Posted inଜାତୀୟ

ଆସନ୍ତା ବର୍ଷ ମହିଳାଙ୍କ ପାଇଁ ଖୋଲିବ ଏନ୍‌ଡିଏର ଦ୍ୱାର

ନୂଆଦିଲ୍ଲୀ,୨୧ ।୯: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଆସନ୍ତା ବର୍ଷ ୨୦୨୨ ମେ’ରେ ଜାତୀୟ ପ୍ରତିରକ୍ଷା ଏକାଡେମୀ(ଏନ୍‌ଡିଏ)ରେ ଅନ୍ତର୍ଭୁକ୍ତ କରିବାକୁ ବିଜ୍ଞପ୍ତି ଜାରି କରାଯିବ । ଏହା ପୂର୍ବରୁ ତିନି ସେନାର ବିଶେଷଜ୍ଞମାନେ ମହିଳା କ୍ୟାଡେଟ ଚୟନ ପାଇଁ ମାନଦଣ୍ଡ ପ୍ରସ୍ତୁତ କରିବାରେ ନିୟାଜିତ ଅଛନ୍ତି । ମନୋନୀତ ମହିଳା କ୍ୟାଡେଟଙ୍କର ପ୍ରଶିକ୍ଷଣ ପାରାମିଟର ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଉଛି । ଏକା ସାଙ୍ଗରେ ଏକାଡେମୀରେ ମହିଳା କ୍ୟାଡେଟ ରହିବା ପାଇଁ ଭିତ୍ତିଭୂମି ଓ ସହାୟତା କର୍ମଚାରୀଙ୍କ ଆବଶ୍ୟକତାକୁ ମଧ୍ୟ ମୂଲ୍ୟାୟନ କରାଯାଉଛି । ବାଳିକାମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବା ପାଇଁ ସମାନ ସୁଯୋଗ ଦାବି କରି ଆଡଭୋକେଟ କୁଶ କାଲରା ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ କେବଳ ବାଳକମାନଙ୍କ ଆଡମିଶନ କରୁଛି । ହେଲେ ଯେଉଁ ବାଳିକାମାନେ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି । ସେପ୍ଟେମ୍ବର ୮ରେ ହୋଇଥିବା ଶୁଣାଣିରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଥିଲେ କି ଏବେ ଏନ୍‌ଡିଏରେ ବାଳିକାମାନଙ୍କୁ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ସେ ସମ୍ପର୍କରେ ଆଫିଡେଭିଟ୍ ଦାଖଲ କରାଯାଇଛି । ଏହା ପୂର୍ବରୁ ଆବଶ୍ୟକ ମାନଦଣ୍ଡ ପ୍ର୍‌ତୁତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ...

ଗନ୍‌ ପଏଣ୍ଟ୍‌ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍‌: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍‌ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ...

ମୋଦିଙ୍କୁ ଭେଟିଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବନରେ...

ଆଜି ଇସ୍ତଫା ଦେଇପାରନ୍ତି ଚନ୍ଦ୍ରାବାବୁ

ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଗୁରୁବାର ସୁଦ୍ଧା ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ବିଧାନସଭା...

ପ୍ରସବ ପାଇଁ ଯାଉଥିଲେ ହସ୍ପିଟାଲ: ରାସ୍ତା ମଝିରେ ଜଳିଗଲା କାର୍‌

କନ୍ନୁର,୨।୨: କେରଳର କନ୍ନୁରରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। କାର୍‌ ସହିତ ଗର୍ଭବତୀ ମହିଳା ଓ ତାଙ୍କ ସ୍ବାମୀ ଜଳିଯାଇଛନ୍ତି। ନିଆଁର ଭୟାବହ ଏତେ...

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ,୧୩ ।୩: ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ ସଂଖ୍ୟା । କିଛି ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ କେଉଁଠି କେଉଁଠି ନାଇଟ୍ କଫ୍ରୁ୍ୟ...

୧୩ବର୍ଷ ପିଲା ନିକଟରେ ଚିହ୍ନଟ ହେଲା ବ୍ଲାକ୍‌ ଫଙ୍ଗସ୍‌

ଅହମଦାବାଦ,୨୧।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା...

ଚା’ ଆମନ୍ତ୍ରଣ ବଦଳରେ ଭୋଜନ ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ପଠାଇଲେ ଏମ୍‌ପି

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚା’ ନିମନ୍ତ୍ରଣରେ ରାଜ୍ୟସଭା ସଦସ୍ୟ ଅନୀଲ ବଲୁନି ପୂରା ଭଦ୍ରତାର ସହ କିଛି ସମୟ ପାଇଁ ଏହାକୁ...

Advertisement
Archives

Model This Week