ମାସ୍କ ବ୍ୟବହାର କମୁଛି: ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ/ଜାମନଗର, ୧୧।୧୨: ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୭ ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗୁଜରାଟରେ ପୂର୍ବରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରବାସୀ ଭାରତୀୟଙ୍କ ସ୍ତ୍ରୀ ଓ ଶାଳକ ମଧ୍ୟ ଉକ୍ତ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିଛି। ଫଳରେ ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ରହିଛି। ସେହିପରି ମୁମ୍ବାଇର ଧରାବୀ ଅଞ୍ଚଳରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉକ୍ତ ୪୯ ବର୍ଷୀୟ ବ୍ୟକ୍ତି ଜଣକ ତାଞ୍ଜାନିଆରୁ ଗତ ୪ ତାରିଖରେ ଫେରିଥିଲେ। ସେ କୋଭିଡ୍‌ ଟିକା ନେଇ ନ ଥିବା ଜଣାପଡ଼ିଛି। ଗୁଜରାଟରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଥିବାବେଳେ ମହାରାଷ୍ଟ୍ରରେ ୧୭ ହୋଇଛି। ତେବେ କୌଣସି ରୋଗୀଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଇ ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୋଟ ଓମିକ୍ରନ୍‌ ସଂକ୍ରମଣର ୦.୦୪ ପ୍ରତିଶତରୁ କମ୍‌ ଭାରତରେ ଦେଖାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ଡିସେମ୍ବର ୧ରୁ ଇତିମଧ୍ୟରେ ୯୩ ଅନ୍ତର୍ଜାତୀୟ ବିମାନ ଯାତ୍ରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୩ ଜଣ ଓମିକ୍ରନ୍‌ ସଂକ୍ରମିତ ଦେଶର। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ ୫୯ ଦେଶକୁ ବ୍ୟାପିଲାଣି ଓ ମୋଟ ମାମଲା ସଂଖ୍ୟା ୨,୯୩୬ରେ ପହଞ୍ଚତ୍ଛି। ଏହା ବ୍ୟତୀତ ଅନ୍ୟ ୭୮,୦୫୪ ସନ୍ଦିଗ୍ଧ ମାମଲାର ଜିନୋମ ସିକ୍ୱେନ୍ସିଂ ଚାଲିଛି। ନୂଆ ଭାରିଆଣ୍ଟ ସହ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାବେଳେ ମାସ୍କ ବ୍ୟବହାର କମୁଥିବା ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ମାସ୍କ ବ୍ୟବହାର ହ୍ରାସକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିଛି। ଏବେ ବି ସଂକ୍ରମଣ ବିପଦ ରହିଛି। ଏଭଳି ସମୟରେ ଟିକା ଓ ମାସ୍କ ଉଭୟ ଗୁରୁତ୍ୱପୂର୍ଣ୍ଣ ବୋଲି ନୀତି ଆୟୋଗର ସ୍ବାସ୍ଥ୍ୟ ସଚିବ ଡ. ଭି.କେ. ପଲ୍‌ କହିଛନ୍ତି। ଓମିକ୍ରନ୍‌ ପାଇଁ ଚିକିତ୍ସା ପ୍ରୋଟୋକଲ୍‌ କୋଭିଡ୍‌ ଭଳି ସମାନ ରହିଛି। ମହାମାରୀକୁ ଭୁଲିଯାଇ ଲୋକେ ଉତ୍ସବ ଆୟୋଜନ କରୁଛନ୍ତି। ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ବହୁସଂଖ୍ୟାରେ ଜନ ସମାଗମ ହେଉଛି। ଏଭଳି ଉତ୍ସବଗୁଡ଼ିକରେ ଶତ ପ୍ରତିଶତ କୋଭିଡ୍‌ ନିରାପତ୍ତା ନିୟମ ପାଳନ ଲାଗି ଅନୁରୋଧ କରାଯାଉଛି ବୋଲି ଲବ ଅଗ୍ରଓ୍ବାଲ କହିଛନ୍ତି। ଦ୍ୱିତୀୟ ଲହର ଆସିବା ପୂର୍ବରୁ ଲୋକମାନେ ଏଭଳି ଖାମଖିଆଲି ମନୋଭାବ ଦେଖାଇଥିଲେ ବୋଲି ନୀତି ଆୟୋଗ ସଦସ୍ୟ କହିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ପଜିଟିଭିଟି ହାର ଗତ ସପ୍ତାହରେ ୦.୭୩ ରହିଥିଲା। ଗତ ୧୪ ଦିନରେ ୧୦,୦୦୦ରୁ କମ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେରଳ ଓ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସର୍ବାଧିକ ରହିଛି। ଏବେ ଦିନକୁ ୮୦ ଲକ୍ଷ ପର୍ଯ୍ୟନ୍ତ କୋଭିଡ୍‌ ଟିକା ଡୋଜ୍‌ ଦିଆଯାଉଛି। ସମସ୍ତ ସାବାଳକ ଟିକା ନେବା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?