ଜାତୀୟ

ମଙ୍କିପକ୍ସ ମାମଲା ଚିହ୍ନଟ ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ବର୍ତ୍ତମାନ ଚିନ୍ତା ବଢାଇଛି ମଙ୍କିପକ୍ସ ମାମଲା। କେରଳରୁ ଭାରତରେ ପ୍ରଥମ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇଛି। ଏହାପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଯାଇଛି। ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର କେତେକ ଗାଇଡ୍‌ଲାଇନ ଜାରି କରାଯାଇଛି।…

କାଉଡିଆ ଯାତ୍ରାକୁ ନେଇ ଗୃହ ମନ୍ତ୍ରାଳୟର ପ୍ରସ୍ତୁତି

ନୂଆଦିଲ୍ଲୀ,୧୫।୭: କାଉଡିଆ ଯାତ୍ରାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଯାତ୍ରୀଙ୍କ ସୁରକ୍ଷା ବଢାଇବାକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏହାସହ ଯାତ୍ରୀଙ୍କର କୌଣସି ଅସୁବିଧା ନ ହେବ…

ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୫।୭: ଅଲ୍ଟ ନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ପଟିଆଲା କୋର୍ଟ ଏକ ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶରେ ହୋଇଥିବା ଏକ…

ଭୁଶୁଡ଼ିଲା ନିର୍ମାଣଧିନ କୋଠା,୫ ମୃତ

ନୂଆଦିଲ୍ଲୀ,୧୫।୭: ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଶୁକ୍ରବାର ନିର୍ମାଣଧିନ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ଏବେବି ଅନେକ ଶ୍ରମିକ ଚାପି ହୋଇ ରହିଥିବା କୁହାଯାଉଛି…

ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା

ଭୋପାଳ,୧୫।୭: ମଧ୍ୟପ୍ରଦେଶର ସେହୋରରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଜଣେ ଯୁବକଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋତୱାଲୀ ପୋଲିସ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପଟେ ଏହି ମାମଲା ସର୍ବସମ୍ମୁଖକୁ ଆସିବା…

ମଝି ଆକାଶରେ ଥରିଲା ବିମାନ ଇଞ୍ଜିନ: ଜୟପୁରକୁ ଡାଇଭର୍ଟ, ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫ା୭: ଇଣ୍ଡିଗୋ ବିମାନର ଇଞ୍ଜିନ୍‌ ଏକ ସେକେଣ୍ଡ ପାଇଁ ଥରିବାରୁ ଦିଲ୍ଲୀରୁ-ବଡ଼ଦୋରା ଯାଉଥିବା ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି, ଦିଲ୍ଲୀରୁ ବଡ଼ଦୋରା ଯାଉଥିବା ଇଣ୍ଡିଗୋ ବିମାନ…

ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀନଗର,୧୫।୭: ଜମ୍ମୁକଶ୍ମୀରର ଡୋଡା ଜିଲାରେ ଭଗବାନ ଶିବଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଏକ ମନ୍ଦିରରେ ପ୍ରବେଶ କରି ଭଗବାନ ଶିବଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି। ଜମ୍ମୁକାଶ୍ମୀର…

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଶିନ୍ଦେ: ବଦଳିବନି ଔରଙ୍ଗାବାଦ-ଉସ୍‌ମାନାବାଦର ନାମ

ମୁମ୍ବାଇ,୧୫।୭: ମହାରାଷ୍ଟ୍ରରେ କ୍ଷମତା ଭାର ସମ୍ଭାଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଔରଙ୍ଗାବାଦ ଓ ଉସ୍‌ମାନାବାଦର ନାମ ପରିବର୍ତ୍ତନକୁ ନେଇ ଥିବା ଉଦ୍ଧବଙ୍କ ନିଷ୍ପତ୍ତି ଉପରେ…

ଜୁଲାଇ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୧୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ଜୁଲାଇ ୨୩ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ବିଦାୟକାଳୀନ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତର ଉପରାଷ୍ଚ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା,…

ସଂସଦ ଭିତରେ ଧାରଣା ମନା

ନୂଆଦିଲ୍ଲୀ,୧୫।୭: ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି। ଏ ନେଇ ରାଜ୍ୟ ସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ରାଜଭର

ଲକ୍ଷ୍ନୌ,୧୫।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍‌ବିଏସ୍‌ପି)ସଭାପତି ଓମ ପ୍ରକାଶ ରାଜଭର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି ସେ…

ବାହୁବଳୀ ନେତାଙ୍କ ବିଧାୟକ ପଦ ବି ଗଲା

ପାଟନା,୧୫।୭: ବିହାରର ମୋକମାର ଆରଜେଡି ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏହି ଦଣ୍ଡାଦେଶ ପରେ ଏବେ ତାଙ୍କ ବିଧାୟକ ପଦ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?