Posted inଜାତୀୟ

ମଧ୍ୟପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

ଭୋପାଳ, ୨୩।୧୨: ଦେଶରେ ଓମିକ୍ରନ୍‌ ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ପୁନର୍ବାର କୋଭିଡ୍‌ କଟକଣା ଲାଗୁ କରାଯାଉଛି। ଅନେକ ରାଜ୍ୟ ଯାତ୍ରା କଟକଣା ଲଗାଇଥିବା ବେଳେ ମଧ୍ୟପ୍ରଦେଶ ସରକାର ଗୁରୁବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ରାତି ୧୧ରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଜାରି ରହିବ। ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ନୂତନ ମାମଲା ଟିହ୍ନଟ ହୋଇଛି।

ବ୍ରାଜିଲ, ବ୍ରିଟେନ, ଚାଇନା, ଦକ୍ଷିଣ ଆଫ୍ରିକା, ମରିସସ୍‌, ହଂକଂ, ସିଙ୍ଗାପୁର, ନ୍ୟୁଜିଲାଣ୍ଡ, ବୋତ୍ସଓ୍ବାନା ଏବଂ ଇସ୍ରାଏଲରୁ ଆସିଥିବା ଯାତ୍ରୀଙ୍କ ଲାଗି ସରକାର ବିମାନ ବନ୍ଦରରେ ଆଇଟି-ପିସଆର୍‌ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। ଜଣେ ନେଗେଟିଭ୍‌ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ଓ ଅଷ୍ଟମ ଦିନରେ ପୁଣି ଥରେ ପରୀକ୍ଷା କରାଇବାକୁ କୁହାଯାଇଛି। ଜଣେ ପଜିଟିଭ୍‌ ଚିହ୍ନଟ ହେଲେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଚିକିତ୍ସା କରାଯିବ। ମହାରାଷ୍ଟ୍ର, କର୍ନାଟକ ଓ ପଶ୍ଚିମବଙ୍ଗ ସରକାର ମଧ୍ୟ ଅନୁରୂପ କଟକଣା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଖଡଗେ

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ କର୍ନାଟକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ...

କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି...

ମଣିପୁରରେ ଆଉ ଏକ ବିସ୍ଫୋରଣ

ଇମ୍ଫାଲ,୭ା୫: ମଣିପୁରର ଇମ୍ଫାଲ ଇଷ୍ଟ ଜିଲାରେ ଶୁକ୍ରବାର ସକାଳେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ରିମୋଟ କଣ୍ଟ୍ରୋଲ ଦ୍ୱାରା ହୋଇଥିବା ଏହି ବିସ୍ଫୋରଣରେ ୪ଟି କାର୍‌...

ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ

ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

ସୀମା ପାର୍‌ ଷଡ଼ଯନ୍ତ୍ର, ୭ ରାଜ୍ୟ ବାଟେ ଦିଲ୍ଲୀକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ…

ନୂଆଦିଲ୍ଲୀ,୨୮।୨ : ଭାରତର ସୀମା ଆରପାରିରୁ କିଛି ସଂଗଠନ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ନିୟୋଜିତ ଅଛନ୍ତି। ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ପ୍ରକାଶ...

ଭାଜପାକୁ ଶିବସେନାର କଟାକ୍ଷ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।...

ଭାରତରେ ପ୍ରସ୍ତୁତ କରୋନା ଟୀକା ଉପରେ ସବୁ ଦେଶଙ୍କ ଆଖି…

ନୂଆଦିଲ୍ଲୀ, ୪।୮: ଭାରତରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକାର ମିଳିତ...

Advertisement
Archives

Model This Week