି ମନ୍ତବ୍ୟ ଦେଇଥିଲେ ୧୯୯୬ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ଦଳର ଅଧିନାୟକ ଅର୍ଜୁନ ରାଣାତୁଙ୍ଗା।…
ଚର୍ଚ୍ଚାରେ ଥିଲା ରୋହିତଙ୍କ ଏହି ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…
ନୂଆଦିଲ୍ଲୀ,୩।୭: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ ତଥା ସେତେବେଳେ ବିରାଟଙ୍କ ପ୍ରେମିକା ଥିବା ଅନୁଷ୍କା ଶର୍ମା। ଟିମ୍ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା ।…
ପରାଜୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଜବ ବୟାନ: କହିଲେ ‘୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଭାରତକୁ ହରାଇ ଦେଲା’
ନୂଆଦିଲ୍ଲୀ,୩।୭: ଗତ ମାସରେ ଭାରତର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଟାଇଟଲ ଜିତିବାର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। ଭାରତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧନ ନ୍ୟୁଜିଲାଣ୍ଡ ବାଜିମାତ କରିଥିଲା। ସାଉଥାମ୍ପଟନରେ ଖେଳାଯାଇଥିବା…
ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍: ଏପରି ବଦଳି ଯାଇଥିଲା ଭାଗ୍ୟ
ନୂଆଦିଲ୍ଲୀ,୩।୭: ଭାରତୀୟ ଦଳରେ ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ନିର୍ଧାରିତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ର ଏହି ଅଲରାଉଣ୍ଡର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଥିଲେ। ଗାବା ଟେଷ୍ଟରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ସେ…
ସନ୍ତରଣରେ ମାନା ପଟେଲଙ୍କୁ ଯୋଗ୍ୟତା
ନୂଆଦିଲ୍ଲୀ, ୩ା୭ (ପି.ଟି.)-ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ‘ୟୁନିଭର୍ସାଲିଟି କୋଟା’ ଜରିଆରେ ସେ ଯୋଗ୍ୟତା ହାସଲ କରିଥିବା ସୁଇମିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ପ୍ରକାଶ କରିଛି। ମାନା ଟୋକିଓ ଗେମ୍ସରେ ୧୦୦ ମିଟର…
ଟୁର୍ ଡି’ ଫ୍ରାନ୍ସରେ ମାଟେଜଙ୍କ ପ୍ରଥମ ବିଜୟ
ପ୍ୟାରିସ, ୩ା୭: ଟୁର୍ ଡି’ ଫ୍ରାନ୍ସର ସାଇକେଲ ରେସ୍ର ୭ମ ଷ୍ଟେଜ୍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭିର୍ଜନଠାରୁ ଲି’ କ୍ରେସଟ ୨୪୯.୧ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍ରେ ବାହାରିନ୍ ଭିକ୍ଟୋରିୟସ ଟିମ୍ର ମାଟେଜ ମୋହୋରିକ୍ ୫ ଘଣ୍ଟା ୨୮ ମିନିଟ…
ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ
ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଶାଦ୍ରବ୍ୟ ଗଞ୍ଜେଇର ଏକ ରାସାୟନିକ ଠାବ କରାଯାଇଥିଲା। ଜୁନ୍ ୧୯ରେ…
ନାମ୍ବିଆର ଦୁଇ ଆଥ୍ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ
କେପ୍ଟାଉନ୍, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ ପରେ ଜଣାପଡ଼ିଥିଲା ଉଭୟଙ୍କ ଶରୀରରେ ପୁରୁଷ ହରମୋନ ସ୍ତର (ଟେଷ୍ଟୋଷ୍ଟେରୋନ ଲେଭଲ) ଅଧିକ ରହିଛି।…
ବୋପାନ୍ନା-ସାନିଆ ବିଜୟୀ
ଲଣ୍ଡନ, ୩।୬(ପି.ଟି.)-ଅଭିଜ୍ଞ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲ୍ ଇଣ୍ଡିଆନ ପ୍ରଥମ ରାଉଣ୍ଡ ମୁକାବିଲାରେ ବୋପାନ୍ନା-ସାନିଆ ୬-୨, ୭-୬(୫) ସେଟ୍ରେ ନିଜ ଦେଶର ରାମକୁମାର…
ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ
ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍ଘାଟନୀ ସମାରୋହରେ କେଉଁ ଆଥ୍ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଜୁଲାଇ ୫ରେ ପତାକାଧାରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି। ଏହା…

