Posted inଖେଳ

୩ ଇନିଂସ ଆଧାରରେ କୋହଲିଙ୍କୁ ବାଦ୍‌ ଦିଆଯାଇପାରିବ ନାହିଁ; ଅଧିନାୟକଙ୍କ ସମର୍ଥନରେ ବାହାରି କିଛି ଏପରି କହିଲେ…

ଲଣ୍ଡନ,୨୫।୮: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌କୁ ଭାରତ ୧୫୧ ରନ୍‌ରେ ଜିତିଥିଲା। ଏହି ସିରିଜରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରାଯାଉଥିଲେ ହେଁ ତାଙ୍କ ବ୍ୟାଟିଂକୁ ସମାଲୋଚନା କରାଯାଉଛି। କାରଣ କୋହଲି ଦୀର୍ଘ ଦିନରୁ ଶତକ ମାରିନାହାନ୍ତି। ନଭେମ୍ବର ୨୦୧୯ରେ ସେ ଶେଷଥର ପାଇଁ ଶତକ ହାସଲ କରିଥିଲେ। ତେବେ କୋହଲିଙ୍କ ଖରାପ ଫର୍ମକୁ ନେଇ ତାଙ୍କୁ ସମାଲୋଚନା କରାଯାଉଥିବା ସତ୍ତ୍ୱେ ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ହଜିତ ଅଗରକର ତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ତୃତୀଟେଷ୍ଟ ପୂର୍ବରୁ କୋହଲି ଏକ ବଡ଼ ଇନିଂସ ଖେଳିବାକୁ ଚେଷ୍ଟା କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ଶୂନ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିଭଳି ଦ୍ୱିତୀୟ ଇନିଂସରେ ବର୍ଷା ଯୋଗୁ ବ୍ୟାଟିଂ କରିପାରି ନ ଥିଲେ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୪୨ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୨୦ ରନ୍‌ କରିଥିଲେ। ସୋନି ଟିଭି ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଗରକର ଅଧିନାୟକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ୩ ଇନିଂସ ପାଇଁ ତାଙ୍କୁ ବାଦ ଦିଆଯାଇପାରିବ ନାହିଁ। କିଛି ସମୟ ଅପେକ୍ଷା କର ଏବଂ ଦେଖ। ତିନୋଟି ଇନିଂସ ଆଧାରରେ କୋହଲିଙ୍କ ଭଳି ଜଣେ ମହାନ ଖେଳାଳିଙ୍କୁ ବରଖାସ୍ତ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା କୋହଲି ଇଂଲଣ୍ଡ ବିପକ୍ଷ ୨୦୧୮ ସିରିଜରେ ରନ୍‌ ସ୍କୋର କରିଥିଲେ। ସେତେବେଳେ ଆୟୋଜକ ଦଳର ସମସ୍ତ ବୋଲର ଉପସ୍ଥିତ ଥିଲେ। ଏଣୁ ଆଗାମୀ ଟେଷ୍ଟରେ କୋହଲି ରନ୍‌ ସ୍କୋର କରିବାକୁ ପସନ୍ଦ କରିବେ। ତାଙ୍କର ପ୍ରଶଂସକମାନେ ସେ ବଡ଼ ଇନିଂସ ଖେଳନ୍ତୁ ବୋଲି ଚାହିଁବେ। ସେ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ରନ୍‌ କରିଛନ୍ତି। ଯେତେବେଳେ କେହି ଭଲ ବ୍ୟାଟିଂ କରି ନ ଥାନ୍ତି ସେ ସିରିଜରେ ତାହା ଅପେକ୍ଷା କରିଥାନ୍ତି ବୋଲି ଅଗରକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?