ଚିନ୍ତା ବଢ଼ାଉଛି କେରଳ…

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୩୦୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୬୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୧୧ ହଜାର ୭୮୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୮ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୨୪ ହଜାର ୮୬୮ ରହିଛି। ୫୩୧ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୬ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୮୨ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୬ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୪ ହଜାର ୬୨୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୧୪ କୋଟି ୪୬ ଲକ୍ଷ ୩୨ ହଜାର ୮୫୧ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୩ ଲକ୍ଷ ୪୪ ହଜାର ୭୩୯ ଜଣଙ୍କୁ ଟିକାଦାନ କରାଯାଇଛି। ସେହିପରି ଇତିମଧ୍ୟରେ ୬୨ କୋଟି ୯୦ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୮ ଲକ୍ଷ ୮୫ ହଜାର ୧୩୨ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩ କୋଟି ୪୪ ଲକ୍ଷ ୫୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ୫,୭୫୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୪୯ ରହିଛି। ସେହିପରି ରାଜ୍ୟରେ ଏହି ସମୟ ମଧ୍ୟରେ ୬,୦୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ...

ବୃଦ୍ଧଙ୍କୁ ଫ୍ରିଜ୍‌ରେ ରଖି ପରିବାର ଲୋକେ ମୃତ୍ୟୁକୁ କରିଥିଲେ ଅପେକ୍ଷା: ଆଉ ତାପରେ…

ଚେନ୍ନାଇ, ୧୫।୧୦: ତାମିଲନାଡ଼ୁର ସାଲେମ ଜିଲାରୁ ୭୪ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଫ୍ରିଜ୍‌ ମଧ୍ୟରୁ ଉଦ୍ଧାର କରାଯାଇଛି। ସେ ହେଲେ ବାଲ ସୁବ୍ରମଣ୍ୟମ...

କ୍ୱାରାଣ୍ଟାଇନକୁ ଗଲେ ୨୬ ପୋଲିସ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଦିଲ୍ଲୀରେ ତା’ର କାୟା ବିସ୍ତାର କରି ଚାଲିଛି। ଜଣେ ଷ୍ଟେଶନ ହାଉସ ଅଫିସରଙ୍କ ସମେତ ଶୁକ୍ରବାର ୨୬ ଜଣ ପୋଲିସ କରୋନା...

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ...

ଘର ବାହୁଡା ଶ୍ରମିକଙ୍କୁ ଦେବାକୁ ପଡିବନି ଭଡା, ମିଳିବ ଏକ ହଜାର ଟଙ୍କା

ପାଟନା,୪।୫: ଲକ୍‌ଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ରେଳ ଭଡାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ...

ଶତ୍ରୁଘ୍ନ ସିହ୍ନା, ବାବୁଲ ସୁପ୍ରିୟୋ ଟିଏମ୍‌ସି ପ୍ରାର୍ଥୀ

କୋଲକାତା,୧୪।୩(ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗରେ ଏପ୍ରିଲ ୧୨ରେ ହେବାକୁ ଥିବା ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିୟୋଙ୍କୁ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୫ ଜୀବନ, ୨୦ ଆହତ

ରେୱାରୀ,୨୮।୯: ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଜାତୀୟ...

Advertisement
Archives

Model This Week