ଜାତୀୟ

କୁରେଭର ଏୟାର ଷ୍ଟ୍ରିପ୍‌ ଚାଇନାର ମୁକାବିଲା ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ…

ଲକ୍ଷ୍ନୌ,୧୬।୧୧: ଚାଇନାର ମୁକାବିଲା କରିବା ପାଇଁ ଉତ୍ତରପ୍ରଦେଶର କୁରେଭର ଏୟାରଷ୍ଟ୍ରିପ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନାବଦ୍ଧ ଭାବେ ବାୟୁସେନା ଏଭଳି କରିଛି। ଜରୁରୀକାଳୀନ ସ୍ଥିତିରେ ଏହାରେ ଯୁଦ୍ଧ ବିମାନ ଅବତରଣ କରିପାରିବ। ଏଠାରେ ଅବତରଣ କରିଥିବା ଯୁଦ୍ଧବିମାନ…

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶକୁ ବଡ ଉପହାର ଦେଇଛନ୍ତି । ୩୪୦ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଛନ୍ତି ମୋଦି । ଉଦ୍‌ଘାଟନ ପାଇଁ ମୋଦି ସି-୧୩୦ ହରକ୍ୟୁଲେସ ଏୟାର କ୍ରାପ୍ଟରେ ଆସି ଏକ୍ସପ୍ରେସ…

ତିରୁପତି ତିରୁମାଲା ମନ୍ଦିରର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧: ଦକ୍ଷିଣ ଭାରତର ପ୍ରସିଦ୍ଧ ମନ୍ଦିର ତିରୁପତି ତିରୁମାଲାର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ. ମନା କରିଛନ୍ତି। କୋର୍ଟ କହିଛନ୍ତି ମନ୍ଦିରରେ ଆରତି କିପରି ହେବ, ନଡ଼ିଆ କିପରି ଭଙ୍ଗା ହେବ ତାହା ଧାର୍ଯ୍ୟ କରିବା ଶୀର୍ଷକୋର୍ଟଙ୍କ କାର୍ଯ୍ୟ ନୁହେଁ।…

ମୋଦି ପହଞ୍ଚିବା ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଦେଲେ ସମାଜବାଦୀ ପାର୍ଟି କର୍ମୀ!

ଲକ୍ଷ୍ନୌ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲକ୍ଷ୍ନୌରୁ ଗାଜିପୁର ଯାଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହା ପୂର୍ବରୁ ସମାଜବାଦୀ ପାର୍ଟିର କର୍ମୀମାନେ ଏକ୍ସପ୍ରେସୱେରେ ସାଇକେଲ ଚଲାଇ ଏହାର ଉଦଘାଟନ କରିଥିବା ଦାବି…

୨୦ ବର୍ଷରେ ୧,୮୮୮ ହାଜତ ମୃତ୍ୟୁ, ୨୬ ପୋଲିସ ଦୋଷୀ ସାବ୍ୟସ୍ତ…

ନୂଆଦିଲ୍ଲୀ,୧୬।୧୧: ଦେଶରେ ଗତ ୨୦ ବର୍ଷ ମଧ୍ୟରେ ୧,୮୮୮ ହାଜତ ମୃତ୍ୟୁ ଘଟଣା ଘଟିଛି। ତେବେ ଏସବୁ ଘଟଣାରେ ମାତ୍ର ୨୬ ଜଣ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ବାର୍ଷିକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ…

ତେଜସ୍‌ର ବଢ଼ିବ ଶକ୍ତି, ସାମିଲ ହେବ ହାମର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ଲାଗି ବାୟୁସେନାରେ ଫ୍ରାନ୍ସ ନିର୍ମିତ ହାମର କ୍ଷେପଣାସ୍ତ୍ରକୁ ସାମିଲ କରାଯିବା ଲାଗି ଯୋଜନା କରାଯାଇଛି। ଏନେଇ ଫ୍ରାନ୍ସ୍‌କୁ ଅର୍ଡର ମଧ୍ୟ ଦିଆଯାଇଛି।…

ବିଏସ୍‌ଏଫ୍‌ କ୍ଷମତା ବୃଦ୍ଧି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ଆଗତ…

କୋଲକାତା,୧୬।୧୧: ପଞ୍ଜାବ ପରେ ପଶ୍ଚିମବଙ୍ଗ ମଧ୍ୟ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଏସଏଫର ପରିସର ବୃଦ୍ଧି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ ବିଏସଏଫର ଅଧିକାରୀକ କ୍ଷେତ୍ରକୁ ୧୫ କିଲୋମିଟରରୁ ୫୦ କିଲୋମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ରର ନିଷ୍ପତ୍ତି…

ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ଯିବେ। ଏ ନେଇ ରାଷ୍ଟ୍ରପତିଙ୍କ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ସେ ଚଣ୍ଡିଗଡର ପଞ୍ଜାବ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି।…

ଭାଲ୍ୟୁ ଆଡ଼ିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଅଡିଟ୍‌ ..

ନୂଆଦିଲ୍ଲୀ,୧୬।୧୧: ଦେଶରେ ଅଡିଟ୍‌ ଏବେ ଭାଲ୍ୟୁ ଆଡ଼ିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସିଏଜି ମୁଖ୍ୟାଳୟ ପରିସରରେ ଅଡିଟ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ…

ଦେଶର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ ସୌରଭ କ୍ରିପାଲ…

ନୂଆଦିଲ୍ଲୀ,୧୬।୧୧: ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ସେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ। ଏହି ନିଷ୍ପତ୍ତି ନ୍ୟାୟପାଳିକା ଇତିହାସରେ ଏକ ଉଦାହରଣ ଭାବରେ ଦେଖାଯାଉଛି।…

ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବର୍ଯ୍ୟନ୍ତ ଏଠାରେ ୫୨୭୭ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଗତ ସପ୍ତାହରେ ୨୫୬୯ଜଣ ଡେଙ୍ଗୁ ରୋଗୀ ଏକାଥରେ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି…

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଏହି ସମୟରେ ୮ ହଜାର୮୬୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri