ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍‌ ଚିହ୍ନଟ …

ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଚିହ୍ନଟ ହୋଇଥିବା ଭୂତାଣୁ ଡେଲ୍ଟା ଭାରିଆଣ୍ଟର ସବ-ଲାଇନ ଏଓ୍ବାଇ.୪ ବୋଲି କୁହାଯାଉଛି। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି। ଏହା କେତେ ବିପଜ୍ଜନକ ସେନେଇ ପରୀକ୍ଷା ନିରୀକ୍ଷାେ ଜାରି ରହିଛି।

କୋଭିଡ -୧୯ ଜେନୋମ ସର୍ଭିଲାନ୍ସ ସମୟରେ ମହାରାଷ୍ଟ୍ରରୁ ଏପ୍ରିଲରେ ସଂଗ୍ରହ କରାଯାଇଥିବା ନମୁନା ମଧ୍ୟରୁ ୧ ପ୍ରତିଶତରେ ଏଓ୍ବାଇ.୪ ମିଳିଥିଲା। ଏହା କେତେ ଶୀଘ୍ର ସଂକ୍ରମଣ ହେଉଛି ସେ ସମ୍ପର୍କରେ ଗବେଷଣା ଜାରି ରହିଛି।

ଜୁଲାଇରେ ଏହି ଭାରିଆଣ୍ଟ୍‌ ଦ୍ୱାରା ୨ ପ୍ରତିଶତ ମାମଲା ରହିଥିବାବେଳେ ଅଗଷ୍ଟରେ ଏହା ୪୪ ପ୍ରତିଶତକୁ ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ, ଅଗଷ୍ଟ ପରଠାରୁ ବିଶ୍ଳେଷଣ କରାଯାଇଥିବା ୩୦୮ଟି ନମୁନା ମଧ୍ୟରୁ ଡେଲ୍ଟା (ବି.୧.୬୧୭.୨) ଦ୍ୱାରା ୧୧୧ ଜଣ ଆକ୍ରାନ୍ତ ହୋଇଥିଲେ। ଏହାର ପ୍ରତିଶତ ୩୬ ରହିଛି। ସେହିପରି ଏଓ୍ବାଇ.୪ ଦ୍ୱାରା ୧୩୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ପ୍ରତିଶତ ୪୪ ରହିଛି।

ଗତ ସପ୍ତାହରେ ଶେଷ ହୋଇଥିବା ଜିନୋମ ସିକ୍ୱେସିଂରେ ଏଓ୍ବାଇ.୪ ସହିତ ଅନ୍ୟ କେତେକ ଡେଲ୍ଟା ଡେରିଭେଟିଭ ମଧ୍ୟ ମିଳିଥିଲା। ବେଙ୍ଗାଲୁରୁରେ ସଂକ୍ରମିତ ଲୋକଙ୍କ ନମୁନାକୁ ଶୁକ୍ରବାର ଜେନୋମ ସିକ୍ୱେସିଂ ପାଇଁ ପଠାଯାଇଥିଲା। ସେଥି ମଧ୍ୟରେ ତିନୋଟି ଲିନିୟଜ୍‌ ମିଳିଥିଲା। ସେଥିରେ ଡେଲ୍ଟା ସହିତ ଏହାର ସବ-ଲିନିୟଜ୍‌ ଏଓ୍ବାଇ.୪ ଏବଂ ଏଓ୍ବାଇ.୧୨ ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଗଞ୍ଜାମ ପାଇଁ ଖୁସି ଖବର :ତାରାତାରିଣୀ କଲେଜରେ ଖୋଲିଲା ପିଜି ପାଠ୍ୟକ୍ରମ

ପୁରୁଷୋତ୍ତମପୁର, ୨୪।୫ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଓଡ଼ିଆ ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲାଯାଇଛି। ସେହିପରି ସାଇକୋଲୋଜି ଓ ହୋମ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri