ଜାତୀୟ

ସତର୍କ ରୁହନ୍ତୁ, ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍‌ ହେଲେ ବି ହେବ କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍‌ ଆର୍‌ଟି-ପିସିଆର୍‌…

ଥାନାରେ ବିବାହ କଲେ ମହିଳା କନଷ୍ଟେବଳ, ଘୋଡ଼ା ଚଢ଼ି ବିଦା ହେଲେ ଶାଶୁଘର

ଜୟପୁର,୨୮।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। କରୋନା ମହାମାରୀ ଯୋଗୁ ଥାନାରୁ ତାଙ୍କୁ ଛୁଟି ମିଳିଲା…

ଅନୁମତି ପତ୍ର ଚିରିଲେ, ପଣ୍ଡିତଙ୍କୁ ମାରିଲେ ଚାପୁଡ଼ା; ବନ୍ଦ ରହିଲା ବାହାଘର

ଅଗରତାଲା,୨୮।୪: କରୋନା ମହାମାରୀ ସମୟରେ ବିବାହକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମାତ୍ର କିଛି ଲୋକ ଏହାକୁ ଉଲ୍ଲଂଘନ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅଗରତାଲାରେ। ଏଠାରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ବିବାହରେ…

କାହିଁକି ଭାରତରେ କରୋନା ସଂକ୍ରମଣ ବଢୁଛି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଲା ଉତ୍ତର

ନୂଆଦିଲ୍ଲୀ/ନ୍ୟୁୟର୍କ,୨୮।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ତେବେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ବେଶୀ ମାରାତ୍ମକ ଜଣାପଡୁଛି। ଏଥିରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ତେବେ ଭାରତରେ କାହିଁକି…

କରୋନାରେ ପୂର୍ବତନ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ମୁମ୍ବାଇ,୨୮।୪: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ପୂର୍ବତନ ଏମ୍‌ପି ଏକନାଥ ଗାଇକ୍ୱାଡ଼େଙ୍କର ବୁଧବାର ପୂର୍ବାହ୍ନ ୧୦ଟାରେ ମୃତ୍ୟୁ ଘଟିଛି। ମୁମ୍ବାଇର ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୦…

୧୫୦ ଜିଲାରେ ଜାରି ହେବ ଲକ୍‌ଡାଉନ୍‌: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପ୍ରସ୍ତାବ…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ୧୫୦ଟି ଜିଲାରେ ଲକ୍‌ଡାଉନ୍‌ ଜାରି କରିବା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୧୫ ପ୍ରତିଶତ…

ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ମୃତ…

ଥାଣେ,୨୮।୪: ମହାରାଷ୍ଟ୍ରର ଥାଣେର ମୁମ୍ବ୍ରାସ୍ଥିତ ପ୍ରାଇମ୍‌ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଭୋର୍‌ ୩ଟା ୪୦ରେ…

୩୧ ମେ’ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ…

ଭୋପାଳ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ପ୍ରଥମରୁ ଆରମ୍ଭ କରି ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିଛି। ତେବେ ମହାମାରୀ ସଙ୍କଟ ସମୟରେ ଛାତ୍ରୀଛାତ୍ର…

ଲିଭୁନି ଚିତା: ଅନ୍ତିମ ସଂସ୍କାର ଲାଗି ଧାଡ଼ିରେ ଅପେକ୍ଷା…

ନୂଆଦିଲ୍ଲୀ,୨୮।୪: ଭାରତର କରୋନା ମହାମାରୀ ସଂକ୍ରମଣ ସଙ୍କଟ ସ୍ଥିତି ସୃଷ୍ଟି କରିଛି। ଗତ ବର୍ଷଠାରୁ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଦେଶର ୨ ଲକ୍ଷ ୧ ହଜାର ୧୮୭ ଜଣଙ୍କ ମୃତ୍ୟୁ ଘଟିଲାଣି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର…

ଦେଶରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା: ଜାଣନ୍ତୁ ସାରା ବିଶ୍ୱରେ ଭାରତର ସ୍ଥିତି କେଉଁଠି

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନାର ଦ୍ୱିତୀୟ ଲହର ବିପର୍ଯ୍ୟୟ ସୃଷ୍ଟି କରିଛି। ଏହାର ଫଳସସ୍ବରୂପ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବୁଧବାର ମୃତକଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ବୁଧବାର ପ୍ରଥମ ଥର…

ବିପଦ ଉପରେ ବିପଦ: ସକାଳୁ ସକାଳୁ ଥରିଲା ଆସାମ…

ଗୁଆହାଟି,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସିଲି। ଆସାମ ସୋନିତ୍‌ପୁରରେ ବୁଧବାର ୭ଟା ୫୧ରେ ଭୂକମ୍ପ ହୋଇଛି। ଏହାପରେ ଲଗାତାର ୫ ଥର ଭୂକମ୍ପ ହୋଇଛି। ଏହାର ତୀବ୍ରତା…

କରୋନାରେ ବାଜପେୟୀଙ୍କ ଭାଣିଜୀଙ୍କ ପରଲୋକ

ରାୟପୁର, ୨୮ା୪: କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମ୍‌ପି କରୁଣା ଶୁକ୍ଳାଙ୍କ ମଙ୍ଗଳବାର ରାୟପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ କରୁଣା କରୋନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri