ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା
ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ...
୬ ମାସ ତଳେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତାଙ୍କୁ କରୋନାର ଦ୍ୱିତୀୟ ଡୋଜ୍…
ଭୋପାଳ,୧୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଏଥିରେ ବହୁ ଅନିମୟିତତା ପରିଲକ୍ଷିତ ହେଉଛି। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ ଜିଲାରେ ୬ ମାସତଳେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କୁ ଟିକାର...
ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ବଢିଗଲା ଝିଅ ଆଶନାଙ୍କ ଦ୍ୱାରା ଲିଖିତ ପୁସ୍ତକର ଚାହିଦା
ନୂଆଦିଲ୍ଲୀ,୧୧ ।୧୨: ‘ସୋଲ୍ଡ ଆଉଟ୍’ ଏବେ ଏହା ଲେଖାଯାଇଛି ଏକ ବହି ଦୋକାନ ସାମ୍ନାରେ । ଯେଉଁଠାରେ ବିକ୍ରି କରାଯାଉଥିଲା ବ୍ରିଗେଡିୟର ଏଲ୍ଏସ୍ ଲିଡ୍ଡରଙ୍କ ଝିଅ ଆଶନା ଲିଡ୍ଡରଙ୍କ ଦ୍ୱାରା ରଚିତ ପୁସ୍ତକ । ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରଠାରେ...
ପୁଣି ଲକ୍ଡାଉନ୍ ମୁହାଁ ଦେଶ, ୧୦ ରାଜ୍ୟର ୨୭ ଜିଲାରେ କରୋନା ବେକାବୁ…
ନୂଆଦିଲ୍ଲୀ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ନେଇ ଦେଶରେ ପୁଣି ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ୧୦ ରାଜ୍ୟର ୨୭ ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଫଳରେ ପୁଣି ଦେଶ ଲକ୍ଡାଉନ୍...
ଚିନ୍ତାଧାରା ସଚ୍ଚୋଟ ହେଲେ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରହିବ…
ନୂଆଦିଲ୍ଲୀ,୧୧।୧୨: ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ପ୍ରତିଟି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ପ୍ରକଳ୍ପର ଲୋକାର୍ପଣ କରି ଏଭଳି କହିଛନ୍ତି। ୯୮୦୦...
ଟୁଇଟ୍ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…
ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ ବଞ୍ଚାଇବାକୁ ପଡିବ, ତେବେ ଗଣତାନ୍ତ୍ରିକ ଉପାୟରେ ଗାନ୍ଧୀ ପରିବାର ବାହାରେ ଜଣେ ନେତାଙ୍କୁ...
ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ଜିମ୍ବାଓ୍ବେରୁ ଫେରିଥିଲେ…
ନୂଆଦିଲ୍ଲୀ,୧୧।୧୨: ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ଜିମ୍ବାଓ୍ବେରୁ ଫେରଛନ୍ତି। ଏହା ଦ୍ୱାରା ଦେଶର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର ଦକ୍ଷିଣ ଆଫ୍ରିକା ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ରହିଛି। ସେ...
ପିନାକା-ଇଆର୍ ରକେଟର ସଫଳ ପରୀକ୍ଷଣ, ସେନାର ଶକ୍ତିରେ ବୃଦ୍ଧି…
ପୋଖରନ୍,୧୧।୧୨: ପିନାକା ରକେଟ ଲଞ୍ଚର୍ ସିଷ୍ଟମର ସାମର୍ଥ୍ୟକୁ ବୃଦ୍ଧି କରିବା ଲାଗି ଡିଆର୍ଡିଓ ପକ୍ଷରୁ ପୋଖରାନ ରେଞ୍ଜରେ ପିନାକାର ଏକ୍ସଟେଣ୍ଡ୍ ରେଞ୍ଜ (ପିନାକା-ଇଆର୍) ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର୍ ସିଷ୍ଟମର ସଫଳତାର ସହି ପରୀକ୍ଷଣ ହୋଇଛି। ଡିଆର୍ଡିଓ ଲାବୋରେଟୋରୀରେ ଏହି...
ସିରିଞ୍ଜ୍ ନିର୍ମାଣକାରୀ ସର୍ବବୃହତ୍ କମ୍ପାନୀରେ ତାଲା …
ନୂଆଦିଲ୍ଲୀ ୧୧।୧୨: କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସିରିଞ୍ଜ୍ ନିର୍ମାଣକାରୀ ସର୍ବବୃହତ୍ କମ୍ପାନୀରେ ତାଲା ପଡ଼ିଛି। କରୋନା ମହାମାରୀ ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଥିବାବେଳେ ଦେଶର ବୃହତ୍ତମ ସିରିଞ୍ଜ ଏବଂ ଛୁଞ୍ଚି...
୮ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୧।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ୭ ହଜାର ୯୯୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ...
ମାସ୍କ ବ୍ୟବହାର କମୁଛି: ସତର୍କ କରାଇଲା କେନ୍ଦ୍ର
ନୂଆଦିଲ୍ଲୀ/ଜାମନଗର, ୧୧।୧୨: ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୭ ଜଣ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗୁଜରାଟରେ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରବାସୀ ଭାରତୀୟଙ୍କ ସ୍ତ୍ରୀ ଓ ଶାଳକ ମଧ୍ୟ ଉକ୍ତ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିଛି। ଫଳରେ ଭାରତରେ...
ମୁମ୍ବାଇରେ ଲାଗୁ ହେଲା ୧୪୪ ଧାରା
ମୁମ୍ବାଇ,୧୧।୧୨: ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ମୁମ୍ବାଇ ପ୍ରଶାସନ ପଦକ୍ଷେପ ନେଇଛି। ଶନିବାର ଏବଂ ରବିବାର ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି। ମୁମ୍ବାଇରେ କୌଣସି ପ୍ରକାରର ଭଡ, ବିକ୍ଷୋଭ...
Archives


