ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନଓ୍ବାବ

ମୁମ୍ବାଇ,୭।୩: ଅର୍ଥ ହେରଫେର୍‌ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ମୁମ୍ବାଇର ସ୍ବତନ୍ତ୍ର ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ) କୋର୍ଟ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୩: କେନ୍ଦ୍ର ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଦେଶର ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ୫୦ ସିଟ ପାଇଁ ଫିସ ସରକାରୀ ମେଡିକାଲ କଲେଜ୍‌ରେ ଧାର୍ଯ୍ୟ ଫିସ ଅନୁଯାୟୀ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା…

ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୨…

ଝାନ୍ସୀକୁ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ନାମରେ ଜାଣିିବା ଉଚିତ୍‌: କୋର୍ଟ

ଝାନ୍ସୀ ୭।୩: ଝାନ୍ସି ରେଳ ଷ୍ଟେସନର ନାମ ବଦଳାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ସୋମବାର ନିଜର ମନ୍ତବ୍ୟ ରଖିଛନ୍ତି। ବ୍ରିଟିଶଙ୍କ ବିରୋଧ ଲଢ଼େଇରେ ରାଣୀ ଲକ୍ଷ୍ମୀବାଇ ଉଚ୍ଚ ବଳିଦାନ ଦେଇଥିଲେ।…

ଜେଲେନସ୍କିଙ୍କ ସହ ସିଧା କଥା ହେବାକୁ ପରାମର୍ଶ ଦେଲେ

ନୂଆଦିଲ୍ଲୀ,୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି ଆଲୋଚନା ବେଳେ ମୋଦି ୟୁକ୍ରେନର ସମି ସହରରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲେ। ୟୁକ୍ରେନର…

ନିଲମ୍ବିତ ହେଲେ ଭାଜପାର ୩ ବିଧାୟକ

ହାଇଦ୍ରାବାଦ,୭।୩: ତେଲେଙ୍ଗାନା ବାଚସ୍ପତି ପୋଖରାମ ଶ୍ରୀନିବାସ ରେଡ୍ଡୀ ସୋମବାର ଭାଜପାର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଟି.ରାଜା ସିଂହ, ଏମ୍‌. ରଘୁନନ୍ଦନ ରାଓ ଏବଂ ଇତେଲା ରାଜେନ୍ଦର। ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ ଆଦେଶ…

ପୁଟିନଙ୍କ ସହ ୫୦ ମିନିଟ୍‌ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୫୦ ମିନିଟ କଥା ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଏହି…

କରୋନା ମୃତ୍ୟୁ କ୍ଷତିପୂରଣ, ନକଲି ମେଡ଼ିକାଲ ପ୍ରମାଣପତ୍ର ନେଇ ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକଟ…

ନୂଆଦିଲ୍ଲୀ,୭।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର…

୩ ବର୍ଷରେ କରୋନା ନେଲାଣି ୬୦ ଲକ୍ଷ ଜୀବନ

ବ୍ୟାଙ୍କକ୍‌,୬।୩ କୋଭିଡ୍‌ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି। ଓ୍ବାଲେର୍‌ଡାମିଟର ଅନୁଯାୟୀ ରବିବାର ରାତି ସୁଦ୍ଧା ବିଶ୍ୱରେ କୋଭିଡ୍‌…

ୟୁପିରୁ ମହିଳାଙ୍କୁ ଅପହରଣ କରି ଦିଲ୍ଲୀରେ ଗଣବଳାତ୍କାର

ମୁଜାଫରନଗର(ୟୁପି),୭।୩: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦିଲ୍ଲୀ ନେଇ ସେଠାରେ ୫ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରେଧରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ପାଳିତ ଚିତାବାଘକୁ ଛାଡ଼ି ଭାରତ ଆସିବାକୁ ଚାହୁନାହାନ୍ତି ଡାକ୍ତର

ବିଜୟଓ୍ବାଡ଼ା,୭।୩: ୟୁକ୍ରେନ୍‌ର ଯୁଦ୍ଧ ବିଭିଷିକାରୁ ବର୍ତ୍ତିବା ପାଇଁ ଫସି ରହିଥିବା ଭାରତୀୟ ନିଜ ଦେଶକୁ ଫେରିବା ଆକୁଳ ନିବେଦନ କରୁଥିବା ବେଳେ କେତେଜଣ ଛାତ୍ରୀଛାତ୍ର ସେମାନଙ୍କ ପୋଷା କୁକୁର ବିରାଡ଼ି ସହ ଫେରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥତିରେ ୟୁକ୍ରେନ୍‌ ରାଜଧାନୀ…

ଅତିଥିଙ୍କୁ କଳା ପୋଷାକ ଖୋଲିବାକୁ କୁହାଗଲା, ଶାର୍ଟ ବି ଛାଡ଼ିଲେ ନାହିଁ

ପୁଣେ,୭।୩: ଏମ୍‌ଆଇଟି କଲେଜ ଭେନ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରୁଥିବା ବେଳେ ଇଭେଣ୍ଟରେ ଉପସ୍ଥିତି ଅତିଥିଙ୍କୁ କଳା ରଙ୍ଗର ମାସ୍କ, ମୋଜା କାଢ଼ିବାକୁ କୁହାଯାଇଥିଲା। ଏପରି କି କେତେକଙ୍କ କ୍ଷେତ୍ରରେ ଶାର୍ଟ ମଧ୍ୟ ଖୋଲିବାକୁ କୁହାଯାଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?