Posted inଜାତୀୟ

ଟୁଇଟ୍‌ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ ବଞ୍ଚାଇବାକୁ ପଡିବ, ତେବେ ଗଣତାନ୍ତ୍ରିକ ଉପାୟରେ ଗାନ୍ଧୀ ପରିବାର ବାହାରେ ଜଣେ ନେତାଙ୍କୁ ଅଧ୍ୟକ୍ଷ ଚୟନ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ବିନା ମଧ୍ୟ ଭାଜପା ବିରୋଧୀ ସାମ୍ମୁଖ୍ୟ ଗଠନ ସମ୍ଭବ।ଏକ ଘରୋଇ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ କେବଳ ଟୁଇଟ୍‌ ଏବଂ କ୍ୟାଣ୍ଡେଲ ରାଲି ମାଧ୍ୟମରେ ଭାଜପାକୁ ପରାସ୍ତ କରି ହେବ ନାହିଁ।

ଭାଜପା ଅଧିକ ଶକ୍ତିଶାଳୀ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଭାଜପାକୁ ପରାସ୍ତ କରିବାକୁ ରାହୁଲଙ୍କୁ ଏକ ଦୃଢ଼ ରଣନୀତ ପ୍ରସ୍ତୁତ କରିବାକୁ ପଡିବ ବୋଲି ସେ ହକିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ୧୯୮୪ ପରେ କଂଗ୍ରେସ ଏକାକୀ ଗୋଟିଏ ବି ଲୋକସଭା ନିର୍ବାଚନ ଜିତି ନାହିଁ।

ଗତ ଦଶ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜିତ ହୋଇଛି। କଂଗ୍ରେସ ନେତୃତ୍ୱ ପରାଜୟ ପାଇଁ ଦାୟୀ ବୋଲି ସେ କହିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ମୋଦି ସମସ୍ତ ଲୋକଙ୍କ କଥା ଶୁଣୁଛନ୍ତି। ଏହା ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି ।

ମୋଦି ଲୋକମାନଙ୍କର ଆବଶ୍ୟକତା କ’ଣ ଜାଣିଛନ୍ତି । ଆଗାମୀ କିଛି ଦଶନ୍ଧି ଧରି ଦେଶର ରାଜନୀତିରେ ଭାଜପାର ପ୍ରଭାବ ଜାରି ରହିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (EVM) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ ( VVPAT) ମେଶିନ୍‌ରୁ ବାହାରୁଥିବା ପେପର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri