Posted inଜାତୀୟ

ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ବଢିଗଲା ଝିଅ ଆଶନାଙ୍କ ଦ୍ୱାରା ଲିଖିତ ପୁସ୍ତକର ଚାହିଦା

ନୂଆଦିଲ୍ଲୀ,୧୧ ।୧୨: ‘ସୋଲ୍ଡ ଆଉଟ୍‌’ ଏବେ ଏହା ଲେଖାଯାଇଛି ଏକ ବହି ଦୋକାନ ସାମ୍ନାରେ । ଯେଉଁଠାରେ ବିକ୍ରି କରାଯାଉଥିଲା ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ ଆଶନା ଲିଡ୍ଡରଙ୍କ ଦ୍ୱାରା ରଚିତ ପୁସ୍ତକ । ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରଠାରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଥିବା ବ୍ରିଗେଡିୟର ଏଲ୍ ଏସ୍ ଲିଡ୍ଡରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଲିଡ୍ଡରଙ୍କ ପରଲୋକ ପରେ ତାଙ୍କର ୧୭ ବର୍ଷର ଝିଅ ଆଶନା ଯେଉଁ ପୁସ୍ତକ ରଚନା କରିଥିଲେ ତାହାର ଚାହିଦା ଏବେ ବଢିଯାଇଛି । ଗତ ୪ ଦିନ ମଧ୍ୟରେ ଏହା ଏତେ ବିକ୍ରି ହେଲା ଯେ ଏହା ଆଉଟ୍ ଅଫ୍ ଷ୍ଟକ ହୋଇଗଲା । ଆଶନାଙ୍କ ଲିଖିତ ପୁସ୍ତକର ନାଁ ରହିଛି ‘ଇନ୍ ସର୍ଚ୍ଚ ଅଫ୍ ଏ ଟାଇଟଲ’ । ଏହା ଏବେ ଆଉ ଦୋକାନରେ ମିଳୁନାହିଁ । ଆଶନାଙ୍କ ପ୍ରକାଶକ ପବ୍ଲିସିଙ୍ଗ କ୍ରିଏଟିଭ କ୍ରେଜ କହିଛି ହଠାତ୍ ତାଙ୍କ ପୁସ୍ତକର ଡିମାଣ୍ଡ ବଢିଯାଇଥିବାରୁ ଏବେ ଆମେ ଏହାର ଆଉ କିଛି କପି ବାହାର କରୁଛୁ । ପୂର୍ବରୁ ଏହାର ୨୫୦ କପି ବିକ୍ରି ସରିଛି ।
ସୂଚନାଯୋଗ୍ୟ, ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ଝିଅ ଆଶନାଙ୍କର ଧୈର୍ଯ୍ୟ ଓ ସାହସକୁ ଯିଏ ଦେଖିଛି ତା’ ଆଖିରେ ଲୁହ ଆସିଯାଇଛି । ଆଶନା ଏବେ ଦ୍ୱାଦଶ ଶ୍ରେଶୀର ଛାତ୍ରୀ ହୋଇଥିବା ବେଳେ ଏବେ ତାଙ୍କୁ ଧୈର୍ଯ୍ୟ ଦେଉଛନ୍ତି ତାଙ୍କ ମା’ ଗିତିକା । ସେ କହୁଛନ୍ତି ମୋତେ ଦେଖ ମୁଁ କ’ଣ କାନ୍ଦୁଛି । ହେଲେ ପିତାଙ୍କର ଏକମାତ୍ର ଅଲିଅଲ ସନ୍ତାନ ଭାବେ ଗୁମୁରି ଗୁମୁରି କାନ୍ଦୁଥିବା ଆଶନା ନିଜକୁ ମଜଭୁତ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri