କରୋନା ପାଇଁ ଏବେବି ସାବଧାନ ରହିବା ଜରୁରୀ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ,୬ ।୮: କରୋନା ସଂକ୍ରମଣର ଦ୍ୱତୀୟ ଲହର ବେଳକୁ ବେଳ କମ୍ ହେଉଛି ସତ । ହେଲେ ଏହାର ତୃତୀୟ ଲହରର ସମ୍ଭାବନାକୁ ଦେଖି ଏବେବି ସତର୍କ ରହିବା ଜରୁରୀ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) । ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ପ୍ରାୟ ପ୍ରତି ରାଜ୍ୟ ସରକାର ସ୍କୁଲ, କଲେଜ ଖୋଲିବା କଥା ଚିନ୍ତା କରି ସାରିଲେଣି । କିଛି ସ୍ଥାନରେ ସ୍କୁଲ କଲେଜ ଖୋଲି ଗଲାଣି । ଅନ୍ୟ ସମସ୍ତ କଟକଣାରେ ବି ସାମାନ୍ୟ ଢିଲା ଦିଆଯାଇଛି । ହେଲେ ଏବେବି କରୋନାର ଭୟ ସମ୍ପୂର୍ଣ୍ଣ ଭାବେ ଯାଇ ନାହିଁ । ତେଣୁ ଏହାକୁ ଦେଖି ଡବ୍ଲୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମିନାଥନ କହିଛନ୍ତି ଏବେବି ଆମକୁ ସତର୍କ ରହିବାକୁ ପଡିବ । ସାମାନ୍ୟ ଅବହେଳା ପୁଣି ଆମକୁ ଅସୁବିଧାରେ ପକାଇପାରେ । ଅତିକମରେ ଆମକୁ ଆଉ ୬ ମାସ ସାବଧାନ ରହିବାକୁ ହେବ ବୋଲି ସେ କହିଛନ୍ତି । କାରଣ ୬ ମାସ ମଧ୍ୟରେ ଯଦି ଟିକାକରଣ ଆଖି ଦୃଶିଆ ହୋଇଥିବ ତେବେ ଆମେ ସାମାନ୍ୟ ଆଶ୍ୱସ୍ତ ହେବା ବୋଲି ସେ କହିଛନ୍ତି । କରୋନାଠାରୁ ଦୂରେଇ ରହିବାର ଏକମାତ୍ର ଉପାୟ ଟିକାକରଣ ବୋଲି ସେ କହିଥିବା ବେଳେ ସବୁ ଦେଶ ଏହା ଉପରେ ଗୁରୁତ୍ୱ ଦେବାକୁ ଡବ୍ଲୁଏଚ୍‌ଓ କହିଛି । ସେପ୍ଟେମ୍ବର ଶେଷ ବେଳକୁ ପ୍ରତି ଦେଶରେ ଅତିକମରେ ୧୦ ପ୍ରତିଶତ ଟିକାକରଣ ଜରୁରୀ ବୋଲି ସେ କହିଛନ୍ତି । ଏହାସହ ୨୦୨୨ ବେଳକୁ ଅତିକମରେ ୭୦ ପ୍ରତିଶତ ଟିକାକରଣ ଜରୁରୀ । ନଚେତ୍ ଆମେ କରୋନା ଯୁଦ୍ଧରେ ଜିତିବା କଷ୍ଟ ହୋଇ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri