Posted inଜାତୀୟ

ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ କରି ଆତ୍ମହତ୍ୟା କରୁଥିଲେ ମହିଳା: ଆଉ ତା’ପରେ

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି। କିନ୍ତୁ ପୋଲିସ ତତ୍ପରତା ଦେଖାଇ ମାତ୍ର ୮ ମିନିଟ ମଧ୍ୟରେ ମହିଳାଙ୍କୁ ଉଦ୍ଧାର କରିଥିଲା। ସମ୍ପୃକ୍ତ ଯୁବତୀଙ୍କ ବୟସ ୨୫ ବର୍ଷ । ସେ ଉତ୍ତର ଦିଲ୍ଲୀରେ ରୁହନ୍ତ। ଇନଷ୍ଟାଗ୍ରାମ ଲାଇଭ ସମୟରେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇ ସାନିଟାଇଜର ପିଇଥିବା ପୋଲିସ କହିଛି।
ସୂଚନାଯୋଗ୍ୟ, ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହିତ ରୁହନ୍ତି। କୌଣସି କାରଣରୁ ସେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ଇନଷ୍ଟାଗ୍ରାମରେ ସିଧା ପ୍ରସାରଣ କରୁଥିଲେ। ଉତ୍ତର ଦିଲ୍ଲୀର ଡିସିପି ସାଗର ସିଂ କାଲସି ସୂଚନା ଦେଇଛନ୍ତି ଯେ, ତାଙ୍କ ଦଳ ରାତି ୯.୫୫ ରେ ସାଇବର ସେଲ ମାଧ୍ୟମରେ ଏହି ବିଷୟରେ ସୂଚନା ପାଇଥିଲା। ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ ହୋଇଥିବା ସ୍ଥାନରୁ ସାଇବର ସେଲ ପୋଲିସ ଦଳକୁ ମଧ୍ୟ କହିଥିଲା। ପୋଲିସ ଟିମ ତୁରନ୍ତ ସମ୍ପୃକ୍ତ ପୋଲିସ ଷ୍ଟେଶନର ଏସ୍‌ଏଚ୍‌ଓ ସହିତ ଯୋଗାଯୋଗ କରିଥିଲେ। ପୋଲିସ ପାଖରେ ସେହି ମହିଳାଙ୍କ ମୋବାଇଲ ନମ୍ବର ଏବଂ ଠିକଣା ଥିଲା, କିନ୍ତୁ ଅବସ୍ଥାନ କ୍ରମାଗତ ଭାବରେ ବଦଳୁଥିଲା। ତାଙ୍କ ଅବସ୍ଥାନ ଜାଣିବା ପାଇଁ ତାଙ୍କ ନମ୍ବରକୁ ଯୋଗାଯୋଗ କରାଯାଇ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପୋଲିସ ତୁରନ୍ତ ତାଙ୍କ ସ୍ବାମୀ ଏବଂ ଭାଇଙ୍କ ସହ ଯୋଗାଯୋଗ କରିଥିଲା। ପୋଲିସ କହିଛି ଯେ, ମହିଳା ଜଣକ ତାଙ୍କ ଜୀବନଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ମରିବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବ ସାଧାରଣ ଶ୍ରେଣୀ ଯାତ୍ରୀ ସେବା

ନୂଆଦିଲ୍ଲୀ,୧।୩: କୋଭିଡ୍‌ ମହାମାରୀ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସାଧାରଣ ଶ୍ରେଣୀ ଯାତ୍ରୀସେବା ଆରମ୍ଭ କରିବା ନେଇ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି।...

ନିର୍ବାଚନ ମଇଦାନରେ ଷ୍ଟାର ପ୍ରଚାରକ

ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍‌ସି ମୁହାଁମୁହିଁ

କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ...

କରୋନା ଟିକା ନ ନେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପଣ୍ଡିଚେରୀ,୫ ।୧୨: ଏବେ କରୋନା ଭାଇରସର ତୃତୀୟ ଲହର ଆସିବା ଆଶଙ୍କା କରାଗଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି...

ରାଜଧାନୀରୁ ବିଦାୟ ନେବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୧।୭: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ଏହା ବିଦାୟ ନେବାକୁ ଯାଉଥିବା କୁହାଯାଉଛି। ଜୁନ୍‌ରେ ଏଠାରେ ପିଜିଟିଭଙ୍କ ସଂଖ୍ୟା...

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କଲେ ବିରୋଧୀ: ଭାଜପା କହିଲା ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୨୯ ।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ୧ ଫେବୃୟାରୀରେ ସଂସଦରେ ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରାଯିବ...

ଉନ୍ନାଓ ପୀଡିତାଙ୍କ ବୟାନ ରେକର୍ଡ କଲା ସିବିଆଇ

ନୂଆଦିଲ୍ଲୀ,୨।୯: ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧିନ ଥିବା ଉନ୍ନାଓ ବଳାତ୍କାର ପୀତାଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ମିଳିଛି।...

Advertisement
Archives

Model This Week