ଜାତୀୟ

ମୁଖ୍ୟମନ୍ତ୍ରୀ ସାଇକେଲରେ ଗଲେ ସଚିବାଳୟ, ପ୍ରାଣ ବାୟୁ ଦେବତା ପେନସନ୍‌ ଯୋଜନା ଆରମ୍ଭ…

ଚଣ୍ଡିଗଡ଼,୨୨।୯: ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହିତ ସାଇକେଲ ଚଳାଇ ସଚିବାଳୟରେ ପହଞ୍ଚିଛନ୍ତି। ବୁଧବାର ଓ୍ବାଲର୍‌ଡ କାର୍‌ ଫ୍ରି ଡେ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି କରିଛନ୍ତି। ବାୟୁ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର…

ଡେଙ୍ଗୁ ବିରୋଧରେ ଲଢ଼େଇ, ସରକାର ଜାରି କଲେ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ…

ନୂଆଦିଲ୍ଲୀ,୨୨।୯: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଡେଙ୍ଗୁ ବିରୋଧୀ ଲଢେଇକୁ ଜୋରଦାର କରିବା ଲାଗି ନୂଆ ଅଭିଯାନ ଘୋଷଣା କରାଯାଇଛି। ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌…

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ କୋଟି କୋଟି ଟଙ୍କା କଲିମଙ୍କ ଆକାଉଣ୍ଟକୁ ଆସିଥିଲା। ଏହି ମାମଲାରେ ପୂର୍ବରୁ ମୁଫତି କାଜୀ…

ଭାଜପା ଛାଡିବାର କାରଣ କହିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୨୨।୯: ନିକଟରେ ଭାଜପାରୁ ତୃଣମୂଳ କଂଗ୍ରେସ (ଟିଏମସି) ଦଳରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଦଳ ଛାଡିବାର କାରଣ କହିଛନ୍ତି। ମହାନ ଫୁଟବଲର ଲିଓନାଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଚାହୁଁ ନ ଥିଲେ, କିନ୍ତୁ ଦୁଃଖରେ…

ଚଳିତ ନଭେମ୍ବରରେ ଏନ୍‌ଡିଏ ପରୀକ୍ଷା ଦେବେ ଝିଅ…

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ନଭେମ୍ବରରେ ଝିଅମାନେ ଏନ୍‌ଡିଏ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମ୍‌ କୋର୍ଟ ନା ପସନ୍ଦ କରିଛନ୍ତି। ନଭେମ୍ବର ୧୪ରେ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ହେବ। ଏଥିରେ ଝିଅଙ୍କୁ ପରୀକ୍ଷା ଦେବାକୁ କୋର୍ଟ ଅନୁମତି…

ପୋଲିସଙ୍କୁ ଆତଙ୍କବାଦୀ ଭାବି ଗୁଳି…

ଜମ୍ମୁ,୨୨।୯: ଜମ୍ମୁ-କଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ଭାବି ମନ୍ଦିର ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। କୁପଓ୍ବାରା ଜିଲାର ହନ୍ଦଓ୍ବାଡ଼ାରେ ଏଭଳି ଘଟିଛି। ପୋଲିସ କର୍ମଚାରୀ ଅଜୟ ଧର ଲଙ୍ଗେଟ୍‌ ହନ୍ଦଓ୍ବାଡ଼ାର ବାସିନ୍ଦା।…

ସ୍କୁଲରେ କରୋନା ଆତଙ୍କ, ୭୯ ଛାତ୍ରୀଛାତ୍ର-୩ କର୍ମଚାରୀ ପଜିଟିଭ୍‌…

ଶିମଲା,୨୨।୯: ହିମାଚଳ ପ୍ରଦେଶର ଏକ ସ୍କୁଲରେ କରୋନା ଆତଙ୍କ ଦେଖାଦେଇଛି। ସ୍କୁଲର ୭୯ ଛାତ୍ରୀଛାତ୍ର ଏବଂ ୩ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ମଣ୍ଡି ଅଞ୍ଚଳରେ ଥିବା ଧରମପୁରସ୍ଥିତ ଏକ ସ୍କୁଲରେ ଏଭଳି ଆତଙ୍କ ସୃଷ୍ଟି ହୋଇଛି।…

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ ସମ୍ପର୍କୀୟଙ୍କକୁ ୩୬ ଠିକା ମିଳିଛି। ଏଥିରେ ଉପମୁଖ୍ୟନ୍ତ୍ରୀଙ୍କ ବୋହୂ ମଧ୍ୟ ଅଛନ୍ତି। ତେବେ ଏନେଇ…

ମନ୍ଦିରରେ ପ୍ରବେଶ କରିବାରୁ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଦଣ୍ଡ, ୨୩ ହଜାର ଜରିମାନା…

କୋପ୍ପଲ,୨୨।୯: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ନିଆରା। ଭଗବାନ ଭକ୍ତର ଭାବରେ ବନ୍ଧା। ଭଗବାନଙ୍କୁ ଦର୍ଶନ କରିବାରେ ଭକ୍ତଙ୍କ ଉପରେ ପହରା ଲଗାଇବା ଅନ୍ୟାୟ। ମାତ୍ର କର୍ନାଟକରେ ମନ୍ଦିରରେ ପ୍ରବେଶ କରିଥିବା ଜଣେ ୨ ବର୍ଷ ଶିଶୁଙ୍କ…

ସାର୍କ ବୈଠକ ବାତିଲ

ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍‌ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ବାତିଲ ହୋଇଛି। ଏହି ବୈଠକରେ ତାଲିବାନ୍‌ ପ୍ରତିନିଧିଙ୍କୁ ସାମିଲ କରିବାକୁ ପାକିସ୍ତାନ ଜିଦ୍‌ ଧରିଥିଲା।…

ଦୈନିକ ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ବଢ଼ିଲା…

ନୂଆଦିଲ୍ଲୀ,୨୨।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ପହଞ୍ଚିଛି। ତେବେ ମୃତ୍ୟୁ ସଂଖ୍ୟା…

୨୪ରେ ମୋଦି-ବାଇଡେନ ଆଲୋଚନା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଆମେରିକା ଗସ୍ତରେ ଯାଉଥିବାବେଳେ ଶୁକ୍ରବାର (ସେପ୍ଟେମ୍ବର ୨୪ରେ) ସେ ଓ୍ବାଶିଂଟନରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବୈଠକରେ ଯୋଗଦେବେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?