Posted inଜାତୀୟ

ଟଙ୍କା ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ସିଦ୍ଧୁ, ଷ୍ଟେଶନରେ ଯାଇଥିଲା ଜୀବନ: ଭଉଣୀ

ଚଣ୍ଡିଗଡ଼,୨୮।୧: କ୍ରିକେଟରୁ ରାଜନେତା ପାଲଟିଥିବା ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ତାଙ୍କ ବଡ଼ ଭଉଣୀ ସୁମନ ତୁର ଶୁକ୍ରବାର ଖବରଦାତା ସମ୍ମିଳନୀ କରି ସିଦ୍ଧୁଙ୍କୁ ନେଇ ବିଷ ଓଗାଳିଛନ୍ତି। ସିଦ୍ଧୁ ଜଣେ ନିର୍ଦ୍ଦୟ ବ୍ୟକ୍ତି। ସେ ଟଙ୍କା ପାଇଁ ତାଙ୍କ ମା’ଙ୍କୁ ଘରୁ ତଡ଼ି ଦେଇଥିବା ସୁମନ ଅଭିଯୋଗ କରିଛନ୍ତି।

ଆମେରିକାରେ ରହୁଥିବା ସୁମନ ନିକଟରେ ଚଣ୍ଡିଗଡ଼ ଆସିଛନ୍ତି। ସେ ସିଦ୍ଧୁଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ମା’ଙ୍କୁ ନ୍ୟାୟ ଦେବା ଲାଗି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ଭାବବିହ୍ବଳ ହୋଇ ସେ କହିଛନ୍ତି, ୧୯୮୬ରେ ସିଦ୍ଧୁ ତାଙ୍କୁ ଏବଂ ବୁଢ଼ି ମା’ଙ୍କୁ ଘରୁ ତଡ଼ି ଦେଇଥିଲେ। ବାପାଙ୍କ ମୃତ୍ୟୁ ପରେ ଏପରି ହୋଇଥିଲା। ପରେ ୧୯୮୯ରେ ରେଳ ଷ୍ଟେଶନରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବହୁତ କଠିନ ସମୟ ଦେଇ ଗତି କରିଛନ୍ତି। ମା’ ୪ ମାସ କାଳ ହସ୍ପିଟାଲରେ ଥିଲେ। ଯାହା ପି ସେ ଦାବି କରୁଛନ୍ତି ତାର ପ୍ରମାଣ ତାଙ୍କ ପାଖରେ ରହିଥିବା ସୁମନ କହିଛନ୍ତି।

ଏହାଛଡ଼ା ସୁମନ ସିଦ୍ଧୁଙ୍କ ଅନ୍ୟ ଏକ ଦାବିକୁ ମିଥ୍ୟା ବୋଲି ଅବିହିତ କରିଛନ୍ତି। ୧୯୮୭ରେ ସିଦ୍ଧୁ ମା’-ବାପା ଅଲଗା ହୋଇ ଯାଇଥିବା ନେଇ କହିଥିଲେ। ହେଲେ ଏହା ସମ୍ପୂର୍ଣ୍ଣ ମିଛ ଥିଲା। ମା’ବାପାଙ୍କ ବିଷୟରେ ସିଦ୍ଧୁ ଯାହାବି ଦାବି କରିଛନ୍ତି ତାହା ମିଛ। ମା’ବାପା ଆଇନଗତ ଉପାୟରେ ଅଲଗା ହୋଇଯାଇଥିବା ନେଇ ସିଦ୍ଧୁ କରିଥିବା ଦାବି ବିରୋଧରେ ମା’ କୋର୍ଟଙ୍କ ଦାରସ୍ଥ ହୋଇଥିଲେ। ସେଠାରେ ପଚରାଯିବାରେ ସିଦ୍ଧୁ ତାହା କହି ନ ଥିବା ସଫେଇ ଦେଇଥିଲେ।

ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି। ଜାନୁୟାରୀ ୨୦ରେ ତାଙ୍କୁ ଦେଖା କରିବାକୁ ଚାହିଁଥିଲି। ହେଲେ ସେ ତାଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ। ସେ ଫୋନ୍‌ ନମ୍ବରକୁ ବ୍ଲକ କରିଛନ୍ତି। ତାଙ୍କ ସହ ଯୋଗାଯୋଗ କରିବାକୁ ଏଭଳି ସାମ୍ବାଦିକ ସମ୍ମିଳନୀ କରିଥିବା ସୁମନ କହିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ସିଦ୍ଧୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri