Posted inଜାତୀୟ

ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି

ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ଯାହା ଘଟିଥିଲା ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

ଶୁକ୍ରବାର ପୂର୍ବାହ୍ନରେ ମଝୋଲା ଥାନା ଅଞ୍ଚଳର ଶ୍ରୀକେଶ ନାମକ ଜଣେ ବ୍ୟକ୍ତିଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସିଏମ୍‌ଏସ୍‌ ଡାକ୍ତର ଶିବ ସିଂହ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ମର୍ଚରୀକୁ ପଠାଇଥିଲା। ସେଠାରେ ଶ୍ରୀକେଶ ନିଃଶ୍ୱାସ ପ୍ରଶ୍ୱାସ ନେଇଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ।

ଡାକ୍ତର ସିଂହଙ୍କ କହିବାନୁଯାୟୀ, ପରିବାର ଲୋକ କୁହନ୍ତି ଶ୍ରୀକେଶଙ୍କୁ ଜିଲା ହସ୍ପିଟାଲ ଆଣିବା ପୂର୍ବରୁ ଆଉ ଦୁଇଟି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଶ୍ରୀକେଶଙ୍କୁ ବି ମୃତ ଘୋଷଣା କରିଥିଲେ। ପରେ ସେମାନେ ଜିଲା ହସ୍ପିଟାଲକୁ ଆଣିଥିଲେ। ଏଠାରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୋଜ ଯାଦବ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରୁମ୍‌ରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପହଞ୍ଚି ସମସ୍ତ ଘଟଣାର ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ପେନ୍‌ସନ ଯୋଜନା ଲାଗୁକଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୨ା୧୦: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ପଞ୍ଜାବର ସରକାରୀ କର୍ମଚାରୀମାନଙ୍କ ଲାଗି ଦିଓ୍ବାଲି ଭେଟି ସ୍ବରୂପ ପୁରୁଣା ପେନ୍‌ସନ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରିବାକୁ...

୬୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଶପିଂ ମଲ୍‌ ମନା

ଚଣ୍ଡିଗଡ଼,୧।୭: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ନିୟମରେ ଏବେ କୋହଳ କରାଯାଇଛି। ଏବେ ସରକାର ମଲ୍‌ ଖୋଲିବାକୁ ନେଇ ନୂଆ...

ପ୍ରତିଶୋଧ ପାଇଁ କଲେଜ ଛାତ୍ରଙ୍କ ମୁଣ୍ଡକାଟି ଦେଲେ

ଚେନ୍ନାଇ,୧୬।୯: ତାମିଲନାଡୁର କାଞ୍ଚତ୍ପୁରମ୍‌ ଜିଲାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କ ମୁଣ୍ଡକାଟି ହତ୍ୟା କରାଯାଇଛି। କଟାମୁଣ୍ଡକୁ ଏରୁମାଇୟୁର ଚର୍ଚ୍ଚ ସମ୍ମୁଖରେ ରଖାଯିବା ଘଟଣା ଅଞ୍ଚଳରେ...

ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି, ଭୋଟ ଦେବାକୁ ସମସ୍ତଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ଅଗରତାଲା,୧୬।୨ : ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ...

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି...

୧୫ରୁ ଅଧିକ ଘର ପୋଡି ପାଉଁଶ

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀର କିଶ୍ଟତୱର ଜିଲାର ଗାନ୍ଧାରୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଘର ପୋଡି ଯାଇଥିବା...

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି,...

ଦେଶରେ କମିଛି ଅଣକରୋନା ମୃତ୍ୟୁ

ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍‌ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍‌ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା...

Advertisement
Archives

Model This Week