ଆମକୁ ଘରକୁ ପଠାନ୍ତୁନି ସାର୍‌, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…

ଗାଜିଆବାଦ୍‌,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜେଲ୍‌ରେ ଭିଡ଼ କମ୍‌ କରିବା ଲାଗି କଏଦୀଙ୍କୁ ପାରୋଲ୍‌ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ସାଧାରଣତଃ ଘରକୁ ଯିବାକୁ କଏଦୀ ଚାହିଁଥାନ୍ତି। ମାତ୍ର ଉତ୍ତରପ୍ରଦେଶ ଗାଜିଆବାଦ୍‌ର ଡାସନା ସ୍ଥିତ ଜିଲା ଜେଲ୍‌ର ୪ ଜଣ କଏଦୀ ଘରକୁ ପାରୋଲରେ ନ ଯିବାକୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସେମାନେ ୭ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। ଜେଲ୍‌ ଭିତରେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି। ଯୋଗ ଶିକ୍ଷା ସହିତ ଗରମ ପାଣି ବାଷ୍ପ, ଆବଶ୍ୟକ ଚିକିତ୍ସା ମଧ୍ୟ କରାଯାଉଛି। ମାତ୍ର ବାହାରେ ଏସବୁ ମିଳିବନି ବୋଲି ସେମାନେ କହିଛନ୍ତି। ଜେଲ୍‌ରେ ନୁହେଁ ବାହାରେ ବିପଦ ଥିବା ସେମାନେ କହିଛନ୍ତି। ତେଣୁ ସେମାନେ ଅଧିକାରୀଙ୍କୁ କହିଛନ୍ତି ଯେ, ସାର୍‌ ଆମକୁ ପାରୋଲରେ ଘରକୁ ପଠାନ୍ତୁନି। ଏହା ସହିତ ଜେଲ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ୬୦ ଦିନିଆ ପାରୋଲକୁ ସେମାନେ ମନା କରିଛନ୍ତି। ସେମାନଙ୍କ ଅନୁରୋଧକୁ ଜେଲ୍‌ ଅଧିକାରୀ ଗ୍ରହଣ କରିନେଇଛନ୍ତି। କଏଦୀଙ୍କ ଏଭଳି ମତ ନେଇ ଡିଜି ଆନନ୍ଦ କୁମାର ଡାସନା ଜେଲ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ...

ଶହୀଦଙ୍କ ମୃତଦେହ ଖୋଜୁଛି ବାୟୁସେନା, ବାଧକ ସାଜିଛି ଝଡବର୍ଷା

ରାୟପୁର,୪।୪: ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ...

ଘୋଷଣା ହେଲା ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ: ୫ ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏକ ଖବରଦାତା ସମ୍ମିଳନୀରେ ଏଥିପାଇଁ ତାରିଖ ଘୋଷଣା...

ଆସାମର ୭ ଜିଲାରେ ସମ୍ପୂର୍ଣ୍ଣ ଲକଡାଉନ୍‌

ଗୁଆହାଟି,୬ ।୭: କରୋନା ସଂକ୍ରମଣକୁ ଦେଖି ଏବେବି ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି । କିଛି ରାଜ୍ୟରେ ଆଶିଂକ କୋହଳ କରାଯାଇଥିବା ବେଳେ...

ସାବଧାନ: ପାକିସ୍ତାନରୁ ଆସୁଛି ‘କୌନ ବନେଗା କରୋଡପତି’ ମେସେଜ୍‌

ନୂଆଦିଲ୍ଲୀ,୨୩।୯: ସୁରକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଭାରତର ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ କୁ ବଦନାମ କରିବାକୁ ପାକିସ୍ତାନର କେତେ ଜଣ ଲୋକ...

ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ...

୧୬ ଗର୍ଲଫ୍ରେଣ୍ଡ୍‌ଙ୍କ ଇଚ୍ଛା ପୂରଣ ପାଇଁ ଯୁବକ କଲେ ଏମିତି କିଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହରିୟାଣାରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏକ ଏମିତି ଚୋରକୁ ଧରିଛି ଯେ କି ନିଜ ୧୬ ଜଣ ଗର୍ଲଫ୍ରେଣ୍ଡଙ୍କ ପାଇଁ ମହଙ୍ଗା ଗାଡି...

ଲଦାଖ ସ୍କାଉଟ୍ସର ନିର୍ଭୀକ ପରିବାର

ଲେହ: ଭାରତର ସୀମାରେ ଜଗି ରହିଥିବା ଯବାନଙ୍କ ଭଳି ଲଦାଖ ସ୍କାଉଟ୍ସ ବେଶ୍ ପରିଚିତ । ଏମାନେ ‘ମାଟିର ପୁତ୍ର’ ଭାବେ ବେଶ୍ ଜଣାଶୁଣା ।...

Advertisement
Archives

Model This Week