Posted inଜାତୀୟ

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର ଦଳ ଗଢିବାକୁ କଂଗ୍ରେସ ପିଠିରେ ଛୁରୀମାରି ଥିବା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର ଶିବସୈନିକଙ୍କ ‘ଗୁରୁ’ ହୋଇ ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଶିବସେନା, ଏନ୍‌ସିପି ଓ କଂଗ୍ରେସର ମେଣ୍ଟ ମହା ବିକାଶ ଅଘାଡି(ଏମ୍‌ବିଏ)ସରକାର କେବଳ ଏକ ବୁଝାମଣା । ଜନତା ଶରଦ ପାୱାରଙ୍କୁ ଯାହା ଭାବନ୍ତୁନା କାହିଁକି ସେ କେବେ ଆମର ଗୁରୁ ହୋଇପାରିବେ ନାହିଁ । ଆମର ଗୁରୁ ବେକଳ ସ୍ୱର୍ଗତ ବାଲାସାହେବ ଠାକରେ । ଯେ ପର୍ଯ୍ୟନ୍ତ ଏହି ସରକାର ଚାଲିବ ଚାଲୁ, ଯଦି ଆମେ ଅଲଗା ହୋଇଯାଉ ତେବେ ଆମ ଘର ଶିବସେନା ଓ ଆମେ ସବୁବେଳେ ଦଳ ସହ ରହିବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଫ୍ରିଜ୍‌ ଥିଲେ ବି ହେବନାହିଁ କାର୍ଡ, ଜାଣନ୍ତୁ କେଉଁମାନଙ୍କୁ ମିଳିବନି ଆୟୁଷ୍ମାନ ଯୋଜନାର ଲାଭ

ନୂଆଦିଲ୍ଲୀ,୧୨।୯: ମୋଦି ସରକାରଙ୍କ ଅନ୍ୟତମ ଯୋଜନା ଆୟୁଷ୍ମାନ ଭାରତ ପୁଣିଥରେ ଏହି ଖବରରେ ସ୍ଥାନ ପାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର...

ଆପଣଙ୍କ ଘର ହାଇଓ୍ବେ ଉପରେ କି? ମିଳିବ ଏତେ ସୁବିଧା, ମାଗଣାରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୧୨।୯: ଦେଶରେ ଟୋଲ୍‌ପ୍ଲାଜାରେ ଟୋଲ୍‌ ଆଦାୟ କରିବାକୁ ନେଇ ନୂଆ ସିଷ୍ଟମ ଆରମ୍ଭ ହୋଇଛି। ଏହି ସିଷ୍ଟମ ସିଧା ସାଟେଲାଇଟ୍‌ରୁ କାମ କରିବ। ଯେଉଁ ଗାଡିରେ...

ଖାଦ୍ୟ-ପାନୀୟ ସାମଗ୍ରୀ ଠାରୁ ଦେଶରେ ବଡୁଛି ଶିକ୍ଷା ପାଇଁ ଖର୍ଚ୍ଚ, ରିପୋର୍ଟରେ ନୂଆ ଖୁଲାସା

ନୂଆଦିଲ୍ଲୀ,୧୨।୯: ଶିକ୍ଷା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣେ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ଏହାର କାରଣ ହେଉଛି ଭାରତୟମାନେ ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି...

ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ...

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ...

କୋଲକାତା ବଳାତ୍କାର ମାମଲା: ମମତାଙ୍କ ସାମ୍ନାରେ ବଡ଼ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା,୧୨।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଡାକ୍ତରଙ୍କ ବିରୋଧ ଅନେକ ଦିନ ଧରି ଚାଲିଆସୁଛି।...

କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ

ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍‌ପି ରଣଦୀପ...

ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି

ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ମେଣ୍ଟ ପାଇଁ ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri