Posted inଜାତୀୟ

ଜେଏମ୍‌ଏମ୍‌ର ସମର୍ଥନକୁ ସ୍ବାଗତ କଲେ ଅର୍ଜୁନ ମୁଣ୍ଡା

ରାଞ୍ଚି,୧୫।୭: ଆସନ୍ତା ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ସରଗରମ ରହିଛି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ନିଜ ପାଇଁ ସମର୍ଥନ ଜୁଟାଇବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଗୁରୁବାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଏମ୍‌ପି ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଶୁକ୍ରବାର ଦଳ ପକ୍ଷରୁ ଏନେଇ ଏକ ଆନୁଷ୍ଠାନିକ ଭାବେ ଏକ ଆଧ୍ୟାଦେଶ ଜାରି କରାଯାଇଛି। ଜେଏମ୍‌ଏମ୍‌ର ଏହି ନିଷ୍ପତ୍ତି ପରେ ବରିଷ୍ଠ ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଟୁଇଟ କରି ସ୍ବାଗତ ଜଣାଇଛନ୍ତି। ସେ କହିଛନ୍ତି, ଦିଶୋମ ଗୁରୁ ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନଙ୍କୁ ବହୁତ  ଧନ୍ୟବାଦ। ଅନ୍ୟପଟେ ଏହି ଆଧ୍ୟାଦେଶ ଜାରି ପରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମ୍‌ଏମ୍‌ର ମେଣ୍ଟ ସରକାର କ୍ଷମତାରେ ରହିଛି। ତେବେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଜେଏମ୍‌ଏମ୍‌ର ସମର୍ଥନ କଂଗ୍ରେସ ମେଣ୍ଟ ଭିତରେ ଫାଟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ…

ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ଭାରତର ୯୫

ନୂଆଦିଲ୍ଲୀ,୨୬ା୪: ସାରା ବିଶ୍ୱରେ ଗ୍ରୀଷ୍ମଜନିତ ଉତ୍ତାପକୁ ନେଇ ଭାରତ ଏବେ କେନ୍ଦ୍ରସ୍ଥଳ ପାଲଟିଛି। କାରଣ ଭାରତର ଅଧିକାଂଶ ସହରରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ବହୁ…

କିରୋସିନ ଢ଼ାଳି ନୂଆବୋହୁ ଦେହରେ ଲଗାଇଦେଲେ ନିଆଁ

ମହାକାଳପଡ଼ା,୨୬।୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ବେଣାକନ୍ଧା ମୌଜାର ଜଣେ ନବବଧୂଙ୍କ ଦେହରେ କିରୋସିନ…

ବନ୍ଧ ଖୋଳିବାକୁ ନେଇ ଉତ୍ତେଜନା: ଥାନାରେ ଏତଲା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତରେ ଚାଷ ଜମିରେ ଏକ ବନ୍ଧ ଖୋଳାକୁ ନେଇ କଦମଗୁଡା ଓ ଖତପୁଟ ଗ୍ରାମବାସୀଙ୍କ ମଧ୍ୟରେ…

ଡିନର ପାର୍ଟିରେ ଗୁଳିମାଡ଼କୁ ନେଇ ଟ୍ରମ୍ପଙ୍କ ବଡ଼ ଖୁଲାସା, କହିଲେ ଇରାନ…

ଓ଼୍ବାଶିଂଟନ,୨୬।୪: ହ଼୍ବାଇଟ ହାଉସ କରିସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ହଠାତ ଗୁଳିମାଡ଼ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଶାନ୍ତ ରହିବାକୁ ନିବେଦନ…

ବିକାଶ ପାଇଁ ବିଶେଷଜ୍ଞ ଲୋଡ଼ା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରାଚୀନ କାଳରୁ କଳିଙ୍ଗ ଏକ ଐତିହ୍ୟ ସମ୍ପନ୍ନ ଓ ସମୃଦ୍ଧିଶାଳୀ ରାଜ୍ୟ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା। ମଧ୍ୟଯୁଗରେ ଉତ୍କଳ…

ଉଦାରବାଦର ଛଳନା

ଚଳିତ ମାସରେ ”ଭାଜପାର ବଙ୍ଗଳା ତାଲିକାରେ କୌଣସି ମୁସଲମାନ ନାମ ସ୍ଥାନ ପାଇ ନାହିଁ“ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରରେ କେତେ ଟିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri