Posted inଜାତୀୟ

କମ୍ପାନୀଠାରୁ ରେମେଡେସିଭିର କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୯।୫: କେନ୍ଦ୍ର ସରକାର ଏଣିକି ରାଜ୍ୟ ସରକାରଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇଦେବେ ନାହିଁ। ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାର ସିଧାସଳଖ କମ୍ପାନୀ ସହ ଯୋଗାଯୋଗ କରି ପାରିବେ।

ରେମଡେସିଭିର କମ୍‌ ଉତ୍ପାଦନ ହେତୁ କେନ୍ଦ୍ର ସରକାର ରାଜ୍ୟକୁ ଏହି ଇଞ୍ଜେକ୍ସନ ଯୋଗାଇ ଦେଉଥିଲେ। ବର୍ତ୍ତମାନ ରାଜ୍ୟ ସରକାର ନିଜ ଆବଶ୍ୟକତା ଅନୁଯାୟୀ ଏହି ଇଞ୍ଜେକ୍ସନ କିଣି ପାରିବେ। ରାସାୟନିକ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶନିବାର ଏହି ସୂଚନା ଦେଇଛନ୍ତି। ରେମେଡେସିଭିର ଇଞ୍ଜେକ୍ସନ ରାଜ୍ୟକୁ ଆବଣ୍ଟନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରକି ସରକାର ଦେଶରେ ରେମେଡେସିଭିର ଇଞ୍ଜେକ୍ସନର ଆବଶ୍ୟକତା ଉପରେ ନଜର ରଖିବା ପାଇଁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ସୂଚନା ମୁତାବକ, ଦେଶରେ ରେମେଡେସିଭିର ଇଞ୍ଜେକ୍ସନ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨୦ ପ୍ରତିଶତରୁ ୬୦ ପ୍ରତିଶତିକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଚାହିଦା ଅପେକ୍ଷା ଅଧିକ ଯୋଗାଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ଏନଟିଆରଙ୍କ କଜିନ ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ

ଚେନ୍ନାଇ,୧୯ ।୨:  ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ଶନିବାର ପରଲୋକ ହୋଇଛି । ତାଙ୍କୁ ବେଙ୍ଗାଲୁରୁର...

ଦୀପାବଳୀ ସୁଦ୍ଧା କମିଯିବ କରୋନା ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣ ଏବେ ବେଳକୁ ବେଳ ବଢି ଚାଲିଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥତାହାର ମଧ୍ୟ ବଢିଛି। ହେଲେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ଲୋକେ...

ମୁଣ୍ଡରେ ସିନ୍ଦୁର, ହାତରେ ମେହେନ୍ଦୀ ଲଗାଇ ସଂସଦରେ ଶପଥ ନେବା ପାଇଁ ପହଞ୍ଚିଲେ ନୁସରତ

ନୂଆଦିଲ୍ଲୀ,୨୫।୬: ୧୭ତମ ଲୋକ ସଭାରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର...

‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍‌

କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି।...

କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ...

ଇଚ୍ଛା ବିରୋଧରେ କାହାକୁୁ ଦିଆଯିବନାହିଁ କରୋନା ଟିକା: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କି କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ତାଙ୍କୁ କରୋନା ଟିକା ଦିଆଯାଇ ପାରିବ ନାହିଁ । ଭିନ୍ନକ୍ଷମମାନଙ୍କ...

ମୋଦି-ଶାହା ଯୋଡ଼ିଙ୍କ ଚୌକା ଛକା: ୭ ବର୍ଷରେ ୭ ରାଜ୍ୟରେ ଅସମ୍ଭବ ହୋଇଛି ସମ୍ଭବ

ନୂଆଦିଲ୍ଲୀ, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଯୋଡ଼ି ବେଶ୍‌ ସଫଳ ରହିଛି। ୨୦୧୪ ଠାରୁ ଗତ ୭ ବର୍ଷ...

ଆଇଏଏସ୍‌ ଟପର୍ସଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ ଶେଷ

ଜୟପୁର,୧୧।୮: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଟିନା ଡାବି ଏବଂ ତାଙ୍କ ଆଇଏଏସ ସ୍ବାମୀ ଅଥର ଅମିରଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଉଭୟ ପ୍ରାୟ...

Advertisement
Archives

Model This Week