ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ
ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ ପାର୍ଟି (ବିଏସ୍ପି) ଅଧ୍ୟକ୍ଷ ମାୟାବତୀ ପୁଣିଥରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜନଗଣନା କଥା…
ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି
ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି ଟଙ୍କା । ସେହିପରି ସିଲଭର ବା ରୌପ୍ୟ ପଦକ…
ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ସ୍ୱାଗତ, ବଦଳୁ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ: କଂଗ୍ରେସ
ନୂଆଦିଲ୍ଲୀ,୬ ।୮: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ପଦକ ଜିତିବା ପରେ ଦେଶରେ ଏକ ପ୍ରକାର ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାମ ପରିବର୍ତ୍ତନ…
କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍
ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ କ୍ୟାପଟେନ କୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା…
କରୋନା ପାଇଁ ଏବେବି ସାବଧାନ ରହିବା ଜରୁରୀ: ଡବ୍ଲୁଏଚ୍ଓ
ନୂଆଦିଲ୍ଲୀ,୬ ।୮: କରୋନା ସଂକ୍ରମଣର ଦ୍ୱତୀୟ ଲହର ବେଳକୁ ବେଳ କମ୍ ହେଉଛି ସତ । ହେଲେ ଏହାର ତୃତୀୟ ଲହରର ସମ୍ଭାବନାକୁ ଦେଖି ଏବେବି ସତର୍କ ରହିବା ଜରୁରୀ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) । ଦ୍ୱିତୀୟ ଲହର…
ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଗୃହମନ୍ତ୍ରୀଙ୍କ ୩ଟି ସ୍ଥାନରେ ଇଡିର ଚଢ଼ାଉ
ମୁମ୍ବାଇ,୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣିଥରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ବିବାଦ ଘେରକୁ ଆସିଥିବା ଅନିଲ ଦେଶମୁଖଙ୍କ ନାଗପୁର…
ରାଜୌରୀରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୨ଆତଙ୍କବାଦୀ ନିପାତ
ଜମ୍ମୁ,୬।୮:ଜମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜୌରୀ ଜିଲାର ଥାନାମାଣ୍ଡି ଜଙ୍ଗଲ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ…
ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର
ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହରିଆଣା ସରକାର ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।…
କୃଷକ ଆନ୍ଦୋଳନ ସମର୍ଥନରେ ବିରୋଧିଙ୍କ ଜନ୍ତର ମନ୍ତରରେ ପ୍ରଦର୍ଶନ
ନୂଆଦିଲ୍ଲୀ,୬ ।୮: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରି ଶୁକ୍ରବାର ପାଖାପାଖି ୧୪ ବିରୋଧି ଦଳ ନେତା ଜନ୍ତରମନ୍ତର ପହଞ୍ଚିଛନ୍ତି । ଏଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀବି ସାମିଲ ଅଛନ୍ତି । ଜନ୍ତର ମନ୍ତରରେ ବିରୋଧୀ…
ସିଙ୍ଗଲ ଡୋଜ ଭ୍ୟାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଜନ୍ସନ୍ ଆଣ୍ଡ ଜନ୍ସନ୍
ନୂଆଦିଲ୍ଲୀ,୬।୮: ଆମେରିକାର ଫାର୍ମା କମ୍ପାନୀ ଜନ୍ସନ୍ ଆଣ୍ଡ ଜନ୍ସନ୍ କମ୍ପାନୀ ଭାରତରେ କରୋନା ବିରୋଧରେ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତି ଜାରି କରାଯାଇଛି। ଜନ୍ସନ୍ ଆଣ୍ଡ ଜନ୍ସନ୍…
ପ୍ରଧାନମନ୍ତ୍ରୀ ମୋଦି ଫୋନ କରିବା ମାତ୍ରେ କାନ୍ଦିଲେ ମହିଳା ହକି ଖେଳାଳି
ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ ସାନ୍ତ୍ୱନା…
ଅଗଷ୍ଟ ୧୫ ପୂର୍ବରୁ ଲାଲ କିଲ୍ଲାରେ ବଢ଼ିଲା ସୁରକ୍ଷା
ନୂଆଦିଲ୍ଲୀ,୬।୮: ସ୍ବାଧୀନତା ଦିବସ ତଥା ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ରାଜରାସ୍ତାରେ ଏବେ ବି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏଭଳି ସ୍ଥିତିରେ ଜାନୁଆରୀ ୨୬ରେ ହୋଇଥିବା ହିଂସାକୁ…

