Posted inଜାତୀୟ

କରୋନାରେ ଅନାଥ ପିଲାଙ୍କୁ ମିଳିବ ମାଗଣା ଶିକ୍ଷା, ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଅନାଥ ପିଲାଙ୍କୁ ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌ ସ୍କିମ୍‌ରେ ମାଗଣା ଶିକ୍ଷା ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୧୮ ବର୍ଷ ବୟସ ହେବା ପରେ ଏହି ପିଲାଙ୍କୁ ମାସିକ ଭତ୍ତା ଦିଆଯିବ। ପରେ ସେମାନଙ୍କୁ ୨୩ ବର୍ଷ ପରେ ଏକକାଳୀନ ୧୦ ଲକ୍ଷ ଟଙ୍କା ପିଏମ୍‌ କେୟାର୍ସ ପାଣ୍ଠିରୁ ମିଳିବ।

ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଦିଆଯିବ। ଏହି ଋଣର ସୁଧ ପିଏମ୍‌ କେୟାର ମାଧ୍ୟମରେ ପ୍ରଦାନ କରାଯିବ। ଏପରିକି ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଯୋଗଇ ଦିଆଯିବ। ଏହାର ପ୍ରିମିୟମ ମଧ୍ୟ ପିଏମ୍‌ରୁ ପୈଠ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଲାମାନେ ଦେଶର ଭବିଷ୍ୟତକୁ ପ୍ରତିନିଧିତ୍ୱ କରୁଛନ୍ତି। ସେମାନଙ୍କୁ ସମର୍ଥନ ତଥା ସୁରକ୍ଷା ଦେବା ପାଇଁ ଦେଶ ଯଥା ସମ୍ଭବ ଉଦ୍ୟମ କରିବ।

୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ବ୍ୟବସ୍ଥା

୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ସ୍କୁଲରେ ନାମ ଲେଖିବାକୁ ଅନୁମତି ମିଳିବ। ଯଦି କୌଣସି ପିଲା ଘରୋଇ ସ୍କୁଲରେ ନାମ ଲେଖାଇବେ, ତାଙ୍କୁ ଶିକ୍ଷାଦାନ ଅଧିକାର ନିୟମ ଅନୁଯାୟୀ ଫି’ ପ୍ରଦାନ କରାଯିବ। ଏହି ଅର୍ଥ ପିଏମ୍‌ କେୟାର୍ସରୁ ଦିଆଯିବ।

୧୧ରୁ ୧୮ ବର୍ଷର ପିଲାଙ୍କ ପାଇଁ ବ୍ୟବସ୍ଥା

ଏହି ବର୍ଗର ପିଲାଙ୍କୁ ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଆବାଦିକ ସ୍କୁଲରେ ଆଡମିସନ ମିଳିବ। ଯଦି ପିଲାମାନଙ୍କୁ ସେମାନଙ୍କ ସମ୍ପର୍କୀୟ ପାଖରେ ରଖିବାକୁ ଚାହାନ୍ତି, ତା’ହେଲେ ସେମାନଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ।

ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା

ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ କାର୍ଯ୍ୟକାରୀ ହେଉଥିବା ଶିକ୍ଷା ଋଣ ପ୍ରଦାନ କରାଯିବ। ଏହାର ସୁଧ ପିଏମ୍‌ କେୟାର୍ସରୁ ପ୍ରଦାନ କରାଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ, ଟ୍ୟୁଶନ ଫି’ କିମ୍ବା ଅନ୍ୟ ପାଠ୍ୟକ୍ରମ ପାଇଁ ଅର୍ଥ ଯୋଗାଇ ଦିଆଯିବ। ଯଦି କୌଣସି ପିଲାମାନେ ମେଧାବୃତ୍ତି ତାଲିକାରେ ଆସୁନାହାନ୍ତି, ସେମାନଙ୍କୁ ପିଏମ୍‌ କେୟାର୍ସରୁ ମେଧାବୃତ୍ତି ଆର୍ଥିକ ସହାୟତା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସହ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ କୁମାରସ୍ବାମୀ: କହିଲେ, ‘ପ୍ରତିଟି ମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି’

ବେଙ୍ଗାଲୁର,୧୯।୬: କର୍ନାଟକରେ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ପୁଣି ଥରେ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚ୍‌.ଡି....

ଅନ୍ନଦାତାଙ୍କୁ ସମର୍ଥନ: ଇସ୍ତଫା ଦେଲେ ଡିଆଇଜି

ଚଣ୍ଡିଗଡ଼,୧୩।୧୨: କୃଷି ଆଇନ ନେଇ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବର ଜେଲ ଡିଆଇଜି ଲଖଓ୍ବିନ୍ଦର ସିଂ ଝାଖଡ ରବିବାର ଇସ୍ତଫା ଦେଇଛନ୍ତି।...

ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଏନ୍‌ସିଆର, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରବେଶର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର...

ଜାକିରଙ୍କୁ ସଂଗୀତ ନାଟକ ଏକାଡେମୀ ଫେଲୋଶିପ୍‌

ନୂଆଦିଲ୍ଲୀ,୧୭ା୭(ପି.ଟି.): ବିଶିଷ୍ଟ ତବଲା ବାଦକ ଜାକିର ହୁସେନ୍‌, ଅହମିୟା ନୃତ୍ୟଶିଳ୍ପୀ ତଥା ନିର୍ଦ୍ଦେଶକ ଯତୀନ ଗୋସ୍ବାମୀ(ସତ୍ରୀୟ) ଏବଂ କେ. କଲ୍ୟାଣସୁନ୍ଦରମ୍‌ ପିଲାଇ(ଭାରତନାଟ୍ୟମ୍‌)ଙ୍କୁ ସଂଗୀତ ନାଟକ ଏକାଡେମୀର...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଡାଲଚିନି ମିଶା କ୍ଷୀର

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ...

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣିି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର...

କରୋନା ଭାଇରସ ପାଇଁ ଜାରି ହେଲା ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର

ନୂଆଦିଲ୍ଲୀ,୧୫।୩: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୧୦୮। ଏବେ ସୁଦ୍ଧା ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ଜଣ...

ସ୍ବରାଜ କୌଶଳଙ୍କୁ ପ୍ରେମ ବିବାହ କରିବା ପାଇଁ ପିତାଙ୍କୁ ମନର କଥା ଖୋଲି କହିଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ପ୍ରେମ ବିବାହ କରିବା ପାଇଁ ନିଜ ମନର କଥା ପିତା ହରଦେବ ଶର୍ମାଙ୍କୁ ଖୋଲି କହିଥିଲେ। ପିତା...

Advertisement
Archives

Model This Week