Posted inଜାତୀୟ

ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧।୯: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍‌ ମାର୍ଶଲ ଆର୍‌.କେ. ଏସ୍‌. ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ନେଉଛନ୍ତି। ଏଣୁ ତାଙ୍କ ସ୍ଥାନରେ ଚୌଧୁରୀ ଅକ୍ଟୋବର ପହିଲାରୁ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ।

ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ଚଳିତ ବର୍ଷ ଜୁନରେ ଏୟାର ମାର୍ଶଲ ହରଜିତ ସିଂ ଆରୋରାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଡେପୁଟି ଚିଫ୍‌ ଭାବରେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ଆଇଏଏଫ୍‌ ର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି)ର କମାଣ୍ଡର-ଇନ୍‌-ଚିଫ୍‌ ଭାବରେ କାର୍ଯ୍ୟ କରିଥିଲେ।

୩୮ ବର୍ଷର ତାଙ୍କ କ୍ୟାରିୟରରେ ଚୌଧୁରୀବିଭିନ୍ନ ଯୁଦ୍ଧବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡ଼ାଇଛନ୍ତି। ମିଗ୍‌ -୨୧, ମିଗ -୨୩ ଏମଏଫ, ମିଗ ୨୯ ଏବଂ ସୁଖୋଇ -୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ କାର୍ଯ୍ୟକ୍ଷମ ଫ୍ଲାଇଙ୍ଗ ସହିତ ତାଙ୍କର ୩୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଅଛି। ଏୟାର ମାର୍ଶଲ ଚୌଧୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଅଫିସର ସି.ପି. ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର

ନୂଆଦିଲ୍ଲୀ,୨୪ା୧(ପି.ଟି.):ଓଡ଼ିଆ ଅଫିସର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସି.ପି. ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ମିଳିଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ତାଙ୍କୁ...

୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ...

ଜନ୍ମଦିନରେ ଜେଲ୍‌ ଗଲେ ଯୁବକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନାଗପୁର,୨୩ା୧୦: ମନ ଆନନ୍ଦରେ ଜନ୍ମଦିନ ପାଳନ କରୁଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। କାରଣ ଯୁବକ ଜଣଙ୍କ ତାଙ୍କ ଜନ୍ମଦିନରେ ଖଣ୍ଡାରେ...

ଚିଦାମ୍ବରମଙ୍କୁ ଘର ଖାଦ୍ୟ ମନା

ନୂଆଦିଲ୍ଲୀ,୧୩-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଘରରନ୍ଧା ଖାଦ୍ୟ ଦେବା ପାଇଁ ଦିଲ୍ଲୀ...

ମୋଦିଙ୍କୁ ଟାର୍ଗେଟ କଲା ଶିବସେନା: ‘ଔଷଧ ମହଙ୍ଗା, ମୃତ୍ୟୁ ହେଲା ଶସ୍ତା’

ମୁମ୍ବାଇ,୧୭।୧୨: ମହାରାଷ୍ଟ୍ରର ଶିବସେନା ସରକାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ସାମ୍‌ନାର ସମ୍ପାଦକୀୟରେ ଶିବସେନା ଲେଖିଛି ଏବେ ଔଷଧର ଦାମ୍‌ ମହଙ୍ଗା...

ସତର୍କ ନ ରହିଲେ ସ୍ଥିତି ଭୟଙ୍କର

ନୂଆଦିଲ୍ଲୀ,୯।୭: କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। ହେଲେ କୋହଳ...

ଟୁଇଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲା ଭାରତ

ନୂଆଦିଲ୍ଲୀ,୧୧।୨: ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟୁଇଟର ପାତର ଅନ୍ତର କରୁଥିବା ଅଭିଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି। ଜାନୁୟାରୀ ୨୬ରେ...

ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ପହଞ୍ଚାଇଲେ ଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୫।୬: ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ଆଣି ଦେଇଥିବା ଜଣେ ଆର୍‌ପିଏଫ୍‌ ଯବାନଙ୍କର ସବୁଠି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ତାଙ୍କର...

Advertisement
Archives

Model This Week