ଜାତୀୟ

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ ମାଡି ଆସୁଛି। ବୈଜ୍ଞାନିକମାନେ ଏହି ଆଷ୍ଟ୍ରୋଏଡର ନାମ 2024 XN1 ରଖିଛନ୍ତି। ନାସା କହିଛି…

୮୨ ବର୍ଷରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଏହି ମୁଖ୍ୟମନ୍ତ୍ରୀ, ରଖିଥିଲେ ଏତିକି ନମ୍ବର

ଚଣ୍ଡିଗଡ଼,୨୦ା୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମ୍‌ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି। କିନ୍ତୁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଏତେ ଥିଲା ଯେ, ସେ ୮୨ ବର୍ଷରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଇଥିଲେ।…

୨୦୧୪ରୁ ୨୦୨୪ ଭିତରେ ରାହୁଲଙ୍କ ବିରୋଧରେ ରୁଜୁ ହୋଇଛି ଏତିକି ମାମଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨:ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହାକୁ ନେଇ ଗୁରୁବାର ସଂସଦରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ସ୍ଥିତି ଏମିତି ହୋଇଛି ଯେ, ଶାସକ ଓ ବିରୋଧୀ ଦଳ ଏମପି ପରସ୍ପର ମଧ୍ୟରେ ଠେଲାପେଲା…

ଜେପିସିରେ ଲୋକ ସଭାର ୨୭, ରାଜ୍ୟ ସଭାର ୧୨ ଏମ୍‌ପି ସାମିଲ

ନୂଆଦିଲ୍ଲୀ,୨୦।୧୨: ଏକ ଦେଶ, ଏକ ନିର୍ବାଚନ ବିଲ୍‌ର ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି। କମିଟିରେ ଲୋକ ସଭାର ୨୭ ଏବଂ ରାଜ୍ୟସଭାର ୧୨ଜଣ ଏମ୍‌ପି ସାମିଲ ହୋଇଛନ୍ତି। ଅନ୍ୟପକ୍ଷେ ଜେପିସିରେ ଓଡ଼ିଶାର ୩ଜଣ ଏମ୍‌ପି ସାମିଲ…

ଭର୍ତ୍ତୃହରୀ ମହତାବଙ୍କୁ ବଡ଼ ଦାୟିତ୍ୱ ଦେବେ କେନ୍ଦ୍ର ସରକାର, ଏହି ପଦରେ…

ନୂଆଦିଲ୍ଲୀ,୨୦।୧୨: ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ଗଠିତ ଜେପିସି ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ଭର୍ତ୍ତୃହରୀ ମହତାବଙ୍କୁ ଏହି କମିଟିର ଚେୟାରମ୍ୟାନ କରିବା ପାଇଁ ବିଚାର କରାଯାଉଛି। ଗୁରୁବାର ପ୍ରକାଶ ପାଇଥିବା…

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ଚଣ୍ଡିଗଡ଼,୨୦ା୧୨: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ସେ ଆଜି ତାଙ୍କ ଗୁରୁଗାଓଁସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ…

ରାହୁଲଙ୍କୁ ନୀଳ ଟି-ଶର୍ଟରେ ଦେଖି ରାଗିଗଲେ ମାୟାବତୀ, ଦେଲେ ଏହି ପରାମର୍ଶ

ଲକ୍ଷ୍ନୌ,୨୦ା୧୨: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କଂଗ୍ରେସ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନୀଳ ଟି-ଶର୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି। ମାୟାବତୀ ରାହୁଲଙ୍କ ନୀଳ ଟି-ଶର୍ଟ ପିନ୍ଧାକୁ ଶସ୍ତା ରାଜନୀତି ବୋଲି…

ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ

କୋଚି,୨୦ା୧୨:କେରଳର କୋଚି ଅନ୍ତର୍ଗତ ବେନ୍ନାଲାରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଏବଂ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ମାଆଙ୍କୁ ନିଜ ଘର ଅଗଣାରେ ପୋତିଦେବା ଘଟଣାକୁ ନେଇ ପଡୋଶୀମାନେ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଦୀପ ନିଶାଗ୍ରସ୍ତ ଏବଂ ମାନସିକ ଭାବେ ଅସ୍ଥିର ଥିଲେ।…

ଧନ୍‌କରଙ୍କ ବିରୋଧରେ ଅନାସ୍ଥା ନୋଟିସ ଖାରଜ

ନୂଆଦିଲ୍ଲୀ,୨୦ା୧୨(ପି.ଟି.):ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସ୍‌କୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରିଦେଇଛନ୍ତି। ଏହା ଗମ୍ଭୀର ତ୍ରୁଟିପୂର୍ଣ୍ଣ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ଏବଂ ଧନ୍‌କରଙ୍କ ଖ୍ୟାତିକୁ ନଷ୍ଟ…

ବିଗିଡିଲା ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା, ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ରଦ୍ଦ

ନୂଆଦିଲ୍ଲୀ,୨୦।୧୨: ବିହାରର ରାଜଧାନୀ ପାଟନାଠାରୁ ବଡ ଖବର ଆସୁଛି। ବାସ୍ତବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସୂଚନାନୁସାରେ, ସିଏମ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅସୁସ୍ଥ ଥିବା ହେତୁ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।…

ଜୟପୁରରେ ଭୟଙ୍କର ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ, ଏବେ ବି ଫସିଛନ୍ତି ୪୬ ଲୋକ

ଜୟପୁର,୨୦।୧୨: ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜୟପୁରର ଆଜମେର ରୋଡ ନିକଟରେ ଏକ ସିଏନଜି ଟ୍ରକ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ଲାଗିଯାଇଥିଲା। ଏହି…

ଭାରତ ସହ ଶତ୍ରୁତା, ପାକିସ୍ତାନକୁ କୋଳଗ୍ରତ କରୁଛି ବାଂଲାଦେଶ

ଢାକା,୨୦।୧୨: ଗୋଟିଏ ପଟେ ବାଂଲାଦେଶ ଭାରତ ବିରୋଧରେ ପ୍ରତ୍ୟେକ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶ ପାକିସ୍ତାନ ସହ ସମ୍ପର୍କ ସୁଦୃଢ କରୁଛି। ଏହାର ମୁଖ୍ୟ କାରଣ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ‘ମୌଳିକବାଦୀ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?