Posted inଜାତୀୟ

ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି? ପ୍ରଶ୍ନର ଉତ୍ତରରେ ଏମିତି କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧: ଏୟାର ଇଣ୍ଡିଆ ୭୦ ବର୍ଷ ପରେ ଟାଟା ଗ୍ରୁପ୍‌ ପାଖକୁ ଫେରି ଯାଇଛି। ଲୁଣରୁ ଷ୍ଟିଲ ପର୍ଯ୍ୟନ୍ତ ନିର୍ମାଣ କରୁଥିବା କମ୍ପାନୀ ଗତବର୍ଷ ଅକ୍ଟୋବରରେ ଏୟାର ଇଣ୍ଡିଆକୁ ନିଜ ଦଖଲକୁ ନେଇଥିଲା।

“ଡିସ୍‌ଇନଭେଷ୍ଟମେଣ୍ଟ ପ୍ରକ୍ରିୟା ଛଡ଼ା ଏୟାର ଇଣ୍ଡିଆ ପାଖରେ କିଛି ବାଟ ନ ଥିଲା। ଏହା ଦ୍ୱାରା ସରକାରଙ୍କ କ୍ଷତି ହେବା ସହ ଟିକସ୍‌ ଦାତାଙ୍କ ଉପରେ ବୋଝ ପଡ଼ୁଥିଲା। ଏହା ଉଚିତ ନୁହେଁ। ତା’ ପରେ ଯେଉଁ ଡିଲ ଆସିଥିଲା, ତାହା ଉଭୟ ପକ୍ଷ ପାଇଁ ଲାଭ ଦାୟକ ଥିଲା। ଏୟାର ଇଣ୍ଡିଆ ତା’ର ପ୍ରକୃତ ମାଲିକ ପାଖକୁ ଫେରି ଯାଇଛି। ମୁଁ ନିଶ୍ଚିତ ଯେ, ସେମାନଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆର ଭବିଷ୍ୟତ ଉଜ୍ଜଳ” ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ କହିଛନ୍ତି।

ଦିଲ୍ଲୀରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ସରକାର ଏୟାରଲାଇନ୍‌ ଦାୟିତ୍ୱ ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରିଥିଲା। ଏହି ଅବସରରେ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରାଯାଇଥିଲା ‘ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି?’।

“ ମୋ ମତରେ ଏୟାର ଇଣ୍ଡିଆ ଜାତୀୟ ଏୟାରଲାଇନ ଥିଲା, ଅଛି ଆଉ ରହିବ। ଏହା ଭାରତର ଜାତୀୟ ଏୟାରଲାଇନ୍‌ ହୋଇ ଆମ ହୃଦୟରେ ସର୍ବଦା ରହିବ। ମୋ ହୃଦୟ ଭଳି ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ମଧ୍ୟ ଏହା ଜାତୀୟ ଏୟାରଲାଇନ ହୋଇ ରହିବ। ମୋର ବିଶ୍ୱାସ ଅଛି, ଟାଟା ଗ୍ରୁପ୍‌ର ନୂଆ ମ୍ୟାନେଜମେଣ୍ଟ, ସେମାନଙ୍କ ଷ୍ଟ୍ରାଟେଜି ବଳରେ ଏୟାର ଇଣ୍ଡିଆ ପୁଣି ଥରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଆକାଶରେ ଉଡିବ ” ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri