Posted inଜାତୀୟ

ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…

ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ସୁବ୍ରାମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ତ୍ରୀ ପରିବାର ପାଇଁ ବିଭିନ୍ନ ସମୟରେ କଷ୍ଟ ଉଠାଇବା ସହିତ ନିଜ କ୍ୟାରିୟରକୁ ବଳିଦାନ ଦେଇଥାନ୍ତି। ତେଣୁ ସେ ରୋଜଗାର କରୁଥିଲେ ତାଙ୍କୁ ସ୍ବାମୀଙ୍କର ମଧ୍ୟ ଭରଣପୋଷଣରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ସିଆର୍‌ପିସି ଧାରା ୧୨୫ ଅନ୍ତର୍ଗତ ସ୍ବାମୀଙ୍କ ଘର ଛାଡ଼ିଥିବା ସ୍ତ୍ରୀ ଏବଂ ତାଙ୍କ ସନ୍ତାନଙ୍କ ଚଳିବା ଲାଗି ବ୍ୟବସ୍ଥା କରିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ଭାରତୀୟ ସେନା ବାହିିନୀରେ କଲୋନେଲ ଥିବା ସ୍ବାମୀଙ୍କୁ ମାସିକ ୩୩,୫୦୦ ଭରଣାପୋଷଣ ଦେବାକୁ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ବିରୋଧରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀ ଦର୍ଶାଇଥିଲେ ଯେ ତାଙ୍କ ସ୍ତ୍ରୀ ଶିକ୍ଷକତାରୁ ରୋଜଗାର କରୁଛନ୍ତି। ଏହା ସହିତ ସେନାବାହିନୀର ଜଣେ ସହକର୍ମୀଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ରହିଛି। ସ୍ତ୍ରୀ ସମ୍ପୃକ୍ତ ସହକର୍ମୀଙ୍କ ସହିତ ରହୁଛନ୍ତି। ତେଣୁ ତାଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ବୋଲି କଲୋନେଲ୍‌ ସ୍ବାମୀ ଆବେଦନପତ୍ରରେ ଉଲ୍ଲେଖ କରିଥିଲେ।

ଏନେଇ ସ୍ତ୍ରୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ଯେ, ତାଙ୍କ ବୈବାହିକ ଜୀବନରେ ଭଲ ପାଇବା ନ ଥିଲା। ତେଣୁ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା। ଖଣ୍ଡପୀଠ ହିନ୍ଦୁ ବିବାହ ଆକ୍ଟର ଧାରା ୨୪ ଅର୍ନ୍ତଗତ ଘରୋଇ ମହିଳା ହିଂସା ଆକ୍ଟ ୨୦୦୫ ଅନୁସାରେ ଭରଣପୋଷଣ ସୁନିଶ୍ଚିତ କରାଇବା ଅତ୍ୟାବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?