ଉପହାର ପାଖରେ ରଖିପାରିବେ ଆଇଏଏସ୍, ଆଇପିଏସ୍ ଅଫିସର
ନୂଆଦିଲ୍ଲୀ, ୨୨।୯(ପି.ଟି.): ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ଅଫିସରମାନେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଗ୍ରହଣ କରିଥିବା ଉପହାର ପାଖରେ ରଖିପାରିବେ। ଏଥିପାଇଁ କେନ୍ଦ୍ର ସରକାର ୫୦ ବର୍ଷର ପୁରୁଣା ନିୟମାବଳୀରେ ସଂଶୋଧନ କରିଛନ୍ତି। ପ୍ରଚଳିତ ନିୟମାବଳୀରେ ବିବାହ, ବାର୍ଷିକୋତ୍ସବ ଏବଂ ଧର୍ମୀୟ…
ସୋସିଆଲ ମିଡିଆରେ ବିଚ୍ଛିନ୍ନତାବାଦର ପ୍ରସାର କରିପାରିବେନି କର୍ମଚାରୀ
ନୂଆଦିଲ୍ଲୀ, ୨୨।୯: ଜମ୍ମୁ-କଶ୍ମୀରର ୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସୋସିଆଲ୍ ମିଡିଆ ବ୍ୟବହାରରେ ନିରଙ୍କୁଶ ସ୍ବାଧୀନତା ହରାଇବେ। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତି କରିପାରିବେ ନାହିଁ, ଆତଙ୍କବାଦୀ ସଂଗଠନର ଡାକରାରେ ବନ୍ଦ ପାଳନ କରିପାରିବେ ନାହିଁ ଏବଂ ଭାରତଠାରୁ…
ଚତୁର୍ଥ ସ୍ଥାନରେ ଓଡ଼ିଶା
ନୂଆଦିଲ୍ଲୀ, ୨୨।୯: ଭାରତର ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ଖାଦ୍ୟ ସୁରକ୍ଷା ସୂଚକାଙ୍କ ପ୍ରକାଶ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍ ମାଣ୍ଡବ୍ୟ ଉନ୍ମୋଚନ କରିଥିବା ଏହି ରିପୋର୍ଟ ଅନୁଯାୟୀ ଖାଦ୍ୟ ସୁରକ୍ଷାରେ ଗୁଜରାଟ ପ୍ରଥମ…
ଓଓ୍ବାଇସିଙ୍କ ଘରେ ଭଙ୍ଗାରୁଜା
ନୂଆଦିଲ୍ଲୀ,୨୨।୯: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ୍ ଏମ୍ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦିଲ୍ଲୀର ଅଶୋକା ରୋଡ୍ସ୍ଥିତ ବାସଭବନରେ ଭଙ୍ଗାରୁଜା କରିଛନ୍ତି ହିନ୍ଦୁ ସେନାର ୫ ସଦସ୍ୟ। ପଚରାଉଚୁରା କରାଯିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନ୍ୟୁ ଦିଲ୍ଲୀ ଜିଲାର ଡିସିପି ଦୀପକ…
ମହିଳାଙ୍କୁ ଗଣବଳାତ୍କାର କଲେ ସ୍ବାମୀଙ୍କ ସମ୍ପର୍କୀୟ, ବନ୍ଧୁ
ପୁଣେ,୨୧।୯: ଜଣେ ୧୯ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟ ଓ ସାଙ୍ଗ ମିଶି ଗଣବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପୁଣେର ପିମ୍ପ୍ରି ଥାନା ଅନ୍ତର୍ଗତ ଏକ ଗ୍ରାମ ପାଖ ମନ୍ଦିରରେ। ସ୍ବାମୀଙ୍କ…
ଫୋନ ଚାର୍ଜ କଲା ବେଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ
କୋଲକାତା,୨୧।୯: କୋଲକାତାଠାରୁ ୨୦ କିମି ଦୂର ବାରାକପୋର ନିକଟସ୍ଥ ଖାର୍ଦର ଏକ ଘରୁ ମିଳିଛି ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତଦେହ। ଘରେ ବର୍ଷା ପାଣି ପଶିଥିବାରୁ ବିଦ୍ୟୁତ୍ ଆଘାତରେ ସମସ୍ତେ ପ୍ରାଣ ହରାଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ମୃତକଙ୍କ ମଧ୍ୟରୁ…
ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି
ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବ। ତାଙ୍କ ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟକୁ ୩ଜଣ…
ଏୟାର ମାର୍ଶଲ ଭି.ଆର୍. ଚୌଧୁରୀ ନୂଆ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ,୨୧।୯: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍ ମାର୍ଶଲ ଆର୍.କେ. ଏସ୍. ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ନେଉଛନ୍ତି।…
ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା: ଜଣେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ,୨୧।୯: ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୋମବାର ରାତିରେ ହରିଦ୍ୱାରରୁ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରାଯାଇଛି।…
ଆସନ୍ତା ବର୍ଷ ମହିଳାଙ୍କ ପାଇଁ ଖୋଲିବ ଏନ୍ଡିଏର ଦ୍ୱାର
ନୂଆଦିଲ୍ଲୀ,୨୧ ।୯: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଆସନ୍ତା ବର୍ଷ ୨୦୨୨ ମେ’ରେ ଜାତୀୟ ପ୍ରତିରକ୍ଷା ଏକାଡେମୀ(ଏନ୍ଡିଏ)ରେ ଅନ୍ତର୍ଭୁକ୍ତ କରିବାକୁ ବିଜ୍ଞପ୍ତି ଜାରି କରାଯିବ । ଏହା ପୂର୍ବରୁ ତିନି ସେନାର ବିଶେଷଜ୍ଞମାନେ ମହିଳା କ୍ୟାଡେଟ ଚୟନ ପାଇଁ ମାନଦଣ୍ଡ ପ୍ରସ୍ତୁତ…
ବର୍ଗରରୁ ବାହାରିଲା ବିଛା: ଆଉ ତା’ପରେ
ଜୟପୁର,୨୧।୯: ରାଜସ୍ଥାନର ରାଜଧାନୀ ଜୟପୁରର ମାଲଭିଆ ନଗରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବକ ଖାଉଥିବା ବର୍ଗରରୁ ବିଛା ବାହାରିଛି। ଏନେଇ ସେ ରେଷ୍ଟୁରାଣ୍ଟ ଅପରେଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ରେଷ୍ଟୁରାଣ୍ଟ କର୍ମଚାରୀମାନେ ସମ୍ପକୃକ୍ତ ଗ୍ରାହକଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ…
ଡିଗ୍ରୀ ପାଇବା ପୂର୍ବରୁ ଯୌତୁକ ନ ନେବାକୁ ସ୍ବୀକାରୋକ୍ତି…
କାଲିକଟ୍,୨୧।୯: କେରଳର କାଲିକଟ୍ ବିଶ୍ୱବିଦ୍ୟାଳୟରେ ଯୋତୁକ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଯୌତୁକ ବିରୋଧି ସ୍ବୀକାର ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଭବିଷ୍ୟତରେ ସମ୍ପୃକ୍ତ…

