Posted inଜାତୀୟ

ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ମନା କରିବା ଠକାମି ନୁହେଁ, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ, ୨୩।୧୨: କୌଣସି ମହିଳାଙ୍କ ସହିତ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ମନା କରିବା ଠକାମି ନୁହେଁ। ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଅନୁଜା ପ୍ରଭୁଦେଶାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର ସମୟରେ କହିଛନ୍ତି , ଯଦି ସମ୍ପୃକ୍ତ ବ୍ୟକ୍ତି ଶାରୀରିକ ସମ୍ପର୍କ ପରେ ବିବାହ ପ୍ରତିଶ୍ରୁତି ଦେଇ ନ ଥାନ୍ତି ତେବେ ପରବର୍ତ୍ତୀ ସମୟରେ ମହିଳାଙ୍କୁ ବିବାହ ଲାଗି ମନା କରିବାକୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୧୭ ଅନୁସାରେ ଠକାମି କୁହାଯିବ ନାହିଁ।

ଗତ ୩ ବର୍ଷ ଧରି ଶାରୀରିକ ସମ୍ପର୍କରେ ରହିଥିବା ଜଣେ ମହିଳାଙ୍କ ଆବେଦନ ଉପରେ ନିମ୍ନ ଅଦାଲତର ରାୟ ଉପରେ ବିଚାର କରି ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି କୁହାଯାଇଛି। ତେବେ ବିନା ପ୍ରମାଣରେ ପିଙ୍ଗଳ କୋଡ୍‌ ଧାରା ୯୦ ଅନୁସାରେ ଦଣ୍ଡବିଧାନ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ନିମ୍ନ ଅଦାଲତ ଏହି ମାମଲାରେ ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲ୍‌ ସହିତ ୫୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିଥିଲେ। ଏନେଇ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୯୯୬ରେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୭୬ ଏବଂ ୪୧୭ ଅନ୍ତର୍ଗତ ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପଦ୍ଧତି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌) ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଅଣାଯାଇଛି। ପ୍ରତି ବିଷୟରେ ଏଣିକି ୧ ନମ୍ବର...

ଯୁବକଙ୍କୁ ନିର୍ମମ ଭାବେ ମାଡ଼ମାରି ୩ ପୋଲିସ ନିଲମ୍ବିତ

ଦେବରିଆ,୧୦।୧: ଉତ୍ତରପ୍ରଦେଶର ଦେବରିଆ ଜିଲାରେ ପୋଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ଼ମାରିଥିବା...

ଶିନ୍ଦେ ଏବଂ ଅନ୍ୟ ବିଧାୟକ ପଦ ଅଯୋଗ୍ୟତାକୁ ନେଇ ଶ୍ରୀଘ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ,୪।୭:ବର୍ତ୍ତମାନ ଦେଶର ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ରହିଛି। ଏନସିପିରେ ବିଭାଜନ ଏବଂ ପାର୍ଟି ଉପରେ ନିଜ ନିଜର ନିୟନ୍ତ୍ରଣ...

ଯାଞ୍ଚ୍‌ ଏଜେନ୍ସିର ଅପବ୍ୟବହାର, ବିଧାନସଭାରେ କେନ୍ଦ୍ର ବିରୋଧୀ ପ୍ରସ୍ତାବ ଆଣିବ ଟିଏମ୍‌ସି…

ନୂଆଦିଲ୍ଲୀ, ୬।୯ : ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦୀର୍ଘ ଦିନ ଧରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଆସୁଛି। ଏହା ବିରୋଧରେ...

ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍‌-ରିଲେ ପ୍ୟାନେଲ ଜବତ…

ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ...

ହିନ୍ଦୁ-ମୁସ୍‌ଲିମ ବିଭାଜନକାରୀଙ୍କୁ ଭୋଟ ଦିଅନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୪।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ମୋଦି ବୋଧ ହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ଆମେରିକାରେ କହିଥିଲେ: ସିବଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨।୭ : ରାଜ୍ୟସଭା ସଦସ୍ୟ କପିଲ ସିବଲ ରବିବାର ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ...

Advertisement
Archives

Model This Week