ମଧ୍ୟପ୍ରଦେଶରେ ନାଇଟ୍ କର୍ଫ୍ୟୁ
ଭୋପାଳ, ୨୩।୧୨: ଦେଶରେ ଓମିକ୍ରନ୍ ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ପୁନର୍ବାର କୋଭିଡ୍ କଟକଣା ଲାଗୁ କରାଯାଉଛି। ଅନେକ ରାଜ୍ୟ ଯାତ୍ରା କଟକଣା ଲଗାଇଥିବା ବେଳେ ମଧ୍ୟପ୍ରଦେଶ ସରକାର ଗୁରୁବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା...
‘ଓମିକ୍ରନରୁ ବର୍ତ୍ତିବା ପାଇଁ କପଡ଼ା ମାସ୍କ ସୁରକ୍ଷିତ ନୁହେଁ’
ନୂଆଦିଲ୍ଲୀ, ୨୩ା୧୨: କରୋନାର ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଓମିକ୍ରନରୁ ବର୍ତ୍ତିବା ପାଇଁ କପଡ଼ା ମାସ୍କ ସୁରକ୍ଷିତ ନୁହେଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ମିଶ୍ରିତ ମାଟେରିଆଲର ଡବଲ କିମ୍ବା ଟ୍ରିପଲ ଲେୟର ଥିବା ମାସ୍କ ପ୍ରଭାବୀ ହୋଇପାରେ ବୋଲି ଅକ୍ସଫୋର୍ଡ...
ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ମନା କରିବା ଠକାମି ନୁହେଁ, ହାଇକୋର୍ଟଙ୍କ ରାୟ…
ମୁମ୍ବାଇ, ୨୩।୧୨: କୌଣସି ମହିଳାଙ୍କ ସହିତ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ମନା କରିବା ଠକାମି ନୁହେଁ। ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଅନୁଜା...
ନରମିଲେ ରାଓ୍ବତ
ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ନେତା ହରିଶ ରାୱତ ବୁଧବାର ତାଙ୍କ ହାତ ଓ ପାଦ ବନ୍ଧା ଯାଇଥିବା ଟୁଇଟ୍ କରିବା ପରେ ଗୁରୁବାର ସ୍ବର ବଦଳାଇଛନ୍ତି। ସେ କହିଛନ୍ତି, ତାହା ତାଙ୍କ ନିତିଦିନିଆ ଟୁଇଟ୍ ଥିଲା। କିନ୍ତୁ ଆଜି ଖବରକାଗଜ ପଢିବା...
କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ
ବେଙ୍ଗାଲୁରୁ,୨୩।୧୨: ଗୁରୁବାର କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ରେ ମାପ କରାଯାଇଛି। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ନିଜ ଘରୁ ରାସ୍ତାକୁ ବାହାରି ଆସିଥିଲେ। ଏହି ଭୂକମ୍ପ ଯୋଗୁ...
ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…
ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।...
୨୭ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…
ବାରାଣସୀ, ୨୩।୧୨: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ଗୁରୁବାର ୨୭ଟି ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏସବୁ ପ୍ରକଳ୍ପର ନିର୍ମାଣରେ ୨୧୦୦ କୋଟି ଟଙ୍କା ବ୍ୟୟ ହୋଇଛି। ସେଥିମଧ୍ୟରେ ୮୭୦ କୋଟି ଟଙ୍କାର ୨୨ଟି...
ଉପମୁଖ୍ୟମନ୍ତ୍ରୀଙ୍କୁ ଧରି କାନ୍ଦିଲେ ଛାତ୍ରୀ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ ସରକାରଙ୍କ ବିଜ୍ନେସ୍ ବ୍ଲାଷ୍ଟର କାର୍ଯ୍ୟକ୍ରମ ସହିତ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ସଶକ୍ତ ହୋଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଏକ ସରକାରୀ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଛାତ୍ରୀମାନେ...
ଦେଶରେ ୬୦ ପ୍ରତିଶତରୁ ଅଧିକଙ୍କୁ କରୋନା ଟିକାର ଉଭୟ ଡୋଜ୍…
ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ମହାମାରୀ ଲଢ଼େଇରେ ଜାରି ରହିଥିବା ଟିକାକରଣରେ ଭାରତକୁ ବଡ଼ ସଫଳତା ମିଳିଛି। ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ କରୋନା ଟିକାର ଉଭୟ...
ଜିଲା ଅଦାଲତରେ ବିସ୍ଫୋରଣ, ୨ ମୃତ, ୫ରୁ ଅଧିକ ଆହତ…
ଲୁଧିୟାନା, ୨୩।୧୨: ପଞ୍ଜାବର ଲୁଧିୟାନା ଜିଲା ଅଦାଲତରେ ଗୁରୁବାର ବିସ୍ଫୋରଣ ଘଟିଛି। ଅଦାଲତର ଦ୍ୱିତୀୟ ମହଲାରେ ବିସ୍ଫୋରଣ ଘଟିବାରୁ ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୫ରୁ ଅଧିକ...
ଭର୍ଚୁଆଲ କୋର୍ଟ ମ୍ୟାରେଜ୍କୁ ହାଇକୋର୍ଟଙ୍କ ଅନୁମତି…
କୋଚି, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟର ଆତଙ୍କକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟ ଏକ ଭର୍ଚୁଆଲ କୋର୍ଟ ମ୍ୟାରେଜ୍କୁ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ଏନ୍. ନଗରେଶଙ୍କ ନେତୃତ୍ୱର ଗଠିତ ଖଣ୍ଡପୀଠ କୋର୍ଟ ମ୍ୟାରେଜ୍ ଲାଗି ଆବେଦନ...
ନାବାଳକକୁ ବୀଭତ୍ସ ହତ୍ୟା
ଝାଡଖଣ୍ଡ,୨୩।୧୨: ଝାଡଖଣ୍ଡର ଦେଓଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ବାଳକର ଗଳା କାଟି, ହାତ ,ଗୋଡ କାଟି ମୃତଦେହକୁ ଅଖା ଭିତରେ ଭର୍ତ୍ତି କରି ଏକ ଜଙ୍ଗଲରେ ପଡିଥିବା ଅଭିଯୋଗ ହୋଇଛି। ତେବେ ମୃତକ...
Archives


