Posted inଜାତୀୟ

ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି

ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି ଟଙ୍କା । ସେହିପରି ସିଲଭର ବା ରୌପ୍ୟ ପଦକ ଜିତିଲେ ମିଳିବ ୪ କୋଟି ଟଙ୍କା ଓ ବ୍ରୋଞ୍ଚ ବା ତାମ୍ର ପଦକ ଜିତିଲେ ମିଳିବ ଅଢେଇ କୋଟି ଟଙ୍କା । ପ୍ରଥମଥର ଲାଗି ଚତୁର୍ଥ ସ୍ଥାନରେ ରହିଲେ ବି ପୁରସ୍କାର ଦେବେ ହରିୟାଣା ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଖେଳାଳିଙ୍କ ମନୋବଳ ବୃଦ୍ଧି କରିବାକୁ ଏଥର ସରକାର ଚତୁର୍ଥ ସ୍ଥାନରେ ଥିବା ଖେଳାଳିଙ୍କୁ ମଧ୍ୟ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ଏହା ପ୍ରତ୍ୟେକ ଆଥଲେଟ ବା ଖେଳାଳିଙ୍କୁ ମିଳିବ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ଭାରତୀୟ ମହିଳା ହକି ଟିମ୍ ଯେଉଁଭଳି ଭାବେ ପ୍ରଦର୍ଶନ କଲେ ତାହା ତାଙ୍କୁ ପସନ୍ଦ ଆସିଛି । ସେ ଖେଳାଳିଙ୍କୁ ପ୍ରଶଂସା କରିବା ସହ ପଦକ ନ ଜିତିଲେବି ହରିୟାଣା ସରକାର ରାଜ୍ୟର ୯ ଜଣ ଖେଳାଳିଙ୍କୁ ୫୦-୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ । ତେବେ ପଦକ ଜିତିଥିବା ଖେଳାଳିଙ୍କୁ ମନୋହର ଲାଲ ଖଟ୍ଟର ସରକାର ସରକାରୀ ଚାକିରି ସହ ଗୋଟିଏ ଗୋଟିଏ ଫ୍ଲାଟ ଦେବେ ବୋଲି ଗୁରୁବାର ଘୋଷଣା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?