ବ୍ୟାଙ୍କ ଲୁଟ୍ ପୂର୍ବରୁ ପୋଲିସ୍ ଗୁଳିରେ ଗଲା ଲୁଟେରାଙ୍କ ଜୀବନ
ଗୁଆହାଟି,୨୨।୮ : ଆସାମର କୋକ୍ରାଝର ଜିଲାରେ ଏକ ବଡ଼ ଧରଣର ବ୍ୟାଙ୍କ୍ ଲୁଟକୁ ବିଫଳ କରି ଦେଇଛି ପୋଲିସ। ଲୁଟ୍ କରିବାକୁ ଯାଉଥିବା ୩ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। କୋକ୍ରାଝାର ସହରଠାରୁ ପ୍ରାୟ ୬ କି. ମି. ଦୂରରେ…
ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କଲେ ସଞ୍ଜୟ ରାଉତ
ମୁମ୍ବାଇ,୨୨।୮: ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କରିଛନ୍ତି ଶିବସେନା ଏମ୍ପି ସଞ୍ଜୟ ରାଉତ। ରବିବାର ପାର୍ଟି ମୁଖପତ୍ର ସାମ୍ନାରେ ପ୍ରକାଶିତ ତାଙ୍କ ସାପ୍ତାହିକ ସ୍ତମ୍ଭ ‘ରୋକଟୋକ’ରେ ରାଉତ କହିଛନ୍ତି ଯେ, ଏହି ଘଟଣା ଦେଶର ସାର୍ବଭୌମତ୍ୱ ଏବଂ…
ଇନ୍ଫୋସିସ୍ ସିଇଓଙ୍କୁ ସମନ
ନୂଆଦିଲ୍ଲୀ,୨୨।୮: ଆୟ ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ରବିବାର ଅର୍ଥ ମନ୍ତ୍ରଣାଳୟ କଡା ପ୍ରଦର୍ଶନ କରିଛି। ଏହି ପୋର୍ଟାଲ ସୃଷ୍ଟି କରିଥିବା ଟେକ୍ନୋଲୋଜି କମ୍ପାନୀ ଇନଫୋସିସର ସିଇଓ ତଥା ଏମଡି ସଲିଲ ପାରେଖଙ୍କୁ ମନ୍ତ୍ରଣାଳୟ ପକ୍ଷରୁ…
ଲିଭ୍-ଇନ୍ରେ ରହିବା ଅପବିତ୍ର
ଚଣ୍ଡିଗଡ,୨୨।୮: ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଲିଭ୍-ଇନ୍ ରିଲେସନଶିପ୍କୁ ଅପବିତ୍ର ଘୋଷଣା କରିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ଲିଭ-ଇନ ରିଲେସନ୍ଶିପ୍ରେ ଥିବା ଜଣେ ଯୋଡିଙ୍କ ସୁରକ୍ଷା ଆବେଦନକୁ…
ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା, କରାଯାଉଛି ଆର୍ଟିପିସିଆର୍ ଟେଷ୍ଟ
ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ପରେ ସେଠାରେ ଥିବା ଲୋକ ଦେଶ ଛାଡିବାକୁ ଚାହୁଁଥିବା ବେଳେ ଆମେରିକା, କାନାଡା ଓ ଭାରତ ଭଳି ଦେଶ ସେମାନଙ୍କ ନାଗରିକଙ୍କୁ ବାହାରକୁ ନେଇ ଆସିବାକୁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ସ୍ୱତନ୍ତ୍ର ବିମାନ…
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚିଗଲେ କେନ୍ଦ୍ର ମନ୍ତ୍ରୀ
ବେଙ୍ଗାଲୁରୁ,୨୨।୮: କର୍ନାଟକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନାରାୟଣସ୍ବାମୀ ଶହୀଦ ହୋଇଥିବା ଯବାନଙ୍କ ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚି ଯବାନଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଏବଂ ଜମି ଦେବା…
ଆଫଗାନିସ୍ତାନ ନାଗରିକଙ୍କ ହାତରେ ମମତା ବାନାର୍ଜିଙ୍କ ଫଟୋ ଥିବା ରାଖୀ
କୋଲକତା,୨୨।୮: ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପରେ ସମଗ୍ର ବିଶ୍ୱ ଆଫଗାନିସ୍ତାନ ନାଗରିକଙ୍କ ସହ ସମବେଦନା ଜଣାଉଛି। ବଙ୍ଗଳା ସରକାର ମଧ୍ୟ ଆଫଗାନିସ୍ତାନ ନାଗରିକଙ୍କ ସମ୍ମାନ ଦେବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛି। ଆଜି ଭାରତରେ ରାଖୀ ପୂର୍ଣ୍ଣିମା…
ରାଖୀରେ ପ୍ରିୟଙ୍କାଙ୍କ ସହ ପିଲାଦିନର ଫଟୋ ଶେୟାର କଲେ ରାହୁଲ ଗାନ୍ଧୀ, ଲେଖିଲେ ଏମିତି…
ଲକ୍ଷ୍ନୌ,୨୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ରାଖୀ ଉପଲକ୍ଷେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଲୋକମାନଙ୍କ ହୃଦୟ ଜିତିଛି। ସେ ଏକ ଫଟୋ ସହିତ ଭାବପ୍ରବଣ କ୍ୟାପଶନଟିଏ ଲେଖିଛନ୍ତି, ‘ମୋ ଭଉଣୀର ସ୍ନେହ…
ପଡୋଶୀ ଦେଶର ସ୍ଥିତି କହୁଛି ସିଏଏ କାହିଁକି ଜରୁରୀ: ହରଦୀପ ପୁରୀ
ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପରେ ସ୍ଥିତି ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ତାଲିବାନି ଶାସନ ଆଗରେ ନିଜକୁ ଅସୁରକ୍ଷିତ ମଣୁଥିବା ଆଫଗାନିବାସୀ ଏବେ ଦେଶଛାଡି ପଳାଇ ଯିବାକୁ ଉଦ୍ୟତ ହେଉଛନ୍ତି । ଏଭଳି ସ୍ଥିିରେ…
ଭାରତ ପହଞ୍ଚି ଭାବୁକ ହେଲେ ଆଫଗାନ ସାଂସଦ, ଯାହା ୨୦ ବର୍ଷରେ ହୋଇଥିଲା ସବୁ ଶେଷ ହୋଇଗଲା
ଗାଜିଆବାଦ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ କରିବା ପୂର୍ବରୁ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାମ ଚାଲିଛି । ରବିବାର ବାୟୁସେନାର ଏକ ବିମାନ ଯୋଗେ ୧୦୭ ଭାରତୀୟ ଗାଜିଆବାଦ ପହଞ୍ଚିଛନ୍ତି । ମୋଟ ୧୬୮ ଯାତ୍ରୀଙ୍କ ମଧ୍ୟରୁ…
ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ,୨୨ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ଏହା ବ୍ୟତୀତ ସେ ତାମିଲନାଡୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ…
୧୬୮ ଯାତ୍ରୀଙ୍କୁ ନେଇ ହିଣ୍ଡନ ଏୟାରବେସରେ ପହଞ୍ଚିଲା ସି-୧୭ ଗ୍ଲୋବମାଷ୍ଟର, ଅଛନ୍ତି ଭାରତୀୟଙ୍କ ସହ ଆଫଗାନୀ ଯାତ୍ରୀ
ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଜାରି ରହିଛି । ରବିବାର ଦୋହା ରାସ୍ତା ଦେଇ ଭାରତୀୟ ବାୟୁସେନାର ବିମାନ ସି-୧୭ ଗ୍ଲୋବମାଷ୍ଟର ସକାଳେ ଗାଜିଆବାଦର…
Archives


