ଜାତୀୟ

ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ

ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧ ତାରିଖରେ ମାଓବାଦୀମାନେ କାର୍ଯ୍ୟରତ ଇଞ୍ଜିନିୟର ଅଶୋକ ପାଓ୍ବାର ଏବଂ ସହକର୍ମୀ ଆନନ୍ଦ ଯାଦବଙ୍କୁ ଅପହରଣ…

ରେକର୍ଡ କଲା ଗୋଆ

ପାଣାଜୀ,୧୬।୨: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି। ଟିକାକରଣ ଅଭିଯାନ ଯୋଗୁ ସଂକ୍ରମଣ କମିବାରେ ଲାଗିଛି। ଭାରତରେ ଚାଲିଥିବା ଟିକାକରଣ ଅଭିଯାନ ବିଷୟରେ ଆଉ ଏକ ଖୁସି ଖବର ଆସିଛି। ୧୦୦ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନାର ଡବଲ୍‌…

‘କେବଳ ହିଜାବ୍‌ ଉପରେ କଟକଣା; ଓଢ଼ଣି, ପଗଡ଼ି କାହିଁକି ନୁହେଁ’

ବାଙ୍ଗାଲୁରୁ,୧୬।୨: ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ପ୍ରସଙ୍ଗର ଶୁଣାଣି କରୁଥିବା କର୍ନାଟକ ହାଇକୋର୍ଟ ବୁଧବାର ମୁସଲିମ ଛାତ୍ରୀଙ୍କ ପକ୍ଷର ଉପସ୍ଥାପନା ଶୁଣିଛନ୍ତି। ମୁଖ୍ୟ ବିଚାରପତି ରିତୁ ରାଜ ଅଓ୍ବସ୍ଥିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କାହିଁକି କେବଳ ହିଜାବକୁ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ…

ହିଜାବ ଆନ୍ଦୋଳନ ବେଳେ ମହିଳାଙ୍କୁ ମାଡ଼

ଗାଜିଆବାଦ,୧୬।୨: ହିଜାବ କଟକଣା ବିରୋଧରେ ଆନ୍ଦୋଳନ ବେଳେ ବୁର୍ଖା ପିନ୍ଧିଥିବା ମୁସଲିମ ମହିଳାଙ୍କୁ ପୋଲିସ କର୍ମୀ ଲାଠି ମାଡ଼ କରିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ହିଜାବ ଆନ୍ଦୋଳନର…

ୟୁକ୍ରେନ୍‌ ସଙ୍କଟ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୬।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ୟୁକ୍ରେନ ସୀମାରୁ ରୁଷିଆ ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି। ୟୁକ୍ରେନରେ ବାସ କରୁଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି।…

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୧୬।୨: କରୋନାକୁ ନେଇ ଲାଗୁ ହୋଇଥିବା କଟକଣାକୁ ପୁନଃ ସମୀକ୍ଷା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସାରା ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଏଭଳି…

ଗୋଟିଏ ମିଶନ ପାଇଁ ୩୦ ଲୋକଙ୍କୁ ୨ ଦିନ

ଥାଣେ,୧୬।୨: ମହାରାଷ୍ଟ୍ରର ଥାଣେ ଜିଲାରେ ଏକ ଚିତାବାଘର ମୁଣ୍ଡ ଏକ ପ୍ଲାଷ୍ଟିକ୍‌ ପାଣି କ୍ୟାନରେ ଫଶି ଯାଇଥିଲା। ପଶୁ କଲ୍ୟାଣ ଗୋଷ୍ଠୀଠାରୁ ଆରମ୍ଭ କରି ଜଙ୍ଗଲ ଅଧିକାରୀ, ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀଙ୍କୁ ମିଶାଇ ପ୍ରାୟ ୩୦ ଜଣଙ୍କ ସହଯୋଗ କ୍ରମେ ଚିତାବାଘର…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ,୧୬।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଫସିଯାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଦଫା ୫୦୪ ଓ ୫୦୫(୨) ଅନୁସାରେ ମାମଲା କରାଯାଇଛି। ଏବେ…

ଅମିତାଭଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସସ୍‌ପେଣ୍ଡ

ମୁମ୍ବାଇ,୧୬।୨: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ଶିନ୍ଦେଙ୍କୁ ନିୟମର ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ମଙ୍ଗଳବାର ତାଙ୍କ ସସ୍‌ପେଣ୍ଡ ଅର୍ଡର ଜାରି କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ…

ଛୋଟ ପିଲାଙ୍କୁ ୨ ଚକିଆରେ ନେବାକୁ ଏବେ ନୂଆ ନିୟମ, ଉଲ୍ଲଂଘନ କଲେ ୧୦୦୦ ଜରିମାନା…

ନୂଆଦିଲ୍ଲୀ, ୧୬।୨ : ଏବେ ଛୋଟ ପିଲାଙ୍କୁ ୨ ଚକିଆ ଯାନରେ ନେବା ପାଇଁ ନୂଆ ଟ୍ରାଫିକ ନିୟମ ଜାରି ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨ ଚକିଆ ଚାଳକଙ୍କ ପାଇଁ ଏହି ନୂଆ ନିୟମ ଆଣାଯାଇଛି। ଏଥିରେ…

ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ଏସ୍‌ଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…

କୋଲକାତା, ୧୬।୨ : ପଶ୍ଚିମବଙ୍ଗ ମ୍ୟୁନିସପାଲିଟି ନିର୍ବାଚନ ସମୟରେ ହୋଇଥିବା ହିଂସା ନେଇ କୋଲକାତା ହାଇକୋର୍ଟ ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ( ଏସ୍‌ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ…

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଙ୍ଗୁ ବଜାଇ ପ୍ରଚାର କରୁଛନ୍ତି ଛେଦୁ…

ସିରାଥୁ, ୧୬।୨ : ଉତ୍ତରପ୍ରଦେଶର କୌଶମ୍ଭିର ହଟ୍‌ ବିଧାନସଭା ଆସନ ଭାବେ ସିରାଥୁକୁ ବିବେଚନା କରାଯାଉଛି। ଏଠାରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢୁଛନ୍ତି। ଏହି ଆସନରେ ତାଙ୍କ ବିରୋଧରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଛେଦୁ ଚମାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri