Posted inଜାତୀୟ

ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…

ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ସୁବ୍ରାମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ତ୍ରୀ ପରିବାର ପାଇଁ ବିଭିନ୍ନ ସମୟରେ କଷ୍ଟ ଉଠାଇବା ସହିତ ନିଜ କ୍ୟାରିୟରକୁ ବଳିଦାନ ଦେଇଥାନ୍ତି। ତେଣୁ ସେ ରୋଜଗାର କରୁଥିଲେ ତାଙ୍କୁ ସ୍ବାମୀଙ୍କର ମଧ୍ୟ ଭରଣପୋଷଣରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ସିଆର୍‌ପିସି ଧାରା ୧୨୫ ଅନ୍ତର୍ଗତ ସ୍ବାମୀଙ୍କ ଘର ଛାଡ଼ିଥିବା ସ୍ତ୍ରୀ ଏବଂ ତାଙ୍କ ସନ୍ତାନଙ୍କ ଚଳିବା ଲାଗି ବ୍ୟବସ୍ଥା କରିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ଭାରତୀୟ ସେନା ବାହିିନୀରେ କଲୋନେଲ ଥିବା ସ୍ବାମୀଙ୍କୁ ମାସିକ ୩୩,୫୦୦ ଭରଣାପୋଷଣ ଦେବାକୁ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ବିରୋଧରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀ ଦର୍ଶାଇଥିଲେ ଯେ ତାଙ୍କ ସ୍ତ୍ରୀ ଶିକ୍ଷକତାରୁ ରୋଜଗାର କରୁଛନ୍ତି। ଏହା ସହିତ ସେନାବାହିନୀର ଜଣେ ସହକର୍ମୀଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ରହିଛି। ସ୍ତ୍ରୀ ସମ୍ପୃକ୍ତ ସହକର୍ମୀଙ୍କ ସହିତ ରହୁଛନ୍ତି। ତେଣୁ ତାଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ବୋଲି କଲୋନେଲ୍‌ ସ୍ବାମୀ ଆବେଦନପତ୍ରରେ ଉଲ୍ଲେଖ କରିଥିଲେ।

ଏନେଇ ସ୍ତ୍ରୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ଯେ, ତାଙ୍କ ବୈବାହିକ ଜୀବନରେ ଭଲ ପାଇବା ନ ଥିଲା। ତେଣୁ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା। ଖଣ୍ଡପୀଠ ହିନ୍ଦୁ ବିବାହ ଆକ୍ଟର ଧାରା ୨୪ ଅର୍ନ୍ତଗତ ଘରୋଇ ମହିଳା ହିଂସା ଆକ୍ଟ ୨୦୦୫ ଅନୁସାରେ ଭରଣପୋଷଣ ସୁନିଶ୍ଚିତ କରାଇବା ଅତ୍ୟାବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ବିବାଦୀୟ ଟିପ୍ପଣୀ: କୃଷକ ଆନ୍ଦୋଳନ ଯୋଗୁ ବ୍ୟାପୁଛି ବାର୍ଡ ଫ୍ଲୁ

ଜୟପୁର,୧୦ ।୧: କେନ୍ଦ୍ର କୃଷି ଆଇନକୁ ନେଇ ଦୀର୍ଘ ପ୍ରାୟ ଦେଢ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ନେଇ ରାଜସ୍ଥାନର ଭାରତୀୟ...

‘ଧର୍ମଘଟରେ ସାମିଲ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ’

ଥିରୁଭାନନ୍ଥପୁରମ୍‌,୨୯।୩: ଟ୍ରେଡ୍‌ ୟୁନିୟନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ଡାକରାରେ ସରକାରୀ କର୍ମଚାରୀ ଯୋଗ ଦେଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ...

କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ: ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧: ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ଦ୍ୱିତୀୟ ଦିନ ତଥା ଶେଷ ଦିନ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ...

କରୋନାକୁ ଭୟ ନାହିଁ: ୫ମିନିଟ୍‌ରେ ନମୁନା ପରୀକ୍ଷା ହେବ ସମ୍ଭବ; ଏପ୍ରିଲ୍ ୧୮ ସୁଦ୍ଧା ଭାରତକୁ ଆସିବ ର‌୍ୟାପିଡ୍ କିଟ୍‌

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର...

ଧର୍ମାନ୍ତରୀକରଣର ସମସ୍ତ ମାମଲା ନୁହେଁ ବେଆଇନ: ମଧ୍ୟପ୍ରଦେଶ ସରକାରଙ୍କ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ମଧ୍ୟପ୍ରଦେଶ ହାଇକୋର୍ଟ ଧର୍ମାନ୍ତରୀକରଣର ଆଇନ ଉପରେ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।...

କରୋନା ଭାଇରସ: ବନ୍ଦ ହେଲା କୁତବ ମିନାର, ଲାଲକିଲ୍ଲା

ନୂଆଦିଲ୍ଲୀ,୧୭।୩: ଚାଇନା ପରେ ଏବେ ଠିକଣା ବଦଳାଇବା ମୁଡରେ ରହିଛି କରୋନା ଭଇରସ। ଏବେ ଏହାର ଠିକଣା ଇଟାଲି କୁହାଯାଉଥିବା ବେଳେ ବିଶ୍ୱର ପ୍ରାୟ ୧୪୫...

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ...

ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା, ଏଏପି

ନୂଆଦିଲ୍ଲୀ,୮।୩(ପି.ଟି):ଉତ୍ତରପ୍ରଦେଶରେ ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ ସରିବା ସହ ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥିସହିତ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌...

Advertisement
Archives

Model This Week