ଭାକ୍ସିନ୍ ନେଲେ ମିଳୁଛି ଫ୍ରିଜ୍ ସହିତ ଅନ୍ୟ ଦାମିକା ଉପହାର…
ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଭାକ୍ସିନ୍ ନେଲେ ଉପହାର ପ୍ରଦାନ କରାଯାଉଛି।…
ଭାଜପାକୁ ଟକ୍କର ଦେଇପାରିବ ନାହିଁ ତୃତୀୟ ମୋର୍ଚ୍ଚା: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨୨।୬: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୃତୀୟ ମୋର୍ଚ୍ଚା ଗଠନକୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୧୫ ଦିନ ମଧ୍ୟରେ ଦୁଇଥର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ,…
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଦ୍ୱିତୀୟ ଲହର ଆସିବା ନେଇ ବହୁ ପୂର୍ବରୁ ବିଶେଷଜ୍ଞମାନେ…
ଅଧିକ ସନ୍ତାନ ଥିବା ମାତାପିତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା
ଆଇଜଲ୍,୨୨।୬: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି। କିନ୍ତୁ ମିଜୋରାମ ଜଣେ ମନ୍ତ୍ରୀ ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ଅଛନ୍ତି। କ୍ରୀଡା ମନ୍ତ୍ରୀ ରବର୍ଟ ରୋମାଓ୍ବିଆ ରୋଏଟ ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସଂଖ୍ୟକ ପିଲା ଥିବା…
ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଭାକ୍ସିନ୍କୁ ପ୍ରଭାବହୀନ କରିବା ଆଶଙ୍କା…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଛି। ଅପରପକ୍ଷରେ ନୂଆ ଡେଲ୍ଡା ପ୍ଲସ୍ ଭାରିଆଣ୍ଟ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ…
ନୁସରତଙ୍କ ଘର କଳି ଏବେ ସଂସଦରେ, ସଦସ୍ୟତା ରଦ୍ଦ ଦାବି କଲା ଭାଜପା…
ନୂଆଦିଲ୍ଲୀ,୨୨।୬: ପଶ୍ଚିମବଙ୍ଗ ବସିରହାଟ୍ ଲୋକସଭା ଆସନ ଏମ୍ପି ନୁସରତ ଜାହାଁଙ୍କ ଘର କଳି ଏବେ ସଂସଦରେ ପହଞ୍ଚିଛି। ଭାଜପା ପକ୍ଷରୁ ନୁସରତଙ୍କ ସଦସ୍ୟତା ରଦ୍ଧ ପାଇଁ ଦାବି କରାଯାଇଛି। ଭାଜପା ଏମ୍ପି ସଂଘମିତ୍ରା ମୌର୍ଯ୍ୟ ଏନେଇ ଦାବି କରିଛନ୍ତି। ନୁସରତଙ୍କ ଆଚରଣ…
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ସୋସିଆଲ ମିଡ଼ିଆରେ କରୋନା ଭାକ୍ସିନ୍ ନେଇ ନାନା…
ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ ରୋକ ଲଗାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍ବୁକ୍ ଏବଂ ହ୍ବାଟ୍ସଆପ୍ ସୋମବାର ଦିଲ୍ଲୀ ହାଇକୋର୍ଟରେ…
କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର
ନୂଆଦିଲ୍ଲୀ, ୨୨।୬: କୋଭିଡ୍-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର ରାୟ ସଂରକ୍ଷିତ ରହିଛି। ପ୍ରତ୍ୟେକ ରାଜ୍ୟ କୋଭିଡ୍ ମୃତକଙ୍କ ପରିବାରକୁ ଦେଇଥିବା କ୍ଷତିପୂରଣର ସବିଶେଷ…
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ଫଳାଫଳ…
ନୂଆ ଆକ୍ରାନ୍ତ ସଂଖ୍ୟା ୫୦ ହଜାରରୁ କମ୍…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହିଛି। ୯୧ ଦିନ ପରେ ସମାନ ସ୍ଥିତି ରହିଛି। ଏହା ପୂର୍ବରୁ…
୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ
ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ ବିରୋଧୀ ଦଳ ବୈଠକର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିରୋଧରେ…
Archives


