Posted inଜାତୀୟ

ମଙ୍କିପକ୍ସ ମାମଲା ଚିହ୍ନଟ ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ବର୍ତ୍ତମାନ ଚିନ୍ତା ବଢାଇଛି ମଙ୍କିପକ୍ସ ମାମଲା। କେରଳରୁ ଭାରତରେ ପ୍ରଥମ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇଛି। ଏହାପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଯାଇଛି। ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର କେତେକ ଗାଇଡ୍‌ଲାଇନ ଜାରି କରାଯାଇଛି। ଗାଇଡ୍‌ଲାଇନ ଅନୁସାରେ ବିଦେଶରୁ ଆସୁଥିବା ଯାତ୍ରୀ ଏବଂ ବିଶେଷ କରି ଚର୍ମରୋଗ ଥିବା ଲୋକଙ୍କଠାରୁ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଲୋକଙ୍କୁ ମାଙ୍କଡ଼, ସିମ୍ପାଞ୍ଜି, ଗୁଣ୍ଡୁଚି ମୁଷା, ସାଧାରଣ ମୁଷା ଆଦିଙ୍କ ସଂସ୍ପର୍ଶରେ ନ ଆସିବାକୁ ଗାଇଡ୍‌ଲାଇନରେ କୁହାଯାଇଛି। ଏପରି କି ବିଦେଶ ଯାତ୍ରା କରୁଥିଲେ ବଣୁଆ ପଶୁଙ୍କ ମାଂସ ନ ଖାଇବାକୁ ବାରଣ କରାଯାଇଛି। ଆରବ ଏମିରେଟ୍ସ (ୟୁଏଇ)ରୁ ଭାରତ ଫେରି ଥିରୁଭାନନ୍ତପୁରମ ବିମାନବନ୍ଦରେ ପହଞ୍ଚିଥିଲେ। ଯାତ୍ରୀଙ୍କଠାରେ ‘ମଙ୍କିପକ୍ସ’ର ଲକ୍ଷଣ ଦେଖାଯାଇଥିଲା। ପରେ ତାଙ୍କର ନମୁନା ପରୀକ୍ଷା ହେବା ପାଇଁ ପୁଣେ ସ୍ଥିତ ଏନ୍‌ଆଇଭି ପଠାଇଥିଲା । ତେବେ ରିପୋର୍ଟ ପଜିଟିଭ୍‌ ଆସିଥିଲା ଆସିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗଠନ କରି କେରଳ ପଠାଇବାକୁ ନିଷ୍ପତ୍ତି ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟି ଟଙ୍କାର ଡ୍ରଗ୍ସ, ୪କୁଇଣ୍ଟାଲ ଗଞ୍ଜେଇ ଜବତ: ୫ଗିରଫ

ଗୁଆହାଟୀ ,୨୧।୧୧: ଆସାମର ଚାଚର ଏବଂ କର୍ବି ଆଙ୍ଗ୍‌ଲଙ୍ଗ ଜିଲାରୁ ସୋମବାର ୫୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ବେଆଇନ ନିଶାଦ୍ରବ୍ୟ...

ଓଲା-ଉବର ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର ଓ କୃଷି ସରଞ୍ଜାମ: ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ସିଏଚ୍‌ସି ଫାର୍ମ ମେସିନାରି ଆପ୍‌

ନୂଆଦିଲ୍ଲୀ,୧୨।୯: ଏଣିକି ଓଲା-ଉବର ଭଳି ଚାଷୀଙ୍କୁ ଭଡ଼ାରେ ଅନ୍‌ଲାଇନ୍‌ରେ ଟ୍ରାକ୍ଟର ସହିତ ଅନ୍ୟ କୃଷି ସରଞ୍ଜାମ ଯୋଗାଇ ଦିଆଯିବ। ସିଏଚ୍‌ସି ଫାର୍ମ ମେସିନାରି ଆପ୍‌ ଦ୍ୱାରା...

ଅପେକ୍ଷାର ହେଲା ଅନ୍ତ, ଶେଷରେ ମାଟିରେ ମିଶିଲା ଟ୍ୱିନ ଟାୱାର

ନୋଏଡା,୨୮ ।୮: ସମସ୍ତ ପ୍ରସ୍ତୁତି ପରେ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ମାଟିରେ ମିଶିଛି ଉତ୍ତର ପ୍ରଦେଶରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଟ୍ୱିନ ଟାୱାର...

ଯେଉଁ ମନ୍ଦିରରେ ଚଢାଯାଏ ହାତକଡ଼ି

ଏ କଥା ସମସ୍ତଙ୍କୁ ଜଣା ଯେ, ଭଗବାନଙ୍କ ଦୁଆରକୁ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ପ୍ରାର୍ଥନା କରିବାକୁ ଆସିଥାଏ। ତାହା ପୂର୍ଣ୍ଣ ହେଲେ ନିଜ...

ବାବା ଅମରନାଥଙ୍କ ଆଶିଷ ଭିକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରତିରକ୍ଷାମନ୍ତ୍ରୀ ପ୍ରଥମେ ବାବା ଅମରନାଥଙ୍କ ଦର୍ଶନ...

ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିଛନ୍ତି।...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି...

ସଂସଦରେ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗୋୟଲ

ନୂଆଦିଲ୍ଲୀ,୧୯।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷକୁ ନେଇ ସଂସଦରେ ହଟ୍ଟଗୋଳ ପରିସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପଟେ...

Advertisement
Archives

Model This Week