Posted inଜାତୀୟ

ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି? ପ୍ରଶ୍ନର ଉତ୍ତରରେ ଏମିତି କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧: ଏୟାର ଇଣ୍ଡିଆ ୭୦ ବର୍ଷ ପରେ ଟାଟା ଗ୍ରୁପ୍‌ ପାଖକୁ ଫେରି ଯାଇଛି। ଲୁଣରୁ ଷ୍ଟିଲ ପର୍ଯ୍ୟନ୍ତ ନିର୍ମାଣ କରୁଥିବା କମ୍ପାନୀ ଗତବର୍ଷ ଅକ୍ଟୋବରରେ ଏୟାର ଇଣ୍ଡିଆକୁ ନିଜ ଦଖଲକୁ ନେଇଥିଲା।

“ଡିସ୍‌ଇନଭେଷ୍ଟମେଣ୍ଟ ପ୍ରକ୍ରିୟା ଛଡ଼ା ଏୟାର ଇଣ୍ଡିଆ ପାଖରେ କିଛି ବାଟ ନ ଥିଲା। ଏହା ଦ୍ୱାରା ସରକାରଙ୍କ କ୍ଷତି ହେବା ସହ ଟିକସ୍‌ ଦାତାଙ୍କ ଉପରେ ବୋଝ ପଡ଼ୁଥିଲା। ଏହା ଉଚିତ ନୁହେଁ। ତା’ ପରେ ଯେଉଁ ଡିଲ ଆସିଥିଲା, ତାହା ଉଭୟ ପକ୍ଷ ପାଇଁ ଲାଭ ଦାୟକ ଥିଲା। ଏୟାର ଇଣ୍ଡିଆ ତା’ର ପ୍ରକୃତ ମାଲିକ ପାଖକୁ ଫେରି ଯାଇଛି। ମୁଁ ନିଶ୍ଚିତ ଯେ, ସେମାନଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆର ଭବିଷ୍ୟତ ଉଜ୍ଜଳ” ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ କହିଛନ୍ତି।

ଦିଲ୍ଲୀରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ସରକାର ଏୟାରଲାଇନ୍‌ ଦାୟିତ୍ୱ ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରିଥିଲା। ଏହି ଅବସରରେ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରାଯାଇଥିଲା ‘ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି?’।

“ ମୋ ମତରେ ଏୟାର ଇଣ୍ଡିଆ ଜାତୀୟ ଏୟାରଲାଇନ ଥିଲା, ଅଛି ଆଉ ରହିବ। ଏହା ଭାରତର ଜାତୀୟ ଏୟାରଲାଇନ୍‌ ହୋଇ ଆମ ହୃଦୟରେ ସର୍ବଦା ରହିବ। ମୋ ହୃଦୟ ଭଳି ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ମଧ୍ୟ ଏହା ଜାତୀୟ ଏୟାରଲାଇନ ହୋଇ ରହିବ। ମୋର ବିଶ୍ୱାସ ଅଛି, ଟାଟା ଗ୍ରୁପ୍‌ର ନୂଆ ମ୍ୟାନେଜମେଣ୍ଟ, ସେମାନଙ୍କ ଷ୍ଟ୍ରାଟେଜି ବଳରେ ଏୟାର ଇଣ୍ଡିଆ ପୁଣି ଥରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଆକାଶରେ ଉଡିବ ” ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର।...

ଟିକା ନେଲେ ବି ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରିପାରେ

ନୂଆଦିଲ୍ଲୀ, ୯।୬: ଭାରତରେ ପ୍ରଥମେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକାର ଉଭୟ ଡୋଜ୍‌ ନେଇଥିବା...

ବନ୍ୟାଞ୍ଚଳ ଗସ୍ତ ନ କରି ବିରିୟାନୀ ଖାଇବାରେ ବ୍ୟସ୍ତ ସିଦ୍ଧରମେୟା: ଭାଜପା

ବେଙ୍ଗାଲୁରୁ,୧୩।୮: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି କର୍ନାଟକ। ରାଜ୍ୟର କେତେକ ସହର ଜଳାର୍ଣ୍ଣବ ହୋଇଥିବା ବେଳେ ଏଥିଯୋଗୁ ୪୮ଜଣଙ୍କ ଜୀବନ ଗଲାଣି।...

କଂଗ୍ରେସ କୋର୍‌ କମିଟି ଭାଙ୍ଗିଲା

ନୂଆଦିଲ୍ଲୀ,୧୩ା୬(ଆଇଏଏନ୍‌ଏସ୍‌): ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ରହିବେ ବୋଲି ଦଳ ପକ୍ଷରୁ ବୁଧବାର କୁହାଯାଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ...

ମମତାଙ୍କୁ ସାହା ହେବେ ଜୟା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

ଦିଲ୍ଲୀରେ ବିଏସ-୩ ପେଟ୍ରୋଲ, ବିଏସ-୪ ଡିଜେଲ ଗାଡି ଉପରୁ ଉଠିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୪ ।୧୧: ରାଜଧାନୀ ଦିଲ୍ଲୀରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏହାଦ୍ୱାରା ରାଜଧାନୀରେ ପଞ୍ଜିକୃତ...

ବାଘ ବେକରେ ଫାଶ, ରାଜ୍ୟରେ ରେଡ୍‌ ଆଲର୍ଟ ଜାରି

ଜୟପୁର,୬ା୧୨: ରାଜସ୍ଥାନରେ ଦେଶର ସବୁଠୁ ପ୍ରସିଦ୍ଧ ରଣଥମ୍ବୋର ଜାତୀୟ ଉଦ୍ୟାନରେ ଏକ ବାଘ ବେକରେ ତାରର ଫାଶ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ...

Advertisement
Archives

Model This Week