Posted inଜାତୀୟ

ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ସ୍ୱାଗତ, ବଦଳୁ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ: କଂଗ୍ରେସ

ନୂଆଦିଲ୍ଲୀ,୬ ।୮: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ପଦକ ଜିତିବା ପରେ ଦେଶରେ ଏକ ପ୍ରକାର ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ କରି ଦେଇଛନ୍ତି । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ଆମେ ସ୍ୱାଗତ କରୁଛୁ । ଏହା ଯେମିତି ସମ୍ଭବ ହେଲା ସେହିପରି ନରେନ୍ଦ୍ର ମୋଦି ଓ ଅରୁଣ ଜେଟଲି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଉ । ଏହା କୌଣସି ଖେଳାଳିଙ୍କ ନାମରେ ନାମିତ କରାଯାଉ । ଯଦି ଏମିତି କାମ ଆରମ୍ଭ କରାଯାଇଛି ତେବେ ଭଲଭାବେ କରାଯାଉ ବୋଲି ସେ କହିଛନ୍ତି । ସୁରଜେୱାଲା କହିଛନ୍ତି, ରାଜୀବ ଗାନ୍ଧୀ ଏହି ଦେଶର ନାୟକ ଥିଲେ । ସେ କୌଣସି ପୁରସ୍କାର ସହ ନ ଥିଲେ । ତାଙ୍କ ନିଜସ୍ୱ ପରିଚୟ ହିଁ ତାଙ୍କ ପାଇଁ ବହୁତ ଥିଲା । ଆଧୁନିକ ଭାରତର ନିର୍ମାଣ ପାଇଁ ସେ ବେଶ୍ ଜଣାଶୁଣା । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଏହା ଏକ ସମ୍ମାନ ହୋଇଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ । କିନ୍ତୁ ଏହାଯଦି ମୋଦିଙ୍କ ହୀନ ରାଜନୀତି ମଧ୍ୟକୁ ଚାଲିଯାଇ ନ ଥାଆନ୍ତା ତେବେ ଆମେ ଷ୍ଟାଡିୟମର ନାମ ପରିବର୍ତ୍ତନ କଥା ଉଠାଇ ନ ଥାଆନ୍ତୁ । ଏବେ ସମୟ ଆସିଛି ମୋଦି ଓ ଜେଟଲିଙ୍କ ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଖେଳାଳିଙ୍କ ନାମରେ ରଖାଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri