ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତୁତି
ନୂଆଦିଲ୍ଲୀ/ଲକ୍ଷ୍ନୌ,୧୨ା୧୨: ଗତ ସପ୍ତାହରେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାର ଇଣ୍ଡିଆ ବ୍ଲକ୍ ସଦସ୍ୟମାନେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।…
ଭୋଟର ତାଲିକାରୁ ନାଁ କଟାଯିବାର ପ୍ରମାଣ ଦେଲା ଆପ୍
ନୂଆଦିଲ୍ଲୀ,୧୧ା୧୨: ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଭାଜପା ଭୋଟର ତାଲିକାରେ ଜାଲିଆତି ଉଦ୍ୟମ କରୁଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) ଅଭିଯୋଗ କରିଛି। କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବା ଆପ୍ର ନେତାମାନେ ବୁଧବାର ନିର୍ବାଚନ କମିଶନଙ୍କୁ…
ବିବାହ ବିଚ୍ଛେଦ ଅନୁମୋଦନ କରି ସ୍ୱାମୀଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ
ନୂଆଦିଲ୍ଲୀ,୧୧।୧୨: ଗତ କିଛିବର୍ଷ ମଧ୍ୟରେ ଭାରତରେ ବିବାହ ବିଚ୍ଛେଦ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଯୌତୁକ ନେବା ଉପରେ ଆଗରୁ ତର୍କ ବିତର୍କ ହେଉଥିବା ବେଳେ ଏବେ ବିବାହ ବିଚ୍ଛେଦ ପରେ ସ୍ତ୍ରୀମାନଙ୍କୁ ଦେବାକୁ ପଡୁଥିବା ଭରଣପୋଷଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…
ବିବାହରେ ୯୯% ପୁରୁଷଙ୍କ ଦୋଷ ରହିଥାଏ…, AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ କଙ୍ଗନାଙ୍କ ବୟାନ
ନୂଆଦିଲ୍ଲୀ,୧୧।୧୨: ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି। ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ସେ ସୋମବାର ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମରିବା ପୂର୍ବରୁ ସେ ପ୍ରାୟ ଦେଢ଼ ଘଣ୍ଟାର ଏକ…
‘ମହିଳା ସୁଇସାଇଡ କଲେ ବିନା ପ୍ରମାଣରେ ପୁରୁଷବନ୍ଧୁଙ୍କୁ କରାଯାଉଛି ଗିରଫ’, ଆଇନରେ ପରିବର୍ତ୍ତନ ପାଇଁ ଦାବି କଲେ ଅତୁଲଙ୍କ ଭାଇ
ବେଙ୍ଗାଲୁରୁ,୧୧।୧୨: ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ଆଇଟି କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଉଭୟ ପକ୍ଷରୁ ଅଭିଯୋଗ ଏବଂ ପ୍ରତିବାଦ ଆରମ୍ଭ ହୋଇଛି। ଅତୁଲଙ୍କ ଭାଇ ଆଇନର କାର୍ଯ୍ୟକାରିତା ଉପରେ ଗୁରୁତର ପ୍ରଶ୍ନ ଚିହ୍ନ ସୃଷ୍ଟି…
ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଦିଲ୍ଲୀ ଗଲେ ଫଡନାଭିସ-ଅଜିତ ପାଓ୍ବାର, ଶିନ୍ଦେଙ୍କୁ ନେଇ ଉଠୁଛି ପ୍ରଶ୍ନ
ମୁମ୍ବାଇ,୧୧।୧୨: ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ତୁତୁମେମେ ଦେଖାଦେଇଛି। ଏହି ସମୟରେ ଭାଜପା ନେତା କହିଛନ୍ତି ଯେ ଡିସେମ୍ବର ୧୪ରେ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ବୁଧବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର…
ଅବିଶ୍ୱାସ ପ୍ରସ୍ତାବକୁ ନେଇ କଂଗ୍ରେସରେ ଫାଟ! ଦସ୍ତଖତ କରିନାହାନ୍ତି ସୋନିଆ-ଖାର୍ଗେ
ନୂଆଦିଲ୍ଲୀ,୧୧।୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ହଟାଇବା ପାଇଁ ଇଣ୍ଡିଆ ମେଣ୍ଟ ତାଙ୍କ ବିରୋଧରେ ପ୍ରସ୍ତାବ ଆଣିଛି। ତେବେ ସଂସଦ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା, ଯେତେବେଳେ ଉପରାଷ୍ଟ୍ରପତିଙ୍କ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇଛି। ଏହି ପ୍ରସ୍ତାବ ପାରିତ କରିବାକୁ…
କଂଗ୍ରେସରୁ ଭରିଗଲା ମନ! ଏକାକି ବିଏମ୍ସି ନିର୍ବାଚନ ଲଢିବେ ଉଦ୍ଧବ ସେନା, କେଜରିଓ୍ବାଲ ବି ଫେରାଇଲେ ମୁହଁ
ନୂଆଦିଲ୍ଲୀ,୧୧।୧୨: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲିନାହିଁ। ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ସର୍ବପ୍ରଥମେ, ମମତା ବାନାର୍ଜୀ ନେତୃତ୍ୱ ଗ୍ରହଣ କରିବାକୁ ସଙ୍କେତ ଦେଇଥିଲେ। ଏହା ପରେ ବିହାରର…
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା, ବଢିଲା ଆଉ ଦୁଇଟା ଭତ୍ତା ଟଙ୍କା
ନୂଆଦିଲ୍ଲୀ,୧୧।୧୨: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା। କେନ୍ଦ୍ର ସରକାର ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) କୁ ୩% ବୃଦ୍ଧି କରିଥିଲେ। ଯାହା ୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସରକାର ଆଉ ଦୁଇଟି ଭତ୍ତା ବୃଦ୍ଧି କରିଛନ୍ତି।…
ସଂସଦ ପରିସରରେ ନୂଆ ଅନ୍ଦାଜରେ ରାହୁଲ, ଏହି ନେତାଙ୍କୁ ବଢେଇଦେଲେ ଗୋଲାପ, ସମସ୍ତେ ତାଜୁବ
ନୂଆଦିଲ୍ଲୀ,୧୧।୧୨: ଟି-ଶାର୍ଟ, ବ୍ୟାଗ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ନୂଆ ଷ୍ଟାଇଲ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଗୋଲାପ ଫୁଲ ବାଣ୍ଟିଛନ୍ତି। ରାହୁଲ କାହାକୁ ଗୋଲାପ…
ମୋଦିଙ୍କୁ ଭେଟିଲେ କପୁର ପରିବାର, କରିନା ନେଲେ ଅଟୋଗ୍ରାଫ, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୧୧।୧୨: ଭାରତୀୟ ସିନେମାର ମହାନ ଶୋ’ମ୍ୟାନ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଧୁମଧାମରେ ପାଳନ କରାଯିବ। କପୁର ପରିବାର ପୁରା ଦମରେ ଉତ୍ସବର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହାକୁ…
କୋଭିଡ ଭ୍ୟାକ୍ସିନ ପାଇଁ ହେଉଛି ହାର୍ଟ ଆଟାକ୍? ଜାଣନ୍ତୁ ସରକାରଙ୍କ ଜବାବ
ନୂଆଦିଲ୍ଲୀ,୧୧।୧୨: ଦେଶରେ ହୃଦଘାତରେ ଏବେ ଅନେ ଲୋକଙ୍କର ମୃତ୍ୟୁ ହେଉଥିବା ଖବର ଆସୁଛି। ବେଳେବେଳେ ନାଚୁଥିବା ବେଳେ କେବେ ଜିମରେ, ଲୋକମାନେ ଏହାକୁ କରୋନା ଟିକା ସହିତ ସଂଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ କରୋନା ଟିକା ଯୋଗୁଁ…

