Posted inଖେଳ

ଛକା ବର୍ଷା କଲେ ଧୋନୀ; ପରେ ସାଥୀ ଖେଳାଳିଙ୍କ ସହ ମିଶି ବଣରେ ଖୋଜିଲେ ବଲ୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ । ଦଳ ମଧ୍ୟ ସେଠାରେ ଅଭ୍ୟାସ ଆରମ୍ଭ କରିଛି। ନେଟ ଅଧିବେଶନରେ କ୍ୟାପଟେନ ଧୋନୀ ମଧ୍ୟ ବହୁତ ଝାଳ ବୁହାଉଛନ୍ତି। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ସେ ପୂରା ଲୟରେ ଆସିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ବେଟ୍ସରେ ଲମ୍ବା ଛକା ମାର୍‌ୁଛନ୍ତି। ଏହାର ଏକ ଭିଡିଓ ସିଏସ୍‌କେ ଟୁଇଟର୍‌ ଆକାଉଣ୍ଟରୁ ଶେୟାର କରାଯାଇଛି। ଏଥିରେ ଧୋନୀ ଗୋଟିଏ ପରେ ଗୋଟିଏ ଛକା ମାରିଛନ୍ତି ଏବଂ ପ୍ରତ୍ୟେକ ଥର ବଲ ପଡ଼ିଆ ବାହାରେ ପଡୁଥିବାର ଦେଖାଯାଉଛି। ଏହି ଭିଡିଓରେ ଧୋନୀଙ୍କ ଦ୍ରୁତ ବ୍ୟାଟିଂ ଦେଖିବା ଅପେକ୍ଷା ଅଧିକ କୌତୁହଳପୂର୍ଣ୍ଣ ଥିଲା ଯେ ଛକା ବର୍ଷା ପରେ ସେ ସାଥୀ ଖେଳାଳିଙ୍କ ସହ ବଲ ଖୋଜିବା ଆରମ୍ଭ କରିଥିଲେ। ସେ ବୁଦା ଭିତରକୁ ଯାଇ ବଲ ଖୋଜିଥିଲେ।
ଗତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଖରାପ ଥିଲା। ଲିଗ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କରିବାକୁ ଦଳ ବଞ୍ଚିତ ହୋଇଥିଲା। ଧୋନିଙ୍କ ବ୍ୟାଟ ମଧ୍ୟ ଚୁପ ରହିଥିଲା। ସେ ୧୪ ଟି ମ୍ୟାଚରେ ୨୦୦ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ସେ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ତାଙ୍କ ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ ଜିତିଥିଲା । ତଥାପି, ସେହି ବିଫଳତାକୁ ଭୁଲି ଦଳ ଆଇପିଏଲ୍‌ ୨୦୨୧ରେ ଏକ ଭଲ ଆରମ୍ଭ କରିଥିଲା।
କରୋନା ଭାଇରସ କାରଣରୁ ଲିଗ ସ୍ଥଗିତ ରଖିବା ପୂର୍ବରୁ ସିଏସ୍‌କେ ୭ଟି ମ୍ୟାଚ ମଧ୍ୟରୁ ୫ ଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଧୋନୀଙ୍କ ବ୍ୟାଟରୁ ରନ ଆସି ନ ଥିଲା। ସେ ୭ଟି ମ୍ୟାଚରେ ମାତ୍ର ୩୭ ରନ ସଂଗ୍ରହ କରିଥିଲେ। ଏଭଳି ପରିସ୍ଥିତିରେ ସେ ଲିଗ ଦ୍ୱିତୀୟ ପର୍ଯ୍ୟାୟରେ ଏହାର କ୍ଷତିପୂରଣ ଦେବାକୁ ଚାହୁଁଛନ୍ତି। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହି ମ୍ୟାଚ ଦୁବାଇରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri