ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ ମାଡି ଆସୁଛି। ବୈଜ୍ଞାନିକମାନେ ଏହି ଆଷ୍ଟ୍ରୋଏଡର ନାମ 2024 XN1 ରଖିଛନ୍ତି। ନାସା କହିଛି ଯେ ଏହି ଆଷ୍ଟ୍ରୋଏଡ ଘଣ୍ଟା ପ୍ରତି ୧୪,୭୪୩ ମାଇଲ ବେଗରେ ଗତି କରୁଛି, ଯାହା ପୃଥିବୀ ଠାରୁ ୪,୪୮୦,୦୦୦ ମାଇଲ ଦୂରତାରେ ପାଖ ଦେଇଯିବ। ଯାହା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତାର ୧୬ ଗୁଣ ଦୂର ଅଟେ। ନାସାର ବୈଜ୍ଞାନିକ ଚେତାବନୀ ଦେଇଛନ୍ତି, ଯଦିଓ ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀର ଅତି ନିକଟବର୍ତ୍ତୀ ହୋଇପାରେ, ତଥାପି ଏହା କୌଣସି ବିପଦ ସୃଷ୍ଟି କରିବ ନାହିଁ।

ମହାକାଶରେ ପୃଥିବୀ ନିକଟରେ ପାଖ ଦେଇ ଯାଉଥିବା ଏକ ଆଷ୍ଟ୍ରୋଏଡର ଘଟଣା ନୂଆ ନୁହେଁ। ବୈଜ୍ଞାନିକଙ୍କ ଅନୁଯାୟୀ, 2024 XN1 ପରି ଆଷ୍ଟ୍ରୋଏଡଗୁଡିକ ପ୍ରାରମ୍ଭିକ ସୌରମଣ୍ଡଳର ଉତ୍ପତ୍ତି ବୁଝିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ପୃଥିବୀ ନିକଟରେ ଯାଉଥିବା ପରବର୍ତ୍ତୀ ପାଞ୍ଚଟି ଆଷ୍ଟ୍ରୋଏଡ ମଧ୍ୟରେ 2024 XN1 ଆଷ୍ଟ୍ରୋଏଡ ସର୍ବ ବୃହତ ଅଟେ। ଏହା ସତ୍ତ୍ୱେ ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି ଯେ ପୃଥିବୀ ପାଖ ଦେଇ ଯାଉଥିଲେ ମଧ୍ୟ କୌଣସି ବିପଦ ନାହିଁ। ନାସାର ଆଷ୍ଟ୍ରୋଏଡ ୱାଚ ଡ୍ୟାସବୋର୍ଡ ସାହାଯ୍ୟରେ ଏହି ଆଷ୍ଟ୍ରୋଏଡ ଉପରେ ନଜର ରଖାଯାଉଛି। ନାସାର ଡ୍ୟାସବୋର୍ଡ ସେହି ସମସ୍ତ ଆଷ୍ଟ୍ରୋଏଡ ଏବଂ ଧୂମକେତୁ ବିଷୟରେ ସୂଚନା ଦେଇଥାଏ ଯାହା ପୃଥିବୀ ନିକଟରେ ଯାଇଥାଏ କିମ୍ବା ପୃଥିବୀ ସହିତ ଧକ୍କା ହେବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?