ଜାତୀୟ

ମଙ୍ଗଳବାର ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗତ ୪ଦିନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି। ଏହି ମାମଲାରେ ଇଡି ପୁଣି ଥରେ ପଚରାଉଚରା କରିବା ପାଇଁ ରାହୁଲଙ୍କୁ କାର୍ଯ୍ୟାଳୟକୁ ଡକାଇଛି। ମଙ୍ଗଳବାର…

ରାଜଧାନୀରେ ଡରାଉଛି କରୋନା: ଗତ ୨୪ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୬: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ୨୪ ଘଣ୍ଟାରେ ୧,୦୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି।…

ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ,୨୦।୬: କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧୀ ଦଳ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ସମ୍ମୁଖରେ ଏହି ପ୍ରତିନିଧି ଦଳ ୨ଟି ପ୍ରସଙ୍ଗ ଉଠାଇଛନ୍ତି। ପ୍ରଥମଟି ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାକୁ ନେଇ ହୋଇଥିବା…

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ, ଇଡିରେ ହାଜର ହେବାକୁ ନୋଟିସ୍‌

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟ୍‌ରେ ଲେଖିଛନ୍ତି, “କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ସାରେ ସାର୍‌ ଗଙ୍ଗା ରାମ…

ତିନି ସେନା ମୁଖ୍ୟଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶରେ ଏବେ ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ତିନି ସେନାର ମୁଖ୍ୟଙ୍କୁ ଭେଟିବେ। ଏହି ତିନି ସେନା ମୁଖ୍ୟଙ୍କୁ ଅଲଗା ଅଲଗା…

ବିରୋଧୀଙ୍କ ବୈଠକରେ ଓଓ୍ବାଇସିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ସରକାର ଏବଂ ବିରୋଧୀ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଚଳିତ ଥର ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ସୁନିଶ୍ଚିତ କରିଛି। ଏଥିପାଇଁ ଅନେକ ଦଳ ଲଗାତର ବୈଠକ କରୁଥିବା ବେଳେ…

ହସ୍ପିଟାଲରେ ଭର୍ତ୍ତି ହେଲେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୦।୬: ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଏଲ୍‌ଏନ୍‌ଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସତ୍ୟେନ୍ଦ୍ରଙ୍କୁ ତିହାର ଜେଲରୁ ପ୍ରଥମେ ଜିବି…

ଗୋଟିଏ ପରିବାରର ୯ଜଣଙ୍କ ଆତ୍ମହତ୍ୟା

ସାଙ୍ଗଲି,୨୦।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅମ୍ବିକାନଗରରେ ଥିବା ଏକ ଘରୁ ସୋମବାର ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ସିଦ୍ଧୁ ମୂସେଓ୍ବାଲା ହତ୍ୟାକାଣ୍ଡ: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୦।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସିଦ୍ଧୁଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ୨ ଶୁଟର୍‌ ସମେତ ୩ ଜଣଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି। ଗୁଜରାଟର କୁଚ ଅଞ୍ଚଳରୁ…

ବ୍ରେନ୍‌ ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

ବେଙ୍ଗାଲୁରୁ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଦୁଇ ଦିନିଆ ଗସ୍ତରେ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ୨୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ…

ଅଧା ବାଟରେ ଅଟକିଲା ରୋପଓ୍ବେ: ମଝି ଆକାଶରେ ଝୁଲିଲେ ପର୍ଯ୍ୟଟକ

ଶିମଲା,୨୦।୬: ମଝି ଆକାଶରେ ରୋପଓ୍ବେ ବନ୍ଦ ହୋଇଯିବା ଘଟଣା ପୁଣି ସାମ୍ନାକୁ ଆସିଛି। ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ପରୱାନୋରେ। ସୋଲାନ ଜିଲାର ଟିମ୍ବର…

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୦ ।୬: କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ନାମନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ସୁବୋଧ କାନ୍ତ ସହାୟ ଅଗ୍ନିପଥ ସ୍କିମକୁ ବିରୋଧ କରାଯାଉଥିବା ଘଟଣାକୁ ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri