ଜାତୀୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା କରିଥିବା ଧୀରଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି,…

‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’

ହାଇଦ୍ରାବାଦ୍‌,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ ଭୋଟ ଦିଅ, ଯଦି ତାଙ୍କ ଦଳର ସରକାର ଗଠନ ହୁଏ, ତେବେ କ୍ୱାର୍ଟର ବୋତଲ…

‘ବଚପନ୍‌ କା ପ୍ୟାର’ ଫେମ୍‌ ସହଦେବଙ୍କ ଚେତା ଫେରିଲା…

ନୂଆଦିଲ୍ଲୀ, ୨୯।୧୨: ‘ଜାନେ ମେରୀ ଜାନେମନ, ବଚପନ୍‌ କା ପ୍ୟାର’ ଗୀତରେ ବେଶ୍‌ ପରିଚିତି ହାସଲ କରିଥିବା ସହଦେବ ଦିର୍ଦୋଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଦାର ଆସିଛି। ତାଙ୍କର ଚେତା ଫେରିଛି। କୁହାଯାଉଛି ଯେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ସହଦେବଙ୍କ ଚେତା ଫେରିଛି।…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଲଗାତାର ୧୮ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିବା ପରେ ବଢ଼ିଛି। ଗତ ୨୪ ଘଣ୍ଟାରେ ୯…

ଅଣାୟତ୍ତା ମୁହାଁ ଓମିକ୍ରନ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ଛୁଇଁଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ଛୁଇଁଛି। ଦେଶରେ…

ବିକ୍ରମ ମିସ୍ରି ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୨୯।୧୨: ଗତ ସପ୍ତାହରେ ଚାଇନାରୁ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକାଳ ଶେଷ କରି ଫେରିଥିବା ବରିଷ୍ଠ କୂଟନୀତିଜ୍ଞ ବିକ୍ରମ ମିସ୍ରି ଭାରତର ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଭାବେ ନିଯୁକ୍ତ ହୋଇଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ସିକ୍ୟୁରିଟି କାଉନ୍‌ସିଲରେ ଜାତୀୟ…

ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି। ସେଥିମଧ୍ୟରେ ସୋମବାର ଗୋଟିଏ ଦିନରେ ୧୫ ଲକ୍ଷ ୪୯ ହଜାର ୮୩୧ଟି ଆଇଟିଆର୍‌ ଦାଖଲ…

ବିନା ମେଡିକାଲ ପ୍ରମାଣପତ୍ରରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ୨୯ା୧୨: ଜାନୁୟାରୀ ୧୦ରୁ କୋଭିଡ୍‌ ଟିକାର ସମସ୍ତ ଡୋଜ୍‌ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‌ ପାଇଁ ନାଁ ପଞ୍ଜୀକରଣ କରାଇପାରିବେ। କୌଣସି ରୋଗର ଶିକାର ହୋଇଥିଲେ କିମ୍ବା ଚିକିତ୍ସାଧୀନ ଥିଲେ ମଧ୍ୟ ସେମାନେ ବୁଷ୍ଟର…

ବିଷାକ୍ତ ଖାଦ୍ୟ ଖାଇ ୩୦ ଛାତ୍ରୀ ଅସୁସ୍ଥ

ପୁଣେ,୨୮।୧୨: ପୁଣେର ଏକ ସଫ୍ଟଓ୍ବେର ତାଲିମ କେନ୍ଦ୍ରରେ ଖ୍ରୀଷ୍ଟମାସ ଉପଲକ୍ଷେ ହୋଇଥିବା ଖାଦ୍ୟ ଖାଇବା ପରେ ୩୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ଏପରି ଘଟିଥିବା ପୁଣେ ଜିଲା ସିଭିଲ ସର୍ଜନ…

ଜୀବନ ସହ ସଂଘର୍ଷ କରୁଛନ୍ତି ‘ବଚପନ କା ପ୍ୟାର’ ଗାୟକ

ସୁକମା,୨୮।୧୨: ‘ବଚପନ କା ପ୍ୟାର’ ଗୀତ ଗାଇ ଇଣ୍ଟରନେଟ୍‌ରେ ସେନସେଶନ ପାଲଟି ଯାଇଥିବା ଶହଦେବ ଦିର୍ଦୋ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଛତିଶଗଡ଼ର ସୁକମା ଜିଲାରେ ଘଟିଥିବା ଏକ ବାଇକ୍‌ ଦୁର୍ଘଟଣାରେ ସେ ଗୁରୁତର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ମନମୋହନ ସିଂ ହୋଇଥିଲେ ଇସ୍ତଫା ମାଗିବାକୁ ପଡ଼ି ନ ଥାନ୍ତା

ନୂଆଦିଲ୍ଲୀ,୨୮।୧୨: “ ମନମୋହନ ସିଂଙ୍କ କାର୍ଯ୍ୟକାଳରେ ଭାରତ ସୀମା ମଧ୍ୟକୁ ଚାଇନା ପ୍ରବେଶ କରିଥିଲେ, ସେ ଇସ୍ତଫା ଦେଇଥାନ୍ତେ। କିନ୍ତୁ ଭାରତର ଭୂଖଣ୍ଡକୁ ଚାଇନା ମାଡ଼ି ବସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପଚାପ ବଶିଛନ୍ତି”। ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ…

ରାଜଧାନୀରେ ଡାକ୍ତର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୮ା୧୨: ଏନ୍‌ଇଇଟି-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମଙ୍ଗଳବାର ପୁଣି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ଡାକ୍ତରଙ୍କୁ ପୋଲିସ ମଙ୍ଗଳବାର ଅଟକାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri