Posted inଜାତୀୟ

ପଶ୍ଚିମବଙ୍ଗବାସୀଙ୍କ କଲ୍ୟାଣ ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ: ମମତା

କୋଲକାତା,୨୯।୫: ବାତ୍ୟା ‘ୟାସ’ ପ୍ରଭାବରେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏଥିନିମନ୍ତେ ସେ ଏକ ବୈଠକ ମଧ୍ୟ କରିଥିଲେ। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଅଧାଘଣ୍ଟା ଅପେକ୍ଷା କରାଇଥିଲେ। ମମତା ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ସମାନ ସ୍ଥାନରେ ଥାଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ ଏବଂ ଅଧାରୁ ଉଠିଯାଇଥିଲେ। ମମତାଙ୍କ ଏଭଳି ବ୍ୟବହାରକୁ ସୋସିଆଲ ମିଡିଆରେ ନାପସନ୍ଦ କରାଯିବା ପରେ ଟିଏମ୍‌ସି ଓ ଭାଜପା ଏବେ ମୁହାଁମୁହିଁ ହୋଇଛନ୍ତି।

ଗୋଟିଏ ପଟେ ସମାନ ସ୍ଥାନରେ ଥାଇ ମଧ୍ୟ ଠିକ୍‌ ସମୟରେ ମୁଖ୍ୟମନ୍ତ୍ରୀ ନ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରି ନ ଥିବା ଭାଜପା କହିଛି। ସେହିଭଳି ବୈଠକ ପାଇଁ ଦିଆଯାଇଥିବା କାର୍ଯ୍ୟସୂଚି ପୂର୍ବରୁ ବୈଠକ ଆରମ୍ଭ ହୋଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ବୋଲି ଟିଏମ୍‌ସି କହିଛି। ଏହାଛଡ଼ା ମମତା ନିଜେ ପ୍ରଶ୍ନ କରିବା ସହ ଭିନ୍ନ ଅପିଲ୍‌ କରିଛନ୍ତି।

ବାତ୍ୟାର ସମୀକ୍ଷା ପାଇଁ ଭାଜପା ନେତା ଓ ରାଜ୍ୟପାଳଙ୍କୁ କାହିଁକି ଡକାଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥାନ୍ତା, ଏଣୁ ଅପମାନିତ ଅନୁଭବ କରିଛି ବୋଲି ସେ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ବଙ୍ଗଳାବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ପାଦ ଛୁଇଁବାକୁ କୁହନ୍ତି ତେବେ ମୁଁ ତାହା କରିବାକୁ ପ୍ରସ୍ତୁତ, ହେଲେ ମୋତେ ଅପମାନିତ କରାଯିବା ଉଚିତ ନୁହେଁ ବୋଲି ସେ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri