Posted inଜାତୀୟ

ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍‌ ଲାଇନ୍‌ ଉଡାଇଲେ…

ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମରାଣ୍ଡିଙ୍କ ଗିରଫକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ଏହି ବନ୍ଦ ଠାକରା ଦିଆଯାଇଛି। ମାଓବାଦୀମାନେ ଧାନବାଦ ରେଳ ଡିଭିଜନର ଟୋରି ଏବଂ ଲାତେହାର ମଧ୍ୟରେ ଥିବା ରେଳ ଲାଇନ୍‌କୁ ବେସ୍ଫୋରଣ କରି ମଧ୍ୟ ରାତ୍ର ୧୨ଟା ୪୫ରେ ଉଡ଼ାଇ ଦେଇଛନ୍ତି।

ଏହି ରେଳପଥରେ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖାଯାଇଛି। ସର୍ଚ୍ଚ ଅପରେଶନ ମଧ୍ୟ ଚାଲିଛି। ଏହି ଘଟଣା ପରଠାରୁ ସ୍ଥାନୀୟ ପୋଲିସ ଆରପିଏଫ, ଜିଆର୍‌ପି ସହିତ ସଜାଗ ରହିଛନ୍ତି। ନକ୍ସଲମାନଙ୍କ ବିରୋଧରେ ଏଠାରେ ସର୍ଚ୍ଚ ଅପରେଶନ ଏବଂ କୁମ୍ବିଂ ଅପରେଶନ ଚାଲିଛି।

ଝାଡଖଣ୍ଡ, ଛତିଶଗଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପୋଲିସ ଏବଂ ସାମରିକ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି। ରାଜପଥ ଏବଂ ରେଳ ମାର୍ଗ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି।

ନଭେମ୍ବର ୧୨ରେ ଝାଡଖଣ୍ଡ ପୋଲିସ ଜାମସେଦପୁର ନିକଟସ୍ଥ କାଣ୍ଡ୍ରାଟୋଲ ବ୍ରିଜରୁ ସିପିଆଇ-ମାଓବାଦୀ ସଂଗଠନର ବରିଷ୍ଠ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀ ଶୀଲା ମାରାଣ୍ଡିଙ୍କ ସମେତ ୬ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ପୋଲିସ ଏହି ମାଓବାଦୀମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ପ୍ରଶାନ୍ତ ବୋଷ ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ମହାରାଷ୍ଟ୍ରର ପାଞ୍ଚଟି ରାଜ୍ୟର ମୁଖ୍ୟ। ପ୍ରଶାନ୍ତଙ୍କୁ ଝାଡଖଣ୍ଡ-ବିହାରରେ ମାଓବାଦୀଙ୍କ ସର୍ବୋଚ୍ଚ କମାଣ୍ଡର ଭାବରେ ବିବେଚନା କରାଯାଏ। ୧୦୦ରୁ ଅଧିକ ମାଓବାଦୀ ଆକ୍ରମଣ ଘଟଣାରେ ତାଙ୍କୁ ଖୋଜା ଯାଉଥିଲାବେଳେ ତାଙ୍କ ପତ୍ନୀ ଶୀଲା ମଧ୍ୟ ମାଓବାଦୀଙ୍କ ଶୀର୍ଷ କେନ୍ଦ୍ରୀୟ କମିଟିର ସଦସ୍ୟ ତଥା ମାଓବାଦୀ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ ନାରୀ ମୁକ୍ତି ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ଯେଉଁଥିପାଇଁ ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ସାସରାମ-ରାଞ୍ଚି ୧୮୬୩୬, ଜାମ୍ମୁ-ତାୱି ଏକ୍ସପ୍ରେସ ଭାୟା-କୋଡର୍ମା-ମୁରି ଦେଇ ଚାଲିବ। ନକ୍ସଲମାନଙ୍କ ଏହି କାର୍ଯ୍ୟ ହେତୁ ଦେହରୀ ଅନ ସୋନ – ବାରୱାଡି ସ୍ପେଶାଲ ୦୩୩୬୪ ଏବଂ ବାରୱାଡିହ – ନେସୁବୋଗୋମୋ ସ୍ପେସିଆଲ ଟ୍ରେନ ୦୩୩୬୨ ସମେତ ଅନେକ ଟ୍ରେନ ବାତିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri