ନିର୍ବାଚନ ପୂର୍ବରୁ ହାତ ଛାଡ଼ି ଫୁଲ ଧରିଲେ ଦୁଇ ବିଧାୟକ
ନୂଆଦିଲ୍ଲୀ,୨୮।୧୨: ପଞ୍ଜାବର ଦୁଇ ବିଧାୟକ କଂଗ୍ରେସ ଛାଡ଼ି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଏମ୍ପି ପ୍ରତାପ ବାଜଓ୍ବାଙ୍କ ଭାଇ ଫତେ ଜଙ୍ଗ ସିଂ ବାଜଓ୍ବା। ଜଙ୍ଗ ବାଜଓ୍ବା ହେଉଛନ୍ତି ପଞ୍ଜାବର…
ସ୍କୁଲ, ସିନେମା ହଲ୍ ବନ୍ଦ
ନୂଆଦିଲ୍ଲୀ, ୨୮ା୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ୟେଲୋ ଆଲର୍ଟ ଜାରି କରିଛନ୍ତି। ଏହି ଆଲର୍ଟ ଅନୁସାରେ ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ, ସିନମୋ ହଲ୍, ଜିମ୍ ସେଣ୍ଟର ଆଦି ବନ୍ଦ ରହିବ।…
‘ମଥୁରାକୁ ମୁଜାଫରନଗର ହେବାକୁ ଦିଅ ନାହିଁ’
ମଥୁରା,୨୮।୧୨: “କାହାକୁ ତୀର୍ଥଯାତ୍ରୀଙ୍କ ସହରର ଶାନ୍ତି ଭଙ୍ଗ କରିବାକୁ ଦିଅ ନାହିଁ। ଏମାନଙ୍କୁ ଭୋଟ ମିଳୁନାହିଁ। ଏଣୁ ଯେଉଁଠାରେ ଲୋକେ ଶାନ୍ତିରେ ପ୍ରାର୍ଥନା କରୁଛନ୍ତି, ସେଠାକାର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି ସେମାନେ। ମଥୁରାକୁ ମୁଜାଫରନଗର ହେବାକୁ ଦିଅ ନାହିଁ”। ଭାଜପାର…
ସମାଜବାଦୀ ପାର୍ଟିକୁ ଟାର୍ଗେଟ କଲେ ମୋଦି
କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କାନପୁର ବ୍ୟବସାୟୀ ପୀୟୂଷ ଜୈନ୍ଙ୍କ ଘରୁ ଜବତ ହୋଇଥିବା କୋଟି କୋଟି ଟଙ୍କାକୁ ନେଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେ ବିଶେଷ…
ଭାଜପାରେ ମିଶିଲେ କ୍ରିକେଟର୍ ଦୀନେଶ ମୋଙ୍ଗିଆ
ନୂଆଦିଲ୍ଲୀ,୨୮।୧୨: ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ମଙ୍ଗଳବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ସମୟରେ ଦଳର ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ। ରାଜନୈତିକ ଇନିଂସ ବିଷୟରେ ମୋଙ୍ଗିଆ କହିଛନ୍ତି ଯେ, ମୁଁ ଭାରତୀୟ ଜନତା ପାର୍ଟିରେ ଯୋଗ…
ଉତ୍ତୋଳନ ବେଳେ ସୋନିଆଙ୍କ ହାତରେ ଖସିପଡିଲା ଦଳୀୟ ପତାକା
ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ପାର୍ଟି କାର୍ଯ୍ୟାଳୟରେ ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ କଂଗ୍ରେସର ଅନେକ ବଡ଼ ନେତା ମଧ୍ୟ ଅଂଶଗ୍ରହଣ କରିଥିଲେ।…
ରାଜଧାନୀରେ ୟେଲୋ ଓ୍ବାର୍ନିଂ
ନୂଆଦିଲ୍ଲୀ,୨୮।୧୨: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବରିଷ୍ଠ ଅଧିକାରୀଙ୍କ ସହ ମଙ୍ଗଳବାର ଏକ…
ଜ୍ଞାନକୌଶଳ ଉପରେ ବିଜୟ ଲାଭକର କିନ୍ତୁ ରୋବୋଟ ହୁଅନାହିଁ…
ନୂଆଦିଲ୍ଲୀ, ୨୮।୧୨: ଜ୍ଞାନକୌଶଳ ଉପରେ ବିଜୟଲାଭ କର କିନ୍ତୁ ରୋବୋଟ ହୁଅନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆଇଆଇଟି କାନପୂରରୁ ଶିକ୍ଷାଲାଭ…
ସ୍ବାଧିନତା ସଂଗ୍ରାମରେ କୌଣସି ଭୂମିକା ନଥିବା ଲୋକେ ଦେଶରେ ସୃଷ୍ଟି କରୁଛନ୍ତି ଘୃଣାର ବାତାବରଣ…
ନୂଆଦିଲ୍ଲୀ, ୨୮।୧୨: ଦେଶର ସ୍ବାଧୀନତା ସଂଗ୍ରାମରେ କୌଣସି ଭୂମିକା ନଥିବା ଲୋକେ ଘୃଣାର ବାତାବରଣ ସୃଷ୍ଟି କରୁଛନ୍ତି। ସମାଜରେ ଉତ୍ତେଜନା ସୃଷ୍ଟି କରିବା ଏଭଳି ଲୋକଙ୍କ କାମ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। କଂଗ୍ରେସର ୧୩୭ ସ୍ଥାପନା ଦିବସ…
୧୨ କୋଟିର ମର୍ସିଡିଜ୍ରେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ …
ନୂଆଦିଲ୍ଲୀ, ୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରଧାନମନ୍ତ୍ରୀ ୧୨ କୋଟିର ମର୍ସିଡିଜ୍ ମେବେକ୍ ଏସ୍-୬୫୦ରେ ଯାତ୍ରା କରିବେ। ଏହାର ସୁରକ୍ଷା ବ୍ୟବସ୍ଥା ଅତି ଶକ୍ତିଶାଳୀ। ବିସ୍ଫୋରଣରେ ମଧ୍ୟ ଏହାର…
ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ
ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ ଦେଇଛି ଛେଳି। ଏହି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି। କୁହାଯାଇଛି…
ଖୁସି ଖବର, ପୁଣି ୨ କରୋନା ଟିକାକୁ ମଞ୍ଜୁରୀ…
ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସ୍ସିଓ) କୋଭୋଭାକ୍ସ ଏବଂ…
Archives


