ଦେଶରେ ୬୦ ପ୍ରତିଶତରୁ ଅଧିକଙ୍କୁ କରୋନା ଟିକାର ଉଭୟ ଡୋଜ୍‌…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ମହାମାରୀ ଲଢ଼େଇରେ ଜାରି ରହିଥିବା ଟିକାକରଣରେ ଭାରତକୁ ବଡ଼ ସଫଳତା ମିଳିଛି। ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ କରୋନା ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୭୦,୧୭,୬୭୧ ଜଣ ଲୋକଙ୍କୁ କରୋନା ଟିକା ଦିଆଯିବା ପରେ କରୋନା ଟିକାକରଣ ସଂଖ୍ୟା ୧୩୯ କୋଟି ୭୦ ଲକ୍ଷ ଅତିକ୍ରମ କରିଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଭାରତ କରୋନା ମହାମାରୀ ବିରୋଧରେ ନୂଆ ସଫଳତା ହାସଲ କରିଛି। ଦେଶର ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ତଥା ଜନସାଧାରଣଙ୍କ ଉତ୍ସର୍ଗୀକୃତ ପ୍ରୟାସରେ, ସମୁଦାୟ ଯୋଗ୍ୟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକଙ୍କୁ ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି।

ଏନେଇ ସେ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ତଥା ଦେଶର ନାଗରିକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ବର୍ତ୍ତମାନ ଦେଶରେ କରୋନାର ୭୮,୨୯୧ ସକ୍ରିୟ ମାମଲା ରହିଛି ଏବଂ ଏହା ମୋଟ କରୋନା ପଜିଟିଭ ମାମଲାର ୦.୨୩ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରଠାରୁ ଏହା ସର୍ବନିମ୍ନ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ: ଆଗରେ ମୁକୁଲ

ନୂଆଦିଲ୍ଲୀ,୯।୮: ଆଉ ଗୋଟିଏ ଦିନ ପରେ କଂଗ୍ରେସ ଦଳକୁ ଅଧ୍ୟକ୍ଷ ମିଳିଯିବ ବୋଲି କୁହାଯାଉଛି। ଶୁକ୍ରବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଏକେ...

ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୮।୨: ଆମ ଆଦମୀ ପାର୍ଟି(ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ...

କାର୍‌ରେ ଗଳିକନ୍ଦି ବୁଲି କରୋନା ସଚେତନତା ସୃଷ୍ଟି କରୁଛନ୍ତି ବିଚାରପତି, ଲୋକେ କହିଲେ…

ଭୋପାଳ,୧୦।୪: ମଧ୍ୟପ୍ରଦେଶର ଖରଗୋନରେ ଲକ୍‌ଡାଉନ ହେବାର ୫ ଘଣ୍ଟା ପୂର୍ବରୁ ଜଜ୍‌ ନିଜେ କାର୍‌ରେ ବସି ମାଇକ୍‌ ଯୋଗେ କରୋନା ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ...

ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍‌ କରିଛନ୍ତି ଜୁମ୍‌ ଆପ୍‌

ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ ଡାଉନଲୋଡ଼୍‌ ନ...

‘ଏବେ ଆଇନଗତ ଲଢେଇ ଆରମ୍ଭ’

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରବିବାର ଶିବସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଶିବସେନା ଏମ୍‌ପି ଅରବିନ୍ଦ ସାୱନ୍ତ କହିଛନ୍ତି, ମହାରାଷ୍ଟ୍ରରେ...

ତିସ୍‌ ହଜାରି କୋର୍ଟରେ ତାଣ୍ଡବ: ପୋଲିସଙ୍କୁ ପିଟିଲେ ଓକିଲ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଶନିବାର ଅପରାହ୍ନରେ ଓକିଲ ଓ ପୋଲିସ ମଧ୍ୟରେ ସାମାନ୍ୟ କଥାକୁ ନେଇ ହୋଇଛି ଖଣ୍ଡଯୁଦ୍ଧ। ପରିସ୍ଥିତି ଅଣାୟତ୍ତ ହେବାରୁ...

ରାଜଧାନୀରୁ ଦୂର ହେବ ଭାକ୍ସିନ ସଙ୍କଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। ଗତ କିଛି ଦିନ ତଳେ...

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ...

Advertisement
Archives

Model This Week