Posted inଜାତୀୟ

କୃଷି ଆଇନ: ଦେଶର ୩୨ କୃଷକ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିଆଯାଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ ।୧୧: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଶନିବାର ଦେଶର ପାୟ ୩୨ କୃଷକ ସଙ୍ଗଠନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ଆଗକୁ ଥିବା ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧନ ଦେବା ଅବସରରେ ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ଘରକୁ ଫେରିଯିବାକୁ ମୋଦି ନିବେଦନ କରିବା ସହ ନିଜ କ୍ଷେତ ଓ ପରିବାରକୁ ପୁଣି ଫେରିଯିବାକୁ ଅନୁରୋଧ କରିଥିଲେ । ଏହାସହ ଆସନ୍ତା ମାସରେ ସଂସଦର ଶୀତକାଳୀନ ଅଧିବେଶନରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବାର ପ୍ରକ୍ରିୟା ପୁରଣ କରାଯିବ ବୋଲି ସେ କହିଥିଲେ । ମୋଦିଙ୍କ ଏହି ନିଷ୍ପତ୍ତିକୁ କିଛି କୃଷକ ସଙ୍ଗଠନ ସ୍ୱାଗତ କରିଥିବା ବେଳେ କୃଷକ ସଂଯୁକ୍ତ ମୋର୍ଚ୍ଚା ଆନ୍ଦୋଳନ ଶେଷ ନ କରିବା କଥା କହିଥିଲା । କୃଷକ ନେତା ରାକେଶ ଟିକାଏତ କହିଥିଲେ ତୁରନ୍ତ ଆନ୍ଦୋଳନ ଶେଷ ହେବ ନାହିଁ । ସଂସଦରେ ପ୍ରତ୍ୟାହର ପ୍ରକ୍ରିୟା ଆରମ୍ଭ ହେଲେ ଯାଇ ଆନ୍ଦୋଳନ ଶେଷ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ: ଉଡ଼ିଲେ ମୋଦି

ଅହମଦାବାଦ,୩୧।୧୦: ଗୁଜରାଟର କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନରେ ଉଡ଼ିଛନ୍ତି। ଜଳ ବିମାନ ବନ୍ଦରରୁ ଏହି...

ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ଜଲନ୍ଧର,୩।୬: ଜଲନ୍ଧର ସହରରେ ୮ବର୍ଷର ନାବାଳିକା ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,...

ଏଣିକି ହେଲମେଟ୍‌ ନ ପିନ୍ଧିବା ଠାରୁ ମହଙ୍ଗା ପଡ଼ିବ ରାସ୍ତା ଉପରେ ଆବର୍ଜନା ଫୋପାଡିବା

ଲକ୍ଷ୍ନୌ,୨୩।୯: ନୂଆ ମୋଟରଯାନ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରଙ୍କର ଯେଉଁ ଚାଲାଣ କଟାଯାଉଛି ତା’ଠାରୁ ମହଙ୍ଗା ହେବ ରାସ୍ତାରେ ଆବର୍ଜନା ଫୋପାଡ଼ିବ। ଏହି ଜରିମାନା ବିଷୟରେ...

୮ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ୮୦ ଜଣ

ଅମରାବତୀ,୨୧।୪: ଆନ୍ଧ୍ର ପ୍ରଦେଶର ଗଣ୍ଟୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକା ସହ ୮୦ ଜଣ ଗଣବଳାତ୍କାର କରିଛନ୍ତି। ଦୀର୍ଘ...

ଦିଗ୍‌ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...

ଦେଶରେ ପ୍ରଥମଥର: ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପାଇଁ ଆବେଦନ କଲେ ୧.୭୭ ଲକ୍ଷ ମହିଳା

ନୂଆଦିଲ୍ଲୀ,୧୪ ।୧୨: ଦେଶର ସଶସ୍ତ୍ର ସେନାରେ ସୈନ୍ୟ ଅଫିସର ର‌୍ୟାଙ୍କର ମନୋନୟନ ପାଇଁ ହେଉଥିବା ଏନ୍‌ଡିଏ ପରୀକ୍ଷା ପାଇଁ ୧.୭୭ ମହିଳା ପ୍ରାର୍ଥୀ ଆବେଦନ କରିଛନ୍ତି...

କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

ସରକାରୀ ସ୍କୁଲରେ ଚାଦର ବିଛାଇ ତଳେ ଶୋଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର,୨୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ‘ଭିଲେଜ ଷ୍ଟେ ପ୍ରୋଗ୍ରାମ’ କାର୍ଯ୍ୟକ୍ରମ ଅବସରରେ ଶୁକ୍ରବାର କଲବୁର୍ଗୀ ଜିଲାର ଅଫଜଲପୁର ଅନ୍ତର୍ଗତ ହେରୁର ଗଁ।କୁ ଗସ୍ତ କରିଥିଲେ।...

Advertisement
Archives

Model This Week