ଘୁଞ୍ଚିଲା ସ୍କୁଲ ଖୋଲିବା ତାରିଖ…

ଶିମଲା,୨୧।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ସ୍କୁଲ ଖୋଲିବା ତାରିଖକୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୧ରେ ସମସ୍ତ ସ୍କୁଲ ଖୋଲିବା ଲାଗି ଯୋଜନା କରାଯାଇଥିଲା। ତେବେ ଏବେ ଏହାକୁ ରଦ୍ଦ କରାଯାଇଛି। ଆବାସିକ ବିଦ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ ସ୍କୁଲ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

ରାଜ୍ୟରେ ଅଗଷ୍ଟ ୨ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲା ଯାଇଥିଲା। ତେବେ ପିଲାଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରୁ ଏକ ସପ୍ତାହ ମଧ୍ୟରେ ସମସ୍ତ ଅଫ୍‌ଲାଇନ୍‌ କ୍ଲାସକୁ ବନ୍ଦ କରାଯାଇଥିଲା। ଅଗଷ୍ଟ ୨୨ରେ ସ୍କୁଲ ଖୋଲିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବାବେଳେ ପୁଣି ଏହାକୁ ଘୁଞ୍ଚାଇ ସେପ୍ଟେମ୍ବର ୨୧ କରାଯାଇଥିଲା।

ଏବେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି। ରାଜ୍ୟରେ ଜୁଲାଇରେ ସଂକ୍ରମଣ ହାର ୦.୯ ପ୍ରତିଶତ ଥିଲା। ମାତ୍ର ବର୍ତ୍ତମାନ ଏହା ୨ ପ୍ରତିଶତ ଛୁଇଁଛି। ଏନେଇ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ଜହ୍ନ ମାମୁଁ ଦେଶ ନେବି ବୁଲାଇ: ପ୍ରତିଶ୍ରୁତି ଦେଲେ ନିର୍ଦଳୀୟ ପ୍ରାର୍ଥୀ

ଚେନ୍ନାଇ,୨୫।୩: ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥାନ୍ତି। ବହୁ ସମୟରେ ଏସବୁ ପ୍ରତିଶ୍ରୁତି ପାଣିର ଗାର ଭଳି ପ୍ରବଞ୍ଚନାରେ ପରିଣତ ହୋଇଥାଏ।...

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ...

ଏନଆଇଏ ରାଡାରରେ ପଞ୍ଜାବୀ ଗାୟକ-ସଙ୍ଗିତକାର, ବେଆଇନ ଅର୍ଥ ଲୁଟ ଅଭିଯୋଗ

ନୂଆଦିଲ୍ଲୀ,୨୪ ।୧୧: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ରାଡାରରେ ଆସିଛନ୍ତି କେତେଜଣ ପଞ୍ଜାବୀ ଗାୟକ ଓ ସଙ୍ଗିତକାର । ଏମାନଙ୍କ ଉପରେ ପଞ୍ଜାବ ଓ ବିଦେଶରେ ଗ୍ୟାଙ୍ଗଷ୍ଟରଙ୍କ...

କରୋନାଭାଇରସ: ଜାପାନ ଜାହାଜରେ ଫସି ରହିଛନ୍ତି ଅନେକ ଭାରତୀୟ

ନୂଆଦିଲ୍ଲୀ,୮।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏବେ ସେଠାରେ ମୃତ୍ୟୁସଂଖ୍ୟା ୭୧୯ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନାରେ କରୋନାଭାଇରସର...

ସିଏଏ ବିରୋଧୀଙ୍କ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପ୍ରୟାଗରାଜ,୯।୩: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଲାଗିଛି ବଡ ଝଟ୍‌କା। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ହିଂସା ଭିଆଇଥିବା ଅଭିଯୋଗରେ...

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ...

କେବଳ ପ୍ରଧାନମନ୍ତ୍ରୀ ଲାଗୁଛିି, ଆମ ଜମି ଚାଇନା ଅକ୍ତିଆର କରିନାହିଁ: ରାହୁଲ

ଶ୍ରୀନଗର,୨୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି...

ରୁଷିଆର କରୋନା ଭ୍ୟାକ୍ସିନକୁ ମାଙ୍କଡ଼ ଦେହରେ ବି ପରୀକ୍ଷା କରିବ ନାହିଁ ଆମେରିକା!

ଓ୍ବାଶିଂଟନ,୧୫।୮: କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ଖୋଜିବାରେ ଲାଗିପଡିଛନ୍ତି ସମସ୍ତ ବିକାଶଶୀଳ ଦେଶ। ଏହାରି ମଧ୍ୟରେ...

Advertisement
Archives

Model This Week