Posted inଜାତୀୟ

ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ସ୍ୱାଗତ, ବଦଳୁ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ: କଂଗ୍ରେସ

ନୂଆଦିଲ୍ଲୀ,୬ ।୮: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ପଦକ ଜିତିବା ପରେ ଦେଶରେ ଏକ ପ୍ରକାର ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ କରି ଦେଇଛନ୍ତି । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ଆମେ ସ୍ୱାଗତ କରୁଛୁ । ଏହା ଯେମିତି ସମ୍ଭବ ହେଲା ସେହିପରି ନରେନ୍ଦ୍ର ମୋଦି ଓ ଅରୁଣ ଜେଟଲି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଉ । ଏହା କୌଣସି ଖେଳାଳିଙ୍କ ନାମରେ ନାମିତ କରାଯାଉ । ଯଦି ଏମିତି କାମ ଆରମ୍ଭ କରାଯାଇଛି ତେବେ ଭଲଭାବେ କରାଯାଉ ବୋଲି ସେ କହିଛନ୍ତି । ସୁରଜେୱାଲା କହିଛନ୍ତି, ରାଜୀବ ଗାନ୍ଧୀ ଏହି ଦେଶର ନାୟକ ଥିଲେ । ସେ କୌଣସି ପୁରସ୍କାର ସହ ନ ଥିଲେ । ତାଙ୍କ ନିଜସ୍ୱ ପରିଚୟ ହିଁ ତାଙ୍କ ପାଇଁ ବହୁତ ଥିଲା । ଆଧୁନିକ ଭାରତର ନିର୍ମାଣ ପାଇଁ ସେ ବେଶ୍ ଜଣାଶୁଣା । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଏହା ଏକ ସମ୍ମାନ ହୋଇଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ । କିନ୍ତୁ ଏହାଯଦି ମୋଦିଙ୍କ ହୀନ ରାଜନୀତି ମଧ୍ୟକୁ ଚାଲିଯାଇ ନ ଥାଆନ୍ତା ତେବେ ଆମେ ଷ୍ଟାଡିୟମର ନାମ ପରିବର୍ତ୍ତନ କଥା ଉଠାଇ ନ ଥାଆନ୍ତୁ । ଏବେ ସମୟ ଆସିଛି ମୋଦି ଓ ଜେଟଲିଙ୍କ ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଖେଳାଳିଙ୍କ ନାମରେ ରଖାଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା...

‘ନୀତିଶ କୁମାରଙ୍କ ବିରୋଧରେ ଷଡ଼ଯନ୍ତ୍ର’

ପାଟନା,୭।୮: ବିହାରରେ ରାଜନୀତି ସରଗରମ ହୋଇଛି। ଅଗଷ୍ଟ ୬ରେ ଆରସିପି ସିଂ ଜେଡିୟୁ ଛାଡିବା ପରେ ଏବେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ...

ଜେଲ୍‌ରୁ ମୁକ୍ତ ହେବେ ରାଜୀବ ଗାନ୍ଧୀଙ୍କ ହତ୍ୟାକରୀ: ନଳିନୀଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଏବେ ମୁକ୍ତ ହେବେ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ଆବେଦନର...

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ ଭଳି, ଯଦି ଆପଣ…’, କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ଇଡି ଅଧିକାରୀ

ମୁମ୍ବାଇ,୧୮।୭: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ। ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ୨ଟି...

ସିଏଏକୁ ବିରୋଧ କରି ମୁସଲମାନ୍‌ ମହିଳା ହୋଇପାରିଛନ୍ତି ସଚେତନ: ସୁମିତ୍ରା ମହାଜନ

ନୂଆଦିଲ୍ଲୀ, ୧୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏନେଇ କେତେକ ଭାଜପା ନେତା ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଦିଲ୍ଲୀର...

ବାଂଲାଦେଶକୁ ହାତେଇବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ,୨୧ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ସବୁଠୁ ଖରାପ ସ୍ଥିତିକୁ ଆସିଯାଇଛି। ଏବେ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

Advertisement
Archives

Model This Week